ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

ଭୁବନେଶ୍ୱର ୨୦-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସବୁ କଳ୍ପନାଜଳ୍ପନାର ଅବସାନ ପରେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ମଙ୍ଗ ଧରିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ସେ ପୁନର୍ବାର ଓଡିଶାର କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ସଭାପତି ହେଲା ପରେ ଓଡିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଡୁବି ଯାଇଥିବା ଓଡିଶା କଂଗ୍ରେସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ନିରଞ୍ଜନ ସଭପତି ଦାୟିତ୍ୱରେ ଥିଲେ। ସେହି ସମୟରେ କଂଗ୍ରେସ ସୁଧୁରି ଆସିଥିଲା। ଶାସକ ବିଜେଡିର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଉଭା ହୋଇ ଆସୁଥିଲା। ତାଙ୍କ ସମୟରେ କଂଗ୍ରେସ…

"ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି"

ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ୧୬- ୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରାକ୍ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଗଲାଣି କହିଲେ ଚଳେ। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ନିଜ ନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ ବ୍ୟସ୍ତ ତ କିଏ ରାଜ୍ୟ ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। ତତ୍ସହିତ ସାଂଗଠନିକ ଅଦଳବଦଳ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋର୍ସୋର୍ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପୁର ପରାଜୟ ପରେ ଉଭୟ କଂଗ୍ରେସ ଓ ବିଜେପିର…

"ଛକାପଞ୍ଜାରେ ବିଜେପି ଓ କଂଗ୍ରେସ"

କୁନ୍ଦୁଲି ପିଡିତାଙ୍କ ପରିବାରବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ ୯-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋଟିଆ ଗସ୍ତ ସାରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଷାଗୁଡା ଯାଇ କୁନ୍ଦୁଲି ପିଡିତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ପିଡିତା ଦୁଷ୍କର୍ମ ହୋଇଥିବା ଯେଉଁ ଅଭିଯୋଗ କରିଥିଲେ ପୋଲିସ କାହିଁକି ଅସ୍ୱୀକାର କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ଆତ୍ମସମ୍ମାନ ଓ ଅତ୍ୟାଚାରକୁ ସହି ନ ପାରି ପୀଡିତା ଆତ୍ମହତ୍ୟା କଲା କିନ୍ତୁ ପୋଲିସ ଦୋଷୀକୁ ନ ଖୋଜି ଗଣମାଧ୍ୟମ ଉପରେ ଅତ୍ୟାଚାର କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଯେତେବେଳେ ଶାସନରେ ବସିଥିବା ଲୋକମାନେ ସ୍ୱେଛାଚାରୀ ହୋଇଯାଅନ୍ତି ସେତେବେଳେ ଏକଚାଟିଆ ମନୋବୃତି ଆସିଥାଏ ଓ ବ୍ୟଭିଚାର ବଢେ ବୋଲି ସେ ପ୍ରକାଶ କରିଥିଲେ। ଓଡିଶା ପୋଲିସ…

"କୁନ୍ଦୁଲି ପିଡିତାଙ୍କ ପରିବାରବର୍ଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଯୁବ ସମାବେଶରେ ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶାରେ ସରକାର ବିରୋଧୀ ଜନ ଆକ୍ରୋଶ ଅଧିକ ତୀବ୍ର ହୋଇଛି : ଅମିତ ଶାହା

– ୧୨୦ ନୁହେଁ ଆଗାମୀ ନିର୍ବାଚନରେ ବିଜେପିକୁ ଅଧିକ ଆସନ ମିଳିବା ସ୍ପଷ୍ଟ – ଯେ ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗ ଓ ଓଡିଶାରେ ବିଜେପି ଶାସନ ପ୍ରତିଷ୍ଠିତ ନ ହୋଇଛି ଦଳ ପାଇଁ ସୁବର୍ଣ୍ଣ ଯୁଗ ଆସିବ ନାହିଁ – ଗରୀବ ଲୋକଙ୍କ ଉନ୍ନତି ପାଇଁ ବିଜେପି ବଦ୍ଧ ପରିକର – ୧୪ ବିଜେପି କର୍ମୀଙ୍କୁ ହତ୍ୟା ଓ ଅପରାଧୀଙ୍କୁ ସୁରକ୍ଷା ଦେଉଛି ବିଜେଡି, ସରକାର ଆସିଲେ ପାତାଳରେ ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରି ଜେଲ ପଠା ଯିବ – ବିଜେପି ରାଜନୈତିକ ହିଂସା ନୁହେଁ ରାଜନୈତିକ ଆନ୍ଦୋଳନରେ ଉତର ଦେବା ପାଇଁ ଯୁବକର୍ମୀଙ୍କୁ ଦେଲେ ଆହ୍ୱାନ – ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର…

"ଯୁବ ସମାବେଶରେ ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶାରେ ସରକାର ବିରୋଧୀ ଜନ ଆକ୍ରୋଶ ଅଧିକ ତୀବ୍ର ହୋଇଛି : ଅମିତ ଶାହା"

ବଢିଲା ତେଲ ଦର ଖାଉଟି ଅସନ୍ତୁଷ‌୍ଟ

ପୁରୀ, ୦୪/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଦେଶରେ ତୈଳ ଦର ଏବେ ରେର୍କଡ ସ୍ତରରେ ପହଚିଂଛି। ଯାହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପଭୋକ୍ତା। ପେଟ୍ରୋଲ୍ ଦର ଲିଟର ପିଛା ୪ବର୍ଷର ସର୍ବୋଚ୍ଚ ୭୩ ଟଙ୍କା ୭୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ ସର୍ବକାଳୀନ ରେର୍କଡ଼ ଲିଟର ପିଛା ରାଜଧାନୀରେ ୬୪ ଟଙ୍କା ୫୮ ପଇସାରେ ପହଂଚିଛି। ତୈଳ ମୂଲ୍ୟରେ ଏହି ବୃଦ୍ଧି ସରକାରଙ୍କ ପାଇଁ ଉତ୍ପାଦ ଶୁଳ୍କର ହ୍ରାସ ଘଟାଇବା ନିମନ୍ତେ ଏକ ସତର୍କ ଘଟିଂ ପାଲଟିଛି। ୨୦୧୭ ଜୁନ ରୁ ବିଭିନ୍ନ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକ ଦୈନିକ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ରେ ସଂଶୋଧନ କରୁଛନ୍ତି। ରାଷ୍ଟ୍ରାୟତ…

"ବଢିଲା ତେଲ ଦର ଖାଉଟି ଅସନ୍ତୁଷ‌୍ଟ"

ଦେଶରେ ଶାନ୍ତି, ମାନବିକତା ଓ ଅହିଂସାର ବାର୍ତ୍ତା ନେଇ ଏହି ଯାତ୍ରା ରାଜ୍ୟର ସାମାଜିକ ଜୀବନକୁ ନୈତିକ ଶକ୍ତି ପ୍ରଦାନ କରିବ – ଧର୍ମେନ୍ଦ୍ର ପ୍ରଧାନ

– ପଦଯାତ୍ରାରେ ଆସି ଓଡ଼ିଶା ପହଂଚିଥିବା ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣଙ୍କୁ ସ୍ୱାଗତ ଭୁବନେଶ୍ୱର, ୧୩/୦୧ (ଓଡ଼ିଆ ପୁଅ) : ଭାରତର ପ୍ରମୁଖ ସନ୍ଥ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣ ଙ୍କ ୨୦୧୪ ରୁ ଦେଶର ରାଜ୍ୟଧାନୀ ଦିଲ୍ଲୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପହଂଚିବା ଅବସରରେ ତାଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟଧାନୀ ଉପକଣ୍ଠରେ ଜୈନ ମୁନି ଆଚାର୍ଯ୍ୟ ମହାଶ୍ରମଣ ଙ୍କୁ ସ୍ୱାଗତ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ଶାନ୍ତି, ମାନବିକତା ଓ ଅହିଂସାର ବାର୍ତ୍ତା ନେଇ ସାରା ଦେଶ ପାଦରେ ବୁଲୁଛନ୍ତି। ଶ୍ରୀ…

"ଦେଶରେ ଶାନ୍ତି, ମାନବିକତା ଓ ଅହିଂସାର ବାର୍ତ୍ତା ନେଇ ଏହି ଯାତ୍ରା ରାଜ୍ୟର ସାମାଜିକ ଜୀବନକୁ ନୈତିକ ଶକ୍ତି ପ୍ରଦାନ କରିବ – ଧର୍ମେନ୍ଦ୍ର ପ୍ରଧାନ"