ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ

ମୁଖ୍ୟ କଥା:
– ସୁପ୍ରିମ କୋର୍ଟ କେସ୍ କୁ ବଡ଼ ବେଞ୍ଚକୁ ରେଫର କଲେ
– ସୁପ୍ରିମ କୋର୍ଟରେ ନାଜ ଫାଉଣ୍ଡେସନ ଦାଖଲ କରିଥିଲେ ଯାଚିକା
– ସୁପ୍ରିମ କୋର୍ଟ IPC ର ଧାରା 377 ରେ ପରିବର୍ତ୍ତନ କରିବା ପାଇଁ ମନା କରିଥିଲେ

ନୂଆଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ସମଲୈଙ୍ଗିକତା (ସମଲିଙ୍ଗି ଯୌନ ସଂମ୍ପର୍କ) ମାମଲାରେ ସୁପ୍ରିମ କୋର୍ଟ ସୋମବାରଦିନ ଏକ ଯାଚିକା ଉପରେ ଶୁଣାଣି କରି କହିଲେ କି କୋର୍ଟ ନିଜର ଫଇସଲା ଉପରେ ପୁନର୍ବିଚାର କରିବେ। ଏହି ମାମଲା ଏବେ ଉଚ୍ଚ ଖଣ୍ଡପୀଠକୁ ପଠାଇ ଦିଆଯାଇଛି।

ସୁପ୍ରିମ କୋର୍ଟ ଆଇପିସିର ଧାରା ୩୭୭ ଅର୍ଥାତ ସମଲୈଙ୍ଗିକତାକୁ ଅପରାଧ କହୁଥିବା ଧାରାକୁ ଠିକ୍ ବୋଲି କହୁଥିବା ଧାରାର ଉପରେ ନିଜର ଫଇସଲା ଉପରେ ପୁନର୍ବିଚାର କରିବା ପାଇଁ ମାମଲାକୁ ବଡ ବେଞ୍ଚକୁ ରେଫର କରିଛନ୍ତି।

ସୁପ୍ରିମ କୋର୍ଟରେ ନାଜ ଫାଉଣ୍ଡେସନ ଦଲୀଲ ଦେଇଥିଲେକି କୋର୍ଟର ଫଇସଲା ଉପରେ ପୁନଃ ବିଚାର କରିବାର ଆବଶ୍ୟକତା ଅଛି। କାରଣ ଆମକୁ ଲାଗୁଛି କି ଏଥିରେ ସମ୍ବିଧାନିକ ମୁଦା ଜଡ଼ିତ। ଦୁଇଟି ବୟସ୍କଙ୍କର ମଧ୍ୟରେ ଶାରୀରିକ ସମ୍ବନ୍ଧ କ’ଣ ଅପରାଧ? ଏହା ଉପରେ ଯୁକ୍ତି ଜରୁରୀ ଅଟେ। ନିଜର ଇଚ୍ଛାରେ କାହାକୁ ଚୟନ କରିବା ଭୟର ବାତାବରଣରେ ରହିବା କଥା ନୁହେଁ। କୌଣସି ଇଚ୍ଛା ଆଇନର ଚାରି ପଟେ ରହିପାରିବ ନାହିଁ। କିନ୍ତୁ ସମସ୍ତଙ୍କୁ ଅନୁଚ୍ଛେଦ ୨୧ ଅନୁଯାୟୀ ବଞ୍ଚିବାର ଅଧିକାର ଅନୁଯାୟୀ ଆଇନର ପରିସରରେ ରହିବାର ଅଧିକାର ଅଛି।

ପ୍ରାଇଭେସୀକୁ ସମଲୈଙ୍ଗିକତାର ଅଧିକାରରେ କ’ଣ ପାଇଁ ଜୋଡାଯିବ …

ନାଜ ଫାଉଣ୍ଡେସନଦ୍ୱାରା ଯାଚିକାରେ କୁହାଯାଇଛିଯେ, ସାମାଜିକ ନୈତିକତା ସମୟ ସହିତ ବଦଳିଥାଏ। ସେହିପରି ଆଇନ ମଧ୍ୟ ସମୟର ସହିତ ବଦଳିଥାଏ। ସୁପ୍ରିମ କୋର୍ଟ ଏହି ମାମଲା ଉପରେ କେନ୍ଦ୍ର ସରକାରଙ୍କୁ ନିଜର ପକ୍ଷ ରଖିବାକୁ କହିଛନ୍ତି।
ସୂଚନାଯୋଗ୍ୟଯେ, ସୁପ୍ରିମ କୋର୍ଟରେ ନବତେଜ ସିଂହ ଜୌହର, ସୁନୀଲ ମେହରା, ଅମନ ନାଥ, ରିତୁ ଡାଲମିଆଁ ଏବଂ ଆୟାଶା କାପୁର, ଯାଚିକା ଦାଖଲ କରି ସୁପ୍ରିମ କୋର୍ଟକୁ ସମଲୈଙ୍ଗିକଙ୍କର ସମ୍ବନ୍ଧ ବନାଇବା ଉପରେ ଆଇପିସି ୩୭୭ ର କାର୍ଯ୍ୟାନୁଷ୍ଠାନରେ କୋର୍ଟର ଫଇସଲା ଉପରେ ବିଚାର କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତିଯେ, ଏହି କାରଣରୁ ସେ ଭୟଭୀତ ହୋଇ ଜୀବନଯାପନ କରୁଛନ୍ତି ଏବଂ ତାଙ୍କର ଅଧିକାର ଭଙ୍ଗ ହେଉଛି।

 

ଏଡ୍ସର ବିରୁଦ୍ଧରେ ଦେଶରେ ଜାରି ଲଡାଇରେ ଏକ ସମଲୈଂଗିକ ରାଜକୁମାର ସବୁଠାରୁ ଆଗରେ…

ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ ସମଲୈଂଗିକ ଯୌନ ସମ୍ବନ୍ଧ (ପୁରୁଷ-ପୁରୁଷ ତଥା ମହିଳା-ମହିଳା) ସ୍ଥାପିତ କରିବାକୁ ଅପରାଧ ମାନାଯାଇଥାଏ। ଯାହାଦ୍ୱାରା ନାଜ ଫାଉଣ୍ଡେସନ ମାମଲାରେ ଦିଆ ଯାଇଥିବା ଫଇସଲାରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଭୁଲ୍ ଦର୍ଶାଇ ଥିଲେ ଏବଂ ଏହାକୁ ଅପରାଧର ଶ୍ରେଣୀରୁ ବାହାର କରିଥିଲେ। କିନ୍ତୁ କିଛି ବର୍ଷ ପରେ ସୁପ୍ରିମ କୋର୍ଟ ହାଇକୋର୍ଟର ଫଇସଲାକୁ ପଲଟାଇ ଧାରା ୩୭୭ ଅର୍ଥାତ ହୋମୋସେକ୍ସୁଅଲିଟୀକୁ ପୁନଃ ଅପରାଧ ବୋଲି ମାନିଥିଲେ।

ସୁପ୍ରିମ କୋର୍ଟର ଏହି ଫଇସଲାକୁ ଭୁଲ ବୋଲି ଦର୍ଶାଇ ୨ଫେବୃଆରୀରେ ବରିଷ୍ଠ ଓକୀଲ କପିଲ ସିବ୍ବଲ କୋର୍ଟରେ କହିଥିଲେକି ଦୁଇଟି ବୟସ୍କଙ୍କର ମଧ୍ୟରେ ବନ୍ଦ କୋଠରୀରେ ଆପୋଷ ବୁଝାମଣାରେ ବନାଯାଇଥିବା ସମ୍ବନ୍ଧ ସମ୍ବିଧାନିକ ଅଧିକାରର ଅଂଶ ଅଟେ। ଅବଶ୍ୟ ଅଦାଲତରେ ଉପସ୍ଥିତ ଚର୍ଚ୍ଚର ଓକୀଲ ଏବଂ ମୁସଲିମ ପର୍ସନଲ ଲ ବୋର୍ଡର ଓକୀଲ ଏହି ଯାଚିକାର ବିରୋଧ କରିଥିଲେ। ତତ୍କାଲୀନ ମୁଖ୍ୟ ବିଟାରପତି ଟି.ଏସ.ଠାକୁର ମାମଲାରକୁ ପାଞ୍ଚ ଜଣା ବିଚାରପତିଙ୍କର ଖଣ୍ଡପୀଠକୁ ପଠାଇଦେଇଥିଲେ।

ସୂଚନାଯୋଗ୍ୟଯେ, ଫଇସଲା ଶୁଣାଇବା ସମୟରେ ସୁପ୍ରିମ କୋର୍ଟ IPCର ଧାରା ୩୭୭ ରେ ପରିବର୍ତ୍ତନ କରିବାପାଇଁ ମନା କରିଥିଲେ ଏବଂ କହିଥିଲେକି ଆଇନରେ ପରିବର୍ତ୍ତନ କରିବା ସଂସଦର କାମ।

Leave a Reply

Your email address will not be published. Required fields are marked *