ଚାରା ଘୋଟାଲାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପିର ଏସପିଙ୍କୁ ଏତଲା ପ୍ରଦାନ

କୋରାପୁଟ ;ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଦ୍ୟାନ ବିଭାଗରେ ଚାରା ଘୋଟାଲା ହୋଇଥିବା ଅଭିଯୋଗ ଆସିବା ପରେ କୋରାପୁଟ ଜିଲ୍ଲା ବିଜେପି ତରଫରୁ ଘୋଟାଲାରେ ଅଭିଯୁକ୍ତ ନେତା ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଏତଲା କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂଙ୍କୁ ପ୍ରଦାନ କରାଯାଇଛି।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମିମାନେ ଏକ ଶୋଭାଯାତ୍ରାରେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଏତଲା ପ୍ରଦାନ କରିଥିଲେ।ଏହି ଯୋଜନାର ସୁଫଳ ହିତାଧିକାରୀଙ୍କୁ ମିଳିବା ପରିବର୍ତେ ଶାସକ ବିଜେଡିର ପୃଷ୍ଠପୋଷକତାରେ ଜିଲ୍ଲାର ପ୍ରଶାସନିକ କଳକୁ ବ୍ୟବହାର କରାଯାଇ ବିପୁଳ ଅର୍ଥ ହେରଫେର ହେଉଥିବା…

"ଚାରା ଘୋଟାଲାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ବିଜେପିର ଏସପିଙ୍କୁ ଏତଲା ପ୍ରଦାନ"

ଲକ୍ଷ୍ମିପୁର ବିଧାୟକଙ୍କୁ ଗିରଫ ଦାବି କଲା ବିଜେପି

କୋରାପୁଟ ; ତା୧୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମୋବାଇଲ ଫୋନରେ ଜଣେ ବିଜେପି କାର୍ଯ୍ୟକର୍ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଦେବା ଓ ଧମକ ଦେବା ଅଭିଯୋଗରେ ଲକ୍ଷ୍ମିପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକାଙ୍କୁ ଗିରଫ କରିବାକୁ ଦାବି କରିଛି କୋରାପୁଟ ଜିଲା ଭାରତୀୟ ଜନତା ପାର୍ଟି। ଜିଲା ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସପି ଡା.କେ.ଭି.ସିଂହଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୯ତାରିଖରେ ଜଣେ ବ୍ୟକ୍ତି ନିଜକୁ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେଶିକା ବୋଲି ପରିଚୟ ଦେଇ ମୋବାଇନ ଫୋନରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ରାୟଗଡା ଜିଲା ଟିକିରି ଥାନା ମୁଣ୍ଡାଗାଁର…

"ଲକ୍ଷ୍ମିପୁର ବିଧାୟକଙ୍କୁ ଗିରଫ ଦାବି କଲା ବିଜେପି"

ବିଜେପି ଜିଲା କାର୍ଯ୍ୟାଳୟ ନିମନ୍ତେ ଭୂମି ପୂଜନ

କୋରାପୁଟ ; ତା୨୭-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଭାରତୀୟ ଜନତା ପାର୍ଟି କୋରାପୁଟ ଜିଲା ଶାଖା କାର୍ଯ୍ୟାଳୟ ନିମନ୍ତେ ବୁଧବାର ଭୂମି ପୂଜନ କରାର୍ଯ୍ୟକ୍ରମ କରା ଯାଇଛି। ପ୍ରଥମ ଇଣ୍ଡିଆନ ରିଜର୍ଭ ବାଟ୍ଟାଲିଅନ ନିକଟ ଏକ ଜମିରେ ଜିଲା କାର୍ଯ୍ୟାଳୟ କୋଠା ନିର୍ମାଣ କରାଯିବାକୁ ଭୂମି ପୂଜା କରା ଯାଇଛି। ଜିଲା ସଭାପତି ବିଜୟ ମିଶ୍ର, ଉପ-ସଭାପତି ଅକ୍ଷୟ ସାହୁ, ପୂର୍ଣିମା ନାୟକ, ଝରଣା ଦାସ, ସନ୍ତୋଷ ଦାସ, ଗୁରୁନାଥ ରାଓ, ବିଜୁ ଦଲେଇ, ଡି.ରାମା ରାଓ, ଘନଶ୍ୟାମ ଟାକ୍ରୀ, ସିଦ୍ଧାର୍ଥ ମୁଦୁଲି, ହରି ଖେମୁଣ୍ଡୁ, ଭଗବାନ ମାଛ, ରାମଚନ୍ଦ୍ର ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

"ବିଜେପି ଜିଲା କାର୍ଯ୍ୟାଳୟ ନିମନ୍ତେ ଭୂମି ପୂଜନ"

ବିଶ୍ୱାସଙ୍କ ଉପରେ ଏବେ ମୋଦୀଙ୍କର ବିଶ୍ଵାସ – ଯିବେ ରାଜ୍ୟସଭା !

ନୂଆ ଦିଲ୍ଲୀ ୮ ମଇ (ଓଡ଼ିଆ ପୁଅ) : ଆମ ଆଦମୀ ପାର୍ଟିରେ ଖୁସି ନଥିବା ସଂସ୍ଥାପକ ସଦସ୍ୟ କୁମାର ବିଶ୍ଵାସଙ୍କୁ ବିଜେପି ରାଜ୍ୟସଭା ପଠାଇବାପାଇଁ ଯୋଜନା କରୁଛି। ଏସିଆନ ଏଜର ଏକ ରିପୋର୍ଟ ମୁତାବକ ଚଳିତ ବର୍ଷ ଏପ୍ରିଲରେ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଏବଂ ଅଭିନେତ୍ରୀ ରେଖାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପରେ ଦୁଇଟି ଆସନ ଖାଲି ହୋଇଥିଲା ଭାରତୀୟ ଜନତା ପାଟି ସାହିତ୍ୟ କ୍ଷେତ୍ରରେ କୁମାର ବିଶ୍ୱାସଙ୍କର କାମ ପାଇଁ ତାଙ୍କୁ ରାଜ୍ୟସଭା ପଠାଇବା ସହିତ ତାଙ୍କୁ 2019 ର ଲୋକସଭା ନିର୍ବାଚନରେ ପାର୍ଟିର ପ୍ରଚାର ପାଇଁ ତାଙ୍କୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି। ଖବର ଅନୁଯାୟୀ ବିଶ୍ଵାସଙ୍କୁ ରାଜ୍ୟସଭା ପଠାଇବା…

"ବିଶ୍ୱାସଙ୍କ ଉପରେ ଏବେ ମୋଦୀଙ୍କର ବିଶ୍ଵାସ – ଯିବେ ରାଜ୍ୟସଭା !"

ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

ଭୁବନେଶ୍ୱର ୨୦-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସବୁ କଳ୍ପନାଜଳ୍ପନାର ଅବସାନ ପରେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ମଙ୍ଗ ଧରିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ସେ ପୁନର୍ବାର ଓଡିଶାର କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ସଭାପତି ହେଲା ପରେ ଓଡିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଡୁବି ଯାଇଥିବା ଓଡିଶା କଂଗ୍ରେସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ନିରଞ୍ଜନ ସଭପତି ଦାୟିତ୍ୱରେ ଥିଲେ। ସେହି ସମୟରେ କଂଗ୍ରେସ ସୁଧୁରି ଆସିଥିଲା। ଶାସକ ବିଜେଡିର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଉଭା ହୋଇ ଆସୁଥିଲା। ତାଙ୍କ ସମୟରେ କଂଗ୍ରେସ…

"ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି"

ବିଜେଡି ବଢୁଛି, କଂଗ୍ରେସ ଛିଡୁଛି ଅସ୍ଥିର ବିଜେପି: ନେଡ଼ି ଗୁଡ଼ କହୁଣୀକୁ ବୋହିବା ପୂର୍ବରୁ…

ଭୁବନେଶ୍ୱର ୧୦-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ବିଭିର୍ଣ୍ଣ ଦଳ କିନ୍ତୁ ଏବେଠାରୁ କସରତ ଆରମ୍ଭ କରିଦେଲେଣି। କେନ୍ଦ୍ର ତଥା ବିଭିର୍ଣ୍ଣ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଲାଣି। ଅତି ଦୁର୍ବଳ ସ୍ଥିତି ଭିତରେ କଂଗ୍ରେସ ଏବେ ବିଭିର୍ଣ୍ଣ ରାଜ୍ୟରେ ମେଣ୍ଟ କରିବା ପ୍ରୟାସ ସମେତ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା, ଦଳିତ ତଥା ଜାତିବାଦ କାର୍ଡ ଖେଳିବା ଆଦି ପରି ରଣନୀତି ଜାରି ରଖିଛି। ବିଜେପି ମୋଦୀଙ୍କ ଚେହେରା ସମେତ ବିକାଶ ଆଦି ନାମରେ ତାର ରଣନୀତି ଚଲାଇଥିବା ବେଳେ ବିଜେଡି ମଧ୍ୟ ଓଡ଼ିଶାରେ ନବୀନଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ ରହିଥିବା…

"ବିଜେଡି ବଢୁଛି, କଂଗ୍ରେସ ଛିଡୁଛି ଅସ୍ଥିର ବିଜେପି: ନେଡ଼ି ଗୁଡ଼ କହୁଣୀକୁ ବୋହିବା ପୂର୍ବରୁ…"