ଭୋଗବେରିଣୀ ପଂଚାୟତ ପ୍ରତି ଏନ୍.ଟି.ପି.ସି ଥର୍ମାଲର ବୈମାତୃକ ମନୋଭାବ; ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ଅଂଚଳବାସୀ

ଅନୁଗୋଳ, ୧୬/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାର ଏନ୍.ଟି.ପି.ସି ତାଳଚେର ଥର୍ମାଲ ପାୱାର ଷ୍ଟେସନର ସଂଲଗ୍ନ ଭୋଗବେରିଣୀ ପଂଚାୟତକୁ ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ। ଫଳରେ ଅଂଚଳବାସୀ ସମସ୍ତ ପ୍ରକାର ସୁବିଧାସୁଯୋଗରୁ ବଂଚିତ ହେବାସହ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ଗ୍ରାମ ପଂଚାୟତ ତାଳଚେର ଥର୍ମାଲଠାରୁ ଶୂନ୍ୟ କି.ମି ଦୂରରେ ଅବସ୍ଥିତ ରହିଥିଲେ ସୁଦ୍ଧା ଏହାର କର୍ତ୍ତୃପକ୍ଷ ଅଂଚଳବାସୀଙ୍କୁ କୈାଣସି ପ୍ରକାର ସହଯୋଗର ହାତ ବଢ଼ାଉନାହାନ୍ତି। ସରକାରଙ୍କ ନିୟମାନୁସାରେ ପ୍ରତ୍ୟେକ ଶିଳ୍ପାଚଳର ୭କି.ମି ଦୂରତ୍ୱ ମଧ୍ୟରେ ଥିବା ଅଂଚଳ ଗୁଡ଼ିକୁ ତାର ପାରିପାର୍ଶିକ ଉନ୍ନୟନ କାର୍ଯ୍ୟ ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନା ଗମନ ନିମନ୍ତେ ସମସ୍ତ ପ୍ରକାର ସୁବିଧାସୁଯୋଗ…

"ଭୋଗବେରିଣୀ ପଂଚାୟତ ପ୍ରତି ଏନ୍.ଟି.ପି.ସି ଥର୍ମାଲର ବୈମାତୃକ ମନୋଭାବ; ଆଂଚଳିକ ପାରିପାର୍ଶିକ ଉନ୍ନୟନ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ଅଂଚଳବାସୀ"