ମଙ୍ଗଳଗ୍ରହରେ ମିଳିଲା ପ୍ରାଚୀନ ମିଶରର ମହିଳା ସୈନିକଙ୍କର ମୂର୍ତ୍ତି

ନୂଆ ଦିଲ୍ଲୀ ୨୯-୪ (ଓଡ଼ିଆ ପୁଅ) ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିବା ବୈଜ୍ଞାନିକ ନାସାର ଅନୁସନ୍ଧାନକାରୀ ଯାନ କ୍ୟୁରିୟୋସିଟି ରୋବରରୁ ମିଳିଥିବା ପ୍ରତ୍ୟେକ ସୂଚନାକୁ ନୀରିକ୍ଷଣ କରିବା ପରେ ବୈଜ୍ଞାନିକମାନଙ୍କ ହାତରେ ଏମିତି କିଛି ସୂଚନା ଲାଗିଛି, ଯାହାଫଳରେ ଏଠାରେ ଜୀବନଥିବା ସମ୍ଭାବନାର ଆଶଂଙ୍କା ପୁଣି ବଢ଼ିଯାଇଛି।

ମଙ୍ଗଳ ଗ୍ରହ ଉପରେ ଗବେଷଣା କରୁଥିବା ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂସ୍ଥା ନାସାର ମାନବ ରହିତ ଯାନ କ୍ୟୁରିୟୋସିଟି ରୋବର କିଛି ଫଟୋ ପଠାଇଛି। ଏହି ଫଟୋ ଗୁଡ଼ିକ ମଧ୍ୟରେ ମଙ୍ଗଳରେ ଥିବା ଏକ ପଥରର ଏକ ଅଂଶରୁ ପ୍ରାଚୀନ ମିଶରର ମହିଳା ସୈନିକଙ୍କର ମୂର୍ତ୍ତିର ମସ୍ତିସ୍କ ଭାଗ ନଜର ଆସୁଛି ଏହି ଖୁଲାସା ବ୍ରିଷ୍ଟଲରେ ରହୁଥିବା ଅନ୍ତରୀକ୍ଷ ବିଷୟ ଉପରେ ଖବର ଲେଖୁଥିବା ପତ୍ରକାର ଜୋ ହ୍ୱାଇଟ କରିଛନ୍ତି। ସେ ଦୃଢ଼ୋକ୍ତି କରିଛନ୍ତିଯେ, ମଙ୍ଗଳ ଗ୍ରହରେ କୌଣସି ସମୟ ଜୀବନର ଉପସ୍ଥିତି ଥିଲା ବୋଲି।

ଜୋ କହିଛନ୍ତି କି ମୂର୍ତ୍ତିର ଏହି ଭାଗ ସେ ମଙ୍ଗଳ ଗ୍ରହର ଗେଲ କ୍ରେଟରରେ ଦେଖାଯାଇଅଛି। ଏହା ରୋବର ଦ୍ଵାରା ନିକଟରେ ପଠାଯାଇଥିବା ଏକ ଫଟୋରେ ନଜର ଆସିଛି। ଜୋ କହିଛନ୍ତି କି ଏହି ଛୋଟ-ଛୋଟ କଳାତ୍ମକ ବସ୍ତୁ ଏହି କଥାର ପ୍ରମାଣଦିଏଯେ, ଏଠାରେ କୌଣସି ସଭ୍ୟତା ନିଶ୍ଚିତ ଥିଲା। ଜୋଙ୍କର ନିଜର ୟୁ-ଟ୍ୟୁବ ଚ୍ୟାନେଲ ଆର୍ଟ ଏଲିୟନ ଟିଭି ଅଛି। ସେଥିପାଇଁ ସେ ନାସା ଦ୍ୱାରା ଜାରି ହୋଇଥିବା ଫଟୋ ଉପରେ ଗବେଷଣା କରିଥାନ୍ତି। ଏହି ଗବେଷଣାରେ ତାଙ୍କୁ ଏହି ତଥ୍ୟ ସାମନାକୁ ଆସିଛି।

ପ୍ରାଚୀନ ମିଶରର ମହିଳା ସୈନିକଥିବା ଜୋଙ୍କର ଭିଡ଼ିଓ ହଜାର ହଜାର ସଂଖ୍ୟାରେ ଲୋକ ଦେଖିସାରିଲେଣି। ଏହା ପୂର୍ବରୁ ୟୁନିଭର୍ସିଟି ଅଫ ବକିଂଘମରେ ଏଷ୍ଟ୍ରୋବାୟୋଲଜିଷ୍ଟ ବୈରୀ ଡିଗ୍ରେଗୋରିୟୋ ମଧ୍ୟ ମଙ୍ଗଳ ଉପରେ କୌଣସି ସମୟରେ ସଭ୍ୟତା ଉପସ୍ଥିତ ହେବାର ଦୃଢ଼ୋକ୍ତି କରିଥିଲେ। (Images from Mars (Source: YouTube: ArtAlienTV – MARS ZOO)

Leave a Reply

Your email address will not be published. Required fields are marked *