୧୦୨ ଆମ୍ବୁଲାନ୍ସ ଏବଂ ଏକ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ଆମ୍ବୁଲାନ୍ସ ଚାଳକ ଗୁରୁତର

ଅନୁଗୋଳ, (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ଝରଝରି ଘାଟିରେ ଆଜି ଦିନ ପ୍ରାୟ ୨ଟା ସମୟରେ ଏକ ୧୦୨ ଆମ୍ବୁଲାନ୍ସ ଏବଂ ଏକ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାଫଳରେ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ଚାଳକ ଜଣକ ହେଲେ ଭବାନୀଶଙ୍କର ରାୟ ଏବଂ ତାଙ୍କ ଘର କିଶୋରନଗର ଥାନାର ଧଉରାପାଲ୍ଲୀ ଅଂଚଳରେ। ସୂଚନାରୁ ପ୍ରକାଶ, ଆଜି ଦିନ ପ୍ରାୟ ୨ଟା ବେଳେ ଉକ୍ତ ୧୦୨ ଆମ୍ବୁଲାନ୍ସ ଏକ ରୋଗୀକୁ ଅନୁଗୋଳ ଡାକ୍ତରଖାନାକୁ ଆଣିବାପାଇଁ ଠାକୁରଗଡ଼ରୁ ଆଠମଲ୍ଲିକକୁ ଯାଉଥିଲା। ତେବେ ଝରଝରି ଘାଟି ନିକଟରେ ଏକ ପିକଅପ୍ ଭ୍ୟାନ୍ ଆମ୍ବୁଲାନ୍ସକୁ ସାମନା ପଟୁ ଧକ୍କା ଦେଇଥିଲା।…

"୧୦୨ ଆମ୍ବୁଲାନ୍ସ ଏବଂ ଏକ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ଆମ୍ବୁଲାନ୍ସ ଚାଳକ ଗୁରୁତର"