ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଭ୍ୟାନ୍

କୋରାପୁଟ ;ତା, ୧୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସୋମବାର ଭୋର ସମୟରେ ଏକ ଟମାଟୋ ବୋଝେଇ ଭ୍ୟାନ ସୁନାବେଡା ଥାନା ଡୁମୁରିପୁଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ୨୬ ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ଟରେ ଗାଡି ସବୁ ଅଟକି ରହିଥିଲା। ଓଡି-୧୦ଏଚ୍ /୦୫୮୫ ନମ୍ବର ଏକ ପିକ୍ ଅପ୍ ଭ୍ୟାନ ଆନ୍ଧ୍ର ପ୍ରଦେଶରୁ ଟମାଟୋ ନେଇ ଜୟପୁର ଯାଉଥିବାବେଳେ ଡୁମୁରିପୁଟ ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ରାସ୍ତା ମଝିରେ ଗାଡି ପଡି ରହିବା ଯୋଗୁଁ ଅଳ୍ପ କିଛି ସମୟ ନିମନ୍ତେ ରୋଡ୍ ବ୍ଲକ୍ ହୋଇଥିବାବେଳେ…

"ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଭ୍ୟାନ୍"

ବାଇକରୁ ଖସି ମହିଳା ମୃତ

କୋରାପୁଟ ; ତା୦୯-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ଅପରାହ୍ନରେ ଲକ୍ଷ୍ମିପୁର ଥାନା ଡୁମୁରିପଦର ନିକଟରେ ବାଇକରୁ ଖସିପଡି ଜଣେ ମହିଳା ପ୍ରାଣ ହରାଇଛନ୍ତି। କୋରାପୁଟ ଟିକିରା ସାହିର ସଂଜୀବ କୁମାର ପାତ୍ରଙ୍କ ପତ୍ନୀ ସବିତା ମହାପାତ୍ରଙ୍କ ସହ କୋରାପୁଟରୁ ରାୟଗଡା ଏକ ମୋଟର ସାଇକଲରେ ଯାଉଥିଲେ। ଡୁମୁରିପଦର ନିକଟ ପୋଲରେ ମୋଟର ସାଇକଲ ଛେଛି ହେବାରୁ ସବିତା ଖସି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଂଜୀବ ପତ୍ନୀଙ୍କୁ ଲକ୍ଷ୍ମୀପୁର ହସ୍ପିଟାଲରେ ପହଂଚାଇଥିଲେ କିନ୍ତୁ ଡାକ୍ତର ସବିତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

"ବାଇକରୁ ଖସି ମହିଳା ମୃତ"

ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ

କୋରାପୁଟ ; ତା୦୪-୦୯-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦା ନିକଟରେ କୌଣସି ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୋରାପୁଟ ବ୍ଲକ ଡୁମୁରିପଦର ପଂଚାୟତ ମାଳିଚଲର ଗ୍ରାମର ଅର୍ଜୁନ ଖୀଲ (୪୨)ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ,ମୃତ ଅର୍ଜୁନ ପଟ୍ଟାଙ୍ଗିରୁ ନିଜ ମୋଟର ସାଇକଲ (ଓଆର-୧୦ଜେ ୮୯୪୬) ଯୋଗେ ଘରକୁ ଫେରୁଥିବାବେଳେ କୁନ୍ଦୁଲି ହାଟପଦା ନିକଟରେ କୌଣସି ଗାଡି ଧକ୍କା ଦେବାରୁ ରାସ୍ତା ଉପରେ ପଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ପାଇ ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଘଟଣା ସ୍ଥଳରେ ପହଂଚି ଅର୍ଜୁନଙ୍କୁ ପଟ୍ଟାଙ୍ଗି…

"ଅଜଣା ଗାଡି ଧକ୍କାରେ ବାଇକ୍ ଚାଳକ ମୃତ"

କାର ଓ ବାଇକ ମୁହାଁମୁହିଁ ଧକ୍କା; ୨ ମୃତ ଓ ଜଣେ ଗୁରୁତର

କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ଧାମଣାହାଣ୍ଡି ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବାଦ୍ୱାରା ୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଜନେ ଗୁରୁତର ବ୍ୟକ୍ତି କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଏକ ମଟରସାଇକେଲ ଓଡି୧୦କେ ୪୩୯୯ରେ ଜାମ୍ବଗୁଡାର ଗୋପୀନାଥ ମାଝି, କପ୍ରିଗୁଡାର ପଦମ ମାଝି ଓ ବରଣ୍ଡିର ପାନ ପୂଜାରୀ ଧାମଣାହାଣ୍ଡିରୁ କୋଟପାଡ ଅଭିମୁଖେ ଯାଉଥିବା ବେଳେ ବିପରୀତଦିଗରୁ ଆସୁଥିବା ସିଜି୦୧ଏଲଏଚ୮୯୩୭ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ଖବର ପ୍ରଚାରିତ ହେବ ପରେ ଘଟଣାସ୍ଥଳରେ ପୋଲିସ ପହଂଚି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ…

"କାର ଓ ବାଇକ ମୁହାଁମୁହିଁ ଧକ୍କା; ୨ ମୃତ ଓ ଜଣେ ଗୁରୁତର"

ଟ୍ରକ୍ ଦୁର୍ଘଟଣାଗସ୍ତରୁ ରାଜପଥ ଅବରୋଧ

କୋରାପୁଟ ; ତା୦୬-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୨୬ନଂ ଜାତୀୟ ରାଜପଥ କୋନାବାଲସା ଗେଟ୍ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣା ଗସ୍ତ ହେବାରୁ ଓଡିଶା-ଆନ୍ଧ୍ର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଟ୍ରକଟି ଓଡିଶାରୁ ଆନ୍ଧ୍ର ଯାଉଥିବାବେଳେ ସାଲୁର ଘାଟିରେ ଭାରସାମ୍ୟ ହରାଇ ଗାର୍ଡର୍ୱାଲରେ ବାଡେଇ ହୋଇ ରସ୍ତା ଉପରେ ରହି ଯାଇଥିଲା। ଆନ୍ଧ୍ର ପ୍ରଦେଶ ଦେଇ ଭୁବନେଶ୍ୱର, ବ୍ରହ୍ମପୁରର ଓ ବିଶାଖାପାଟଣାରୁ ଓଡିଶା ଆସୁଥିବା ସମସ୍ତ ଯାତ୍ରୀବାହି ବସ ସେଠାରେ ଅଟକି ରହିଥିଲା। ରାତି ୩ରୁ ସକାଳ ୮ଟା ଯାଏ ଟ୍ରକଟି ରାସ୍ତା ଉପରେ ପଡି ରହିବାରୁ ୫ଘଂଟା କାଳ ଲୋକେ ନାହିଁ ନଥିବା ଅସୁବିଧାରେ ରାତି କଟାଇଲେ। ସକାଳେ ଆନ୍ଧ୍ର ପୁଲିସ…

"ଟ୍ରକ୍ ଦୁର୍ଘଟଣାଗସ୍ତରୁ ରାଜପଥ ଅବରୋଧ"

ଟ୍ରକ ଧକ୍କାରେ ୬ବସ୍ ଯାତ୍ରୀ ଆହତ

କୋରାପୁଟ ; ତା୦୫-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ଭୋର ସମୟରେ ସୁନାବେଡା ଥାନା ଘାଟଗୁଡାରେ ଏକ ଯାତ୍ରୀବାହି ବସକୁ ଅନ୍ୟ ଗୋଟିଏ ଟ୍ରକ ଧକ୍କା ଦେବାରୁ ୬ଜଣ ବସ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ନବରଙ୍ଗପୁରକୁ ଯାଉଥିବା ରାଜ୍ୟ ପରିବହନ ନିଗମର ଏକ ବସ ଯାଉଥିବାବେଳେ ଘାଟଗୁଡା ଗ୍ରାମ ନିକଟରେ ସମୁଖରୁ ଆସୁଥିବା ଏକ ମାଲବାହି ଟ୍ରକ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ବାବୁ ପାଣିଗ୍ରାହି, ଏନ.ଲିମା, ଏମ୍.ହୋତା, ପି.କେ.ସେଠି, ଏଲ.କେ.ନନ୍ଦ, ଏମ୍.ସିଏଚ୍ ପଣ୍ଡା ଆହତ ହୋଇଥିଲେ। ସୂଚନା ପାଇ ସୁନାବେଡା ପୁଲିସ ଘଟଣା ସ୍ଥଳରେ ପହଂଚି ଆହତମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା…

"ଟ୍ରକ ଧକ୍କାରେ ୬ବସ୍ ଯାତ୍ରୀ ଆହତ"

ଟ୍ରକ୍ କୁ ବାଡେଇଲା ବସ୍, ଜଣେ ମୃତ

କୋରାପୁଟ ;ତା୧୮-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କଟକରୁ ଜୟପୁର ଆସୁଥିବା ଏକ ଘରୋଇ ବସ ବୁଧବାର ଭୋର ସମୟରେ ରାମଭତ୍ରପୁରମ୍ ନିକଟରେ ଏକ ଟ୍ରକ ପଛରେ ବାଡେଇବା ହେବା ଯୋଗୁଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତକ ଜଣକ କୋରାପୁଟ ଜିଲା ସୁନାବେଡା୧ ସ୍ଥିତ ଜଗନ୍ନାଥ ମନ୍ଦିର ପୂଜକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ମିଶ୍ର(୨୫)ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମୃତ ପୂର୍ଣଚନ୍ଦ୍ର ନଡିଆ ରାଣୀ ନାମକ ଏକ ଘରୋଇ ବସରେ ଭୁବନେଶ୍ୱରରୁ ସୁନାବେଡା ଫେରୁଥିଲେ। ରାମଭଦ୍ରପୁର୍ମ-ସାଲୁର ମଝିରେ ସେ କୌଣସି କାରଣରୁ ସିଟରୁ ଉଠି ଆସି ଗେଟ୍ ନିକଟରେ ଛିଡା ହୋଇଥିଲେ। ବସଟି ଦୃତ ଗତିରେ ଯାଉଥିବାବେଳେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡରେ…

"ଟ୍ରକ୍ କୁ ବାଡେଇଲା ବସ୍, ଜଣେ ମୃତ"

ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

କୋରାପୁଟ ; ତା୧୦-୦୭-୧୮ (ଓଡିଆପୁଅ/ରଂଜନ କୁମାର ଦାସ) ଦାମନଯୋଡି ନର୍ସରୀ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କୋରାପୁଟ ବ୍ଲକ ମାଥାଲପୁଟ ପଂଚାୟତ ଲଛମଣି ଗ୍ରାମର ପ୍ରଦୀପ ଖରା(୪୦) ବୋଲି ଜଣା ପଡିଛି । ମୃତ ପ୍ରଦୀପ ନାଲକୋର ଏକ ଘରୋଇ କମ୍ପାନୀ ଅଧୀନରେ ମେନେଂଟେନାନ୍ସ ବିଭାଗରେ ଶ୍ରମିକ ଭାବେ କାମ କରୁଥିଲେ । ଆଜି ସଂନ୍ଧ୍ୟାରେ ଡ୍ୟୁଟି ସାରି ନିଜ ମୋଟର ସାଇକଲରେ ଘରକୁ ଫେରୁଥିବାବେଳେ ନର୍ସରୀ ନିକଟରେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ନାଲକୋ ହସ୍ପିଟାଲରେ ଭର୍ତି କରା ଯାଇଥିବାବେଳେ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା…

"ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ"

ଦୁଇ ମୋଟରସାଇକଲ ମୁହାଁମୁହିଁ, ୨ମୃତ, ଜଣେ ଗୁରୁତର ବିଶାଖାପାଟଣା ସ୍ଥାନାନ୍ତରିତ

କୋରାପୁଟ ; ତା୦୮-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସୁନାବେଡା ଥାନା ନିକଟରେ ଦୁଇଟି ମୋଟର ସାଇକଲ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ମୃତ୍ୟୁ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ଜିଲା ପୋଲିସରେ କାର୍ଯ୍ୟରତ ସୁରେଶ କୁମାର ସାଉନ୍ତା ଓ କୋରାପୁଟର ଗାନ୍ଧି ନଗରର ତାପସ କୁମାର ସେଠି। କୋରାପୁଟର ଆଶୁତୋଷ ପ୍ରଧାନ ନାମକ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାପସ ଓ ଆଶୁତୋଷ କୋରାପୁଟ ଆସୁଥିବା ବେଳେ ସୁରେଶ କୋରାପୁଟରୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ସୁନାବେଡା ପୋଲିସ ଗାଡିରେ ୩ ଜଣଙ୍କୁ କୋରାପୁଟ ଡାକ୍ତରଖାନା ଅଣାଯାଇଥିଲା।କୋରାପୁଟ ଡାକ୍ତରଖାନାରେ ସୁରେଶ ଓ ତାପସଙ୍କ ମୃତ୍ୟୁ ହୋଇଯାଇଥିବା…

"ଦୁଇ ମୋଟରସାଇକଲ ମୁହାଁମୁହିଁ, ୨ମୃତ, ଜଣେ ଗୁରୁତର ବିଶାଖାପାଟଣା ସ୍ଥାନାନ୍ତରିତ"

ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ୨ ଗୁରୁତର

କୋରାପୁଟ ; ତା୦୬-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଡଙ୍ଗରି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ରାସ୍ତା କଡ ନାଳକୁ ଖସି ପଡିବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ନାରାୟଣ ପାଟଣା ବ୍ଲକ କର୍ମଚାରୀ ମନୋରଞ୍ଜନ ଦାଶ ଓ ରାଇ ପାତ୍ର ବୋଲି ଜଣା ପଡିଛି। ଉଭୟେ କାଲି ରାତିରେ ଓଡି-୩୩ଏସ ୪୮୭୦ ନମ୍ବର ଏକ କାରରେ ନାରାୟଣପାଟଣାରୁ କୋରାପୁଟ ଫେରୁଥିବାବେଳେ ଡଙ୍ଗରି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଖାଲକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର…

"ଭାରସାମ୍ୟ ହରାଇ ନାଳକୁ ଖସିଲା କାର୍, ୨ ଗୁରୁତର"