କୋରାପୁଟରେ ଭାରତ ବନ୍ଦ

କୋରାପୁଟ ; ତା୧୦-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ଡାକରା ଦେଇଥିବା ଭାରତ ବନ୍ଦ କୋରାପୁଟ ଜିଲାରେ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି। ଜିଲା ସଦର ମହକୁମାରେ କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆଙ୍କ ନେତୃତ୍ୱରେ ବହୁ କର୍ମୀ ଯୋଗ ଦେଇ ଜାତୀୟ ରାଜପଥ ଅବରୋଦ୍ଧ କରିଥିବାବେଳେ ଦଳର ନିବେଦନ କ୍ରମେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଜିଲାରେ ଯାନ ବାହାନ ଚଳାଚଳ ବନ୍ଦ ରହିଥିବାବେଳେ କଂଗ୍ରେସ କର୍ମୀମାନେ ବିଭିନ୍ନ ସରକାରୀ ଅଫିସ ଏବଂ ବ୍ୟାଙ୍କରେ ପିକେଟିଂ କରି ବନ୍ଦ କରାଇଥିଲେ।ବନ୍ଦ ଡାକରା ଯୋଗୁଁ ସହରରେ ଥିବା ପେଟ୍ରୋଲ ପମ୍ପଗୁଡିକ ବନ୍ଦ ରହିଥିଲା। ଜିଲା କାର୍ଯ୍ୟକାରୀ ସଭାପତି…

"କୋରାପୁଟରେ ଭାରତ ବନ୍ଦ"