କୋରାପୁଟ ବ୍ଲକ ବିଜେଡି ସଭାପତି ଇସ୍ତାଫା ଦେବେ ନାହିଁ

କୋରାପୁଟ ; ତା୦୫-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବ୍ଲକ ବିଜେଡି ସଭାପତି ସାହେବ ଖିଲ ଇସ୍ତାଫା ଦେବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଜି ସେ ଇସ୍ତାଫା ଦେବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ।ଦଳରେ ତାଙ୍କୁ ଅଣଦେଖା ଓ ଅବହେଳା କରାଯାଉଥିବା ଅଭିଯୋଗ କରି ଇସ୍ତାଫା ଦେବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ।ଆଜି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ସଭାପତି ଝିନ୍ନ ହିକକା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ କୋରାପୁଟ ବ୍ଲକ ସଭାପତି ଶ୍ରୀ ଖିଲଙ୍କ ସହ କଣ କଣ ଅସୁବିଧା ରହିଛି ତାହା ବିସ୍ତୃତଭାବେ ଆଲୋଚନା କରାଯାଇଥିଲା ବୋଲି ଜଣାପଡିଛି। ଆଲୋଚନା ସରିବା ପରେ…

"କୋରାପୁଟ ବ୍ଲକ ବିଜେଡି ସଭାପତି ଇସ୍ତାଫା ଦେବେ ନାହିଁ"

କୋରାପୁଟ ବ୍ଲକ ବିଜେଡି ସଭାପତି ଇସ୍ତାଫା ଦେବେ !

କୋରାପୁଟ ; ତା୦୪-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ବ୍ଲକ ବିଜେଡି ସଭାପତି ସାହେବ ଖିଲ ଇସ୍ତାଫା ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବା ଓ ଅବହେଳା କରାଯାଉଥିବା ସେ ଅଭିଯୋଗ କରି ଜିଲ୍ଲା ବିଜେଡି ସଭାପତିଙ୍କୁ ଇସ୍ତାଫା ପତ୍ର ପ୍ରଦାନ କରିବେ ବୋଲି ସେ ସୂଚନା ଦେଇଛନ୍ତି।ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ବ୍ଲକ ବିଜେଡି ତରଫରୁ ଆନ୍ଦୋଳନ କରାଯାଇଥିଲା କିନ୍ତୁ ବ୍ଲକ ବିଜେଡି ସଭାପତି ଶ୍ରୀ ଖିଲ ଅନୁପସ୍ଥିତ ରହିଥିବା ନଜର କରାଯାଇଥିଲା।ନିକଟରେ କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ କୋରାପୁଟ ବ୍ଲକର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା କିନ୍ତୁ ଶ୍ରୀ ଖିଲ ସେଠାରେ…

"କୋରାପୁଟ ବ୍ଲକ ବିଜେଡି ସଭାପତି ଇସ୍ତାଫା ଦେବେ !"

ମହାନଦୀ ସୁରକ୍ଷା ଅଭିଯାନ – ବିଜେଡ଼ିର ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ପ୍ରସ୍ତୁତି

ଭୁବନେଶ୍ୱର, ୨/୫/୨୦୧୮(ଓଡ଼ିଆ ପୁଅ): ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ। ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି। ଏହାର ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନ ପରେ ଗତମାସ ୨୨ ତାରିଖ ଦିନ ବିଜୁ ଜନତା ଦଳ ତରଫରୁ ମହାନଦୀ ସଂକଟ ସଂପର୍କିତ କର୍ମଶାଳାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ମହାନଦୀ ସଂକଟ ପାଇଁ ଓଡ଼ିଶାବାସୀ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିବେ ଏବଂ ବିଜୁ ଜନତା ଦଳ ଏହାର ନେତୃତ୍ୱ ନେବ। ରାଜ୍ୟ ସରକାର ଆଇନ୍‌ଗତ ଲଢ଼େଇ ଲଢ଼ୁଥିବା ବେଳେ ଓଡ଼ିଶାର ଜନସାଧାରଣ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଲଢ଼େଇ ଲଢ଼ୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର…

"ମହାନଦୀ ସୁରକ୍ଷା ଅଭିଯାନ – ବିଜେଡ଼ିର ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ପ୍ରସ୍ତୁତି"

ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି

ଭୁବନେଶ୍ୱର ୨୦-୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ସବୁ କଳ୍ପନାଜଳ୍ପନାର ଅବସାନ ପରେ ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସର ମଙ୍ଗ ଧରିଲେ। ଦୀର୍ଘ ପାଞ୍ଚ ବର୍ଷ ପରେ ସେ ପୁନର୍ବାର ଓଡିଶାର କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି। ସେ ସଭାପତି ହେଲା ପରେ ଓଡିଶା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଡୁବି ଯାଇଥିବା ଓଡିଶା କଂଗ୍ରେସ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ପୂର୍ବରୁ ନିରଞ୍ଜନ ସଭପତି ଦାୟିତ୍ୱରେ ଥିଲେ। ସେହି ସମୟରେ କଂଗ୍ରେସ ସୁଧୁରି ଆସିଥିଲା। ଶାସକ ବିଜେଡିର ଏକ ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବରେ ଉଭା ହୋଇ ଆସୁଥିଲା। ତାଙ୍କ ସମୟରେ କଂଗ୍ରେସ…

"ତ୍ରୀମୁଖି ଲଢେଇ ଆଗକୁ ଅଗ୍ରସର ଓଡିଶା ରାଜନୀତି"

ଛକାପଞ୍ଜାରେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର ୧୬- ୪ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ତରଫରୁ ପ୍ରାକ୍ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇ ଗଲାଣି କହିଲେ ଚଳେ। ବିଜେଡି, କଂଗ୍ରେସ ଓ ବିଜେପି ସମସ୍ତେ ନିଜ ନିଜ ରଣନିତୀ ପ୍ରସ୍ତୁତ କରିବାରେ ବ୍ୟସ୍ତ। କିଏ ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ ବ୍ୟସ୍ତ ତ କିଏ ରାଜ୍ୟ ପାଇଁ ବିଭିନ୍ନ ଲୋଭନୀୟ ଯୋଜନା ମାନ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ। ତତ୍ସହିତ ସାଂଗଠନିକ ଅଦଳବଦଳ ପାଇଁ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଜୋର୍ସୋର୍ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଜେପୁର ପରାଜୟ ପରେ ଉଭୟ କଂଗ୍ରେସ ଓ ବିଜେପିର…

"ଛକାପଞ୍ଜାରେ ବିଜେପି ଓ କଂଗ୍ରେସ"

ବିଜେଡି ବଢୁଛି, କଂଗ୍ରେସ ଛିଡୁଛି ଅସ୍ଥିର ବିଜେପି: ନେଡ଼ି ଗୁଡ଼ କହୁଣୀକୁ ବୋହିବା ପୂର୍ବରୁ…

ଭୁବନେଶ୍ୱର ୧୦-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ସାଧାରଣ ନିର୍ବାଚନ ଆଉ କିଛି ଦିନ ବାକି ରହିଥିବା ବେଳେ ବିଭିର୍ଣ୍ଣ ଦଳ କିନ୍ତୁ ଏବେଠାରୁ କସରତ ଆରମ୍ଭ କରିଦେଲେଣି। କେନ୍ଦ୍ର ତଥା ବିଭିର୍ଣ୍ଣ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଲାଣି। ଅତି ଦୁର୍ବଳ ସ୍ଥିତି ଭିତରେ କଂଗ୍ରେସ ଏବେ ବିଭିର୍ଣ୍ଣ ରାଜ୍ୟରେ ମେଣ୍ଟ କରିବା ପ୍ରୟାସ ସମେତ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା, ଦଳିତ ତଥା ଜାତିବାଦ କାର୍ଡ ଖେଳିବା ଆଦି ପରି ରଣନୀତି ଜାରି ରଖିଛି। ବିଜେପି ମୋଦୀଙ୍କ ଚେହେରା ସମେତ ବିକାଶ ଆଦି ନାମରେ ତାର ରଣନୀତି ଚଲାଇଥିବା ବେଳେ ବିଜେଡି ମଧ୍ୟ ଓଡ଼ିଶାରେ ନବୀନଙ୍କ ଲୋକ ପ୍ରିୟତା ଅକ୍ଷୁର୍ଣ୍ଣ ରହିଥିବା…

"ବିଜେଡି ବଢୁଛି, କଂଗ୍ରେସ ଛିଡୁଛି ଅସ୍ଥିର ବିଜେପି: ନେଡ଼ି ଗୁଡ଼ କହୁଣୀକୁ ବୋହିବା ପୂର୍ବରୁ…"