କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

କୋରାପୁଟ ; ତା୧୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସବାଗୃହଠାରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ଯୋଗଦେଇ ଡେଙ୍ଗୁ ଦିବସ ସଂପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ ଦାସ ଯୋଗଦେଇ କୋରାପୁଟ ଜିଲ୍ଲାରେ ୨୦୧୩ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସୂଚନା ଦେଇଥିଲେ। ଡେଙ୍ଗୁ ରୋଗରେ କେହି ମୃତ୍ୟୁବରଣ କରି ନ ଥିବା ପ୍ରକାଶ କରିବା ସହ ସହର ଓ ଗ୍ରାମକୁ ପରିଷ୍କାର ପରିଛନତା ରଖିବାକୁ ପରାମର୍ଶ…

"କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ"