ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍, ଉତ୍ୟକ୍ତ ଲୋକଙ୍କ ୨ ଘଂଟା ଧରି ରାଜପଥ ଅବରୋଧ

ଯାଜପୁର, ୫/୯(ଓଡିଆ ପୁଅ/ମାନସ ରାଉତ)- ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ନିକଟରେ ବୁଧବାର ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଗଟିଛି। ଆଜି ସନ୍ଧ୍ୟା ପ୍ରାୟ ୪.୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉକ୍ତ ଯୁବକ ଜଣକ ଏକ ବକ୍ସର ମୋଟର ସାଇକେଲରେ ଟ୍ରାଫିକ ପୋଷ୍ଟ ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡି୩୪ବି-୦୯୯୦ନଂ ୧୦ଚକିଆ ଟ୍ରକ ତାଙ୍କ ଉପରେ ସିଧାସଳଖ ମାଡିଯାଇ ଉକ୍ତ ଯୁବକଙ୍କୁ ୧୦୦ମିଟର ଆଗକୁ ଘୋଷାଡି ନେଇ ଯାଇଥିଲା। ଘଟଣା ସ୍ଥଳରେ ଯୁବକଙ୍କ ଶରୀର ଟିକିଟିକି ହୋଇଯିବା ସହ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ସମୟରେ ଟ୍ରାଫିକ ପୋଷ୍ଟରେ କୌଣସି ପୋଲିସ କର୍ମଚାରୀ ନଥିଲେ। ମୃତ…

"ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍, ଉତ୍ୟକ୍ତ ଲୋକଙ୍କ ୨ ଘଂଟା ଧରି ରାଜପଥ ଅବରୋଧ"