କର୍ଣ୍ଣାଟକରେ ଓଡିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କର୍ଣ୍ଣାଟକର ଗଭୀର ସମୁଦ୍ରରେ ମାଛ ମାରୁଥିବାବେଳେ ବୋଟରୁ ଖସିପଡି ଜଣେ ଓଡ଼ିଆ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଯାଇଛି। ଏପଟେ ସ୍ୱାମୀକୁ ହରାଇ ସ୍ତ୍ରୀ ଏକା ହୋଇଯାଇଥିବାବେଳେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛି। ଏଭଳି ଏକ ଦୁଃଖଦ ଘଟଣା ବାସୁଦେବପୁର ଥାନା ସୁଦର୍ଶନପୁର ସୁଆଁ ଗ୍ରାମରେ ଘଟିଛି। ସଦାନନ୍ଦ ମଳିକଙ୍କ ପୁଅ ବୁଦ୍ଧିରାମ(୩୭) ଗଭୀର ସମୁଦ୍ର ଭିତରେ ପ୍ରାଣ ହରାଇଥିବା ଖବର ମିଳିଛି। ବୁଦ୍ଧିରାମ ମଳିକ ୬ ମାସ ତଳେ କର୍ଣ୍ଣାଟକର ଉଡୁି ଜିଲା ମାଲପେ ଥାନା ଅଞ୍ଚଳରେ ପିଙ୍କି ନାମକ ବୋଟରେ ମତ୍ସ୍ୟଜୀବୀ ଭାବେ କାମ କରୁଥିଲା। ମାଲପେ ମୁହାଣରୁ ସାଥୀଙ୍କ ସହ ସମୁଦ୍ରକୁ…

"କର୍ଣ୍ଣାଟକରେ ଓଡିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ"

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ କୁଆଁସ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ ପକ୍ଷରୁ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ସଦ୍ଗୁରୁ ପରିବ୍ରାଜକାଚାର୍ଯ୍ୟ ପରମହଂସ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୩୮ତମ ଜନ୍ମ ତିଥିରେ ନୀଳାଚଳ ସାରସ୍ୱତ ସଂଘ ପୁରୀ ଦ୍ୱାରା ପରିଚାଳିତ ଭଦ୍ରକ ନିଗମାନନ୍ଦ ଆଶ୍ରମ ପକ୍ଷରୁ ଆୟୋଜିତ ଏହି ଶିବିରରେ ଭଦ୍ରକ, ବାଲେଶ୍ୱର, କଟକରୁ ଡାକ୍ତରମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୩ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥା ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରୋଗୀଙ୍କ…

"ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ"