ଟ୍ରକ ଧକ୍କାରେ କୋଇଲାଖଣି ଠିକା କର୍ମଚାରୀ ମୃତ

ତାଳଚେର, ୧୧/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ଭୋରରେ ତାଳଚେରସ୍ଥିତ ଏମ୍.ସି.ଏଲ.ର ଭୂବନେଶ୍ୱରୀ କୋଇଲାଖଣି ନିୟୋଜିତ ଏକ ଘରୋଇ କମ୍ପାନୀର ଜନୈକ ଠିକା କର୍ମଚାରୀଙ୍କର ଟ୍ରକ ଧକ୍କାରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ବ୍ୟକ୍ତି ଜଣକ ହେଲେ ତାଳଚେର ଉପଖଣ୍ଡର ରେଙ୍ଗାଳୀ ଥାନା କୁଲୁମା ଗ୍ରାମ ପଂଚାୟତ ଅନ୍ତର୍ଗତ ନିଳାପଶି ଗ୍ରାମର କୁନା ସାହୁ(୪୨)। ସୂଚନାରୁ ପ୍ରକାଶ କୁନା ସାହୁ ଭୂବନେଶ୍ୱରୀ କୋଇଲାଖଣି ନିୟୋଜିତ ଟି.ଏଲ.ପି.ଏଲ ନାମକ ଏକ ଘରୋଇ କମ୍ପାନୀରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଆଜି ଭୋର ପ୍ରାୟ ୪.୩୦ ମିନିଟ୍ ରେ ସେ ଖଣି ଅଂଚଳରୁ ନିଜ ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ତେବେ ବୈଦ୍ୟ ସାହି…

"ଟ୍ରକ ଧକ୍କାରେ କୋଇଲାଖଣି ଠିକା କର୍ମଚାରୀ ମୃତ"