ଶୁଙ୍ଗି ବିସ୍ପୋରଣ ଘଟଣାରେ ଜଡିତ ଅଭିଯୋଗରେ ହାଡକୋର ମାଓବାଦୀ ଗିରଫ

କୋରାପୁଟ ୦୫/୦୭ (ଓଡିଆପୁଅ/ରଂଜନ କୁମାର ଦାସ) ଶୁଙ୍ଗି ବିସ୍ପୋରଣ ଘଟଣାରେ ଜଡିତ ଅଭିଯୋଗରେ ଜଣେ ହାଡକୋର ମାଓବାଦୀ ମାଦାବି ବାଣ୍ଡିକୁ ଆଜି ଗିରଫ କରାଯାଇ କୋରାପୁଟ ଏସଡିଜିଏମ କୋର୍ଟରେ କ୍ରାଇମ ବ୍ରାଂଚ ହାଜର କରିଥିଲେ ବୋଲି ଜଣାପଡିଛି। ଛତିଶଗଡର କାଂଟାର ପାଲିଂପାଲି ଗ୍ରାମର ହାଡକୋର ମାଓବାଦୀ ମାଦାବି ବାଣ୍ଡିକୁ କ୍ରାଇମ ବ୍ରାଂଚ ପଟ୍ଟାଙ୍ଗୀ ଅଂଚଲରୁ ଗିରଫ କରି କୋର୍ଟ ଆଣିଥିଲେ ଓ ଜାମିନ ଆବେଦନ କରାଯାଇ ନ ଥିବାରୁ ଜେଲକୁ ପଠାଯାଇଥଲା ବୋଲି ସରକାରୀ ଓକିଲ ପ୍ରମୋଦ କୁମାର ପାଢୀ ପ୍ରକାଶ କରିଥିଲେ। ମାଦାବି ନାଁ ରେ ୧୨ ଟି କେସ ରହିଥିବା ସେ ସୂଚନା ଦେଇଥିଲେ। କ୍ରାଇମ ବ୍ରାଂଚ ଡିଏସପି ପ୍ରଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୟରେ କଡା ସୁରକ୍ଷାରେ କୋରାପୁଟ କୋର୍ଟକୁ ଅଣାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ମାସ ୧ ତାରିଖ ଦିନ ଶୁଙ୍ଗିର ମୁଙ୍ଗାରିଗୁମିଠାରେ ପୋଲିସ ଭ୍ୟାନକୁ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଉଡାଇଦେଇଥିଲେ ଯେଉଁଥିରେ ଜଗତସିଂପୁର ଜିଲ୍ଲାର ରଘୁନାଥପୁର ଗ୍ରମାର ହରେକୃଷ୍ଣ ପୁଷ୍ଟି , କଟକ ନିଆଲିର ପ୍ରଦୀପ୍ତ କୁମାର ରାଉତ, କେଉଁଝର ରାଇସୁଆନର ସୁବ୍ରଣ କୁମାର ରାଜ, କୋରାପୁଟ ଜିଲ୍ଲା କାକୁଆର ସୋମନାଥ ଶିଶା, କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ପାଛିଆର ତୁଲସୀଧର ମାଝି, କେଉଁଝର ଚୁଟିଆପୁସିର ସଂଜୟ କୁମାର ଦାସ ,ଢେଙ୍କାନାଲ ଗୋଡିସାହିର ଅରୁଣ କୁମାର ନାୟକ ଓ କେଉଁଝର ଗୋବିନ୍ଦପୁରର ଗଣେଷ ପ୍ରସାଦ ସା ପ୍ରମୁଖ ସହୀଦ ହୋଇଥିଲେ।

Leave a Reply

Your email address will not be published. Required fields are marked *