ନୂଆପଡା-ଜଙ୍ଗଲୀ ଭାଲୁ ଆକ୍ରମଣରେ ଦୁଇ ଗୁରୁତର

ନୂଆପଡା-୧୦/୮-(ନନ୍ଦିଘୋଶ ଖମାରୀ)-ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲର୍କୀ ଗ୍ରାମରେ ଆଜି ସକାଲୁ ଚାଷ ଜମିକୁ ଯାଇଥିବା ଜଣେ ଯୁବକ ଓ ୬୫ ବର୍ଷୀୟ ବୃଦ୍ଧାଙ୍କୁ ଏକ ଜଙ୍ଗଳୀ ଭାଲୁ ଆକ୍ରମଣ କରିଛି । ମିଲିଥିବା ଖବର ଅନୁସାରେ ଆହତ ଦୁଇଜଣ ହେଲେ ନିବାସ ନିଆଲ ଓ ୟାଦ ବିଶ୍ବାଲ ବୋଲି ଜଣାପଡିଛି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଈଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଥିଲା । ଉଭୟ ଗୁରୁତର ଆହତ ଥିବାରୁ ଏମାନଙ୍କୁ ଜିଲ୍ଲା ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠା ଯାଇଛି ।

"ନୂଆପଡା-ଜଙ୍ଗଲୀ ଭାଲୁ ଆକ୍ରମଣରେ ଦୁଇ ଗୁରୁତର"