ad
ଆନ୍ତର୍ଜାତୀୟ

ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତି ଉପରେ ଭାରତୀୟ ସଶସ୍ତ୍ର ବାହିନୀର ବିବୃତି

ନୂଆ ଦିଲ୍ଲୀ ୨୮-୨ (ଓଡ଼ିଆ ପୁଅ) ଭାରତୀୟ ବାୟୁସେନାର ଏୟାରଭାଇସ ମାର୍ଶଲ ରବି କାପୁର, ଭାରତୀୟ ସ୍ଥଳସେନାର ମେଜର ଜେନେରାଲ ସୁରିନ୍ଦର ମହଲ ଏବଂ ଭାରତୀୟ ନୌସେନାର ରିୟର ଆଡମିରାଲ ଡି.ଏସ.ଗୁଜୁରାଲଙ୍କ ବିବୃତି ନିମ୍ନରେ ଦିଆଗଲା –

ଭାରତୀୟ ବାୟୁସେନା :

୨୭ ଫେବୃଆରୀ ୨୦୧୯ ପାଖାପାଖି ପୂର୍ବାହ୍ନ ୧୦ଟା ସମୟରେ ଭାରତୀୟ ବାୟୁସେନାର ରାଡାରରେ କେତେକ ପାକିସ୍ତାନୀ ବାୟୁସେନା ବିମାନ ଝାଙ୍ଗର ଅଂଚଳରେ ଭାରତୀୟ ସୀମା ଆଡକୁ ଆସୁଥିବାର ଦେଖାଯାଇଥିଲା। ସେମାନେ ସୁନ୍ଦରବନୀ କ୍ଷେତ୍ରର ରଜୋରୀର ପଶ୍ଚିମରେ ଭାରତୀୟ ବାୟୁସୀମାର ଉଲଂଘନ କରିଥିଲେ।

ଏହି ଯୁଦ୍ଧ ବିମାନଗୁଡିକ ବିଭିନ୍ନ ସ୍ତରରେ ଥିବା ଦେଖାଯାଇଥିଲା। ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନଗୁଡିକୁ ଯବାବ ଦେବା ଲାଗି ଭାରତୀୟ ବାୟୁସେନାର ମିଗ-୨୧ ବିସନ, ସୁ-୩୦ ଏମକେଆଇ, ମିରେଜ ୨୦୦୦ ଭଳି ଯୁଦ୍ଧ ବିମାନକୁ ନିୟୋଜିତ କରାଯାଇଥିଲା। ପାକିସ୍ତାନୀ ବାୟୁସେନାର ବିମାନଗୁଡିକ ଭାରତର ସାମରିକ ପ୍ରତିଷ୍ଠାନ ଉପରକୁ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ ମାତ୍ର ଭାରତୀୟ ବାୟୁସେନାର ବିମାନ ଏହି ପ୍ରୟାସକୁ ନିଷ୍ଫଳ କରିଥିଲା। ଯଦିଓ ପାକିସ୍ତାନୀ ବାୟୁସେନାର ବୋମା ଭାରତୀୟ ସେନା ପ୍ରତିଷ୍ଠାନରେ ପଡିଥିଲା ତେବେ ଏହା ଆମର ସାମରୀକ ଭିତିଭୂମିର କୌଣସି କ୍ଷତି କରିପାରିନଥିଲା। ଭାରତୀୟ ବାୟୁସେନାର ମିଗ-୨୧ ବିସନ ଜବାବି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୋଟିଏ ଏଫ-୧୬ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇବାରେ ସଫଳ ହୋଇଥିଲା। ଏହି ଏଫ-୧୬ ବିମାନ ଧ୍ୱଂସ ହୋଇ ନିୟନ୍ତ୍ରଣ ରେଖା ଆରପଟେ ପାକ ଅଧିକୃତ ଜାମ୍ମୁ-କାଶ୍ମୀରରେ ଖସି ପଡିଥିଲା।

ଭାରତୀୟ ବାୟୁସେନାର ଗୋଟିଏ ମିଗ-୨୧ ବିମାନ ଏହି ଆକାଶ ମାର୍ଗର ଜବାବି କାର୍ଯ୍ୟାନୁଷ୍ଠାନରେ କ୍ଷତିଗ୍ରସ୍ତ ହୋଇଥିଲା ତେବେ ଏହାର ପାଇଲଟ ପାରାଚୁଟ ଯୋଗେ ନିରାପଦ ଭାବେ ପ୍ରାଣରକ୍ଷା କରିଥିଲେ ହେଁ ସେ ପାକ ଅଧିକୃତ ଜାମ୍ମୁ-କାଶ୍ମୀରରେ ଓହ୍ଲାଇ ପଡିଥିଲେ। ସେଠାରେ ତାଙ୍କୁ ପାକିସ୍ତାନୀ ସେନା ନିଜ କବଜାକୁ ନେଇ ଯାଇଥିଲା।

ତେବେ ପାକିସ୍ତାନ ପକ୍ଷରୁ ଲଗାତାର ଭାବେ ଅନେକ ତୃଟିପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା।

୧) ପ୍ରଥମେ ଏହି ଭୁଲ ସୂଚନା ଦିଆଯାଇଥିଲା ଯେ, ୨ଟି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦିଆଯାଇଛି ଏବଂ ୩ଜଣ ପାଇଲଟଙ୍କୁ ବନ୍ଦୀ ରଖାଯାଇଛି। ପରବର୍ତି ସମୟରେ ଏହି ତଥ୍ୟ ସଂଶୋଧିତ ହୋଇ ୨ଟି ବାୟୁସେନା ଯୁଦ୍ଧ ବିମାନ ଏବଂ ୨ଜଣ ପାଇଲଟକୁ ଖସି ଆସିଥିଲା। ତେବେ ପ୍ରକୃତ କଥା ହେଉଛି ପାକ ଅଧିକୃତ ଜାମ୍ମୁ-କାଶ୍ମୀରରେ ୨ଟି ପାରାଚୁଟ ଖସିଥିବା ଭାରତୀୟ ସେନାର ୟୁନିଟ ଦେଖିପାରିଥିଲେ। ଏଥିରେ ୨ଜଣ ଏଫ-୧୬ ପାଇଲଟ ଥିଲେ ଯେଉଁମାନଙ୍କୁ ଭାରତୀୟ ବାୟୁସେନାର ମିଗ-୨୧ ବିସନ ଜବାବି ଆକ୍ରମଣ କରି ଖସାଇ ଦେଇଥିଲା। ବିଳମ୍ଭିତ ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଜଣେ ଭାରତୀୟ ପାଇଲଟ ସେମାନଙ୍କ କବଜାରେ ଥିବା କୁହାଯାଇଥିଲା। ତେଣୁ ବିଳମ୍ଭିତ ସନ୍ଧ୍ୟାରେ ହିଁ ପାକିସ୍ତାନ ପ୍ରକୃତ ତଥ୍ୟ ସାମନାକୁ ଆଣିଥିଲା।

୨) ଦ୍ୱିତୀୟରେ ପାକିସ୍ତାନ ପକ୍ଷରୁ ଦାବି କରାଯାଇଥିଲା ଯେ, ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଖାଲିସ୍ଥାନରେ ବୋମା ବର୍ଷଣ କରିଥିଲେ ଯେଉଁଠି କେହି ଲୋକ କିମ୍ବା ସାମରିକ ପୋଷ୍ଟ ନଥିଲା। ତେବେ ପ୍ରକୃତ ତଥ୍ୟ ହେଉଛି ଯେ, ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନଗୁଡିକ ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରକୁ ଆକ୍ରମଣ କରିଥିଲେ। ତେବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସେମାନଙ୍କ ଏହି ଯୋଜନାକୁ ପଣ୍ଡ କରିଥିଲା। ଯଦିଓ ପାକିସ୍ତାନୀ ବାୟୁସେନାର ବୋମା ଭାରତୀୟ ସୈନ୍ୟ ପ୍ରତିଷ୍ଠାନରେ ପଡିଥିଲା, ଏହାଦ୍ୱାରା କୌଣସି କ୍ଷତି ହୋଇନଥିଲା। ଭାରତୀୟ ବାୟୁସେନାର ତତ୍କାଳ ଜବାବି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ସମ୍ଭବ ହୋଇଥିଲା।

୩) ପାକିସ୍ତାନ ପକ୍ଷରୁ ଆହୁରି କୁହାଯାଇଥିଲା ଯେ, ଏହି ଅପରେସନରେ କୌଣସି ଏଫ-୧୬ ବିମାନ ଉପଯୋଗ କରାଯାଇନଥିଲା ଏବଂ ଭାରତୀୟ ବାୟୁସେନା ଦ୍ୱାରା କୌଣସି ପାକିସ୍ତାନୀ ଯୁଦ୍ଧ ବିମାନକୁ ତଳକୁ ଖସାଇ ଦିଆଯାଇ ନାହିଁ। କିନ୍ତୁ ଏହି ଅଭିଯାନରେ ଏଫ-୧୬ର ଉପଯୋଗ ସଂକ୍ରାନ୍ତରେ ଯଥେଷ୍ଟ ପ୍ରମାଣ ରହିଛି ଏବଂ ପାକିସ୍ତାନ ଏହି ତଥ୍ୟକୁ ଲୁଚାଇବାକୁ ପ୍ରୟାସ କରୁଛି। ଆହୁରି କେବଳ ଏଫ-୧୬ ପାକିସ୍ତାନୀ ବାୟୁସେନା ବିମାନରେ ଉପଯୋଗ ହୋଇପାରୁଥିବା ଆକାଶରୁ ଆକାଶକୁ ଆକ୍ରମଣ କ୍ଷମତା ସମ୍ପନ୍ନ ଆମ୍ରାମ କ୍ଷେପଣାସ୍ତ୍ର ଭାରତୀୟ ସୀମା ମଧ୍ୟରେ ରାଜୋରିର ପୂର୍ବ ଦିଗରୁ ଉଦ୍ଧାର କରାଯାଇଛି। ତେଣୁ ଏହି ତଥ୍ୟ ସ୍ପଷ୍ଟ ଯେ, ଭାରତୀୟ ବାୟୁସେନାର ମିଗ-୨୧ ବିସନ ଯୁଦ୍ଧ ବିମାନ ଦ୍ୱାରା ଗୋଟିଏ ଏଫ-୧୬ ପାକିସ୍ତାନୀ ବାୟୁସେନା ବିମାନ ଖସାଇ ଦିଆଯାଇଛି।

୪) ଭାରତୀୟ ବାୟୁସେନା ନିକଟରେ ଜାଣିବାକୁ ପାଇଛି ଯେ, ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ଛାଡିବା ଲାଗି ପାକିସ୍ତାନ ଘୋଷଣା କରିଛି। ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫେରିବାକୁ ଭାରତୀୟ ବାୟୁସେନା ଅପେକ୍ଷା କରି ରହିଛି।

ଭାରତୀୟ ସ୍ଥଳସେନା :

ଭାରତୀୟ ବାୟୁସେନାର ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜବାବରେ ପାକିସ୍ତାନ ପକ୍ଷରୁ ଲଗାତାର ଭାବେ ସୁନ୍ଦରବନୀ, ଭୀମବାରଗଲି, ନୌସେରା ଏବଂ କ୍ରିଷ୍ଣାଘାଟୀ ଅଂଚଳରେ ୨୬, ଫେବୃଆରୀ ୨୦୧୯ ଦିନ ସନ୍ଧ୍ୟା ୫ଟା ଠାରୁ ଏବଂ ପରେ ରାତ୍ରୀରେ ଅସ୍ତ୍ରବିରତି ଉଲଂଘନ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଉପଯୁକ୍ତ ଢ଼ଙ୍ଗରେ ଏହାର ପାଲଟା ଜବାବ ଦିଆଯାଇଥିଲା।

ଯାହା ମୋର ବାୟୁସେନା ପ୍ରତିପକ୍ଷ ବିସ୍ତୃତ ଭାବେ କହିଲେ, ୨୭ ଫେବୃଆରୀ ୨୦୧୯ରେ ପାକିସ୍ତାନୀ ବାୟୁସେନା ଜାମ୍ମୁ-କାଶ୍ମୀରରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା। ବିଶେଷକରି ସେମାନେ ଏକ ବ୍ରିଗେଡ ମୁଖ୍ୟାଳୟ, ଏକ ବାଟାଲିୟନ ମୁଖ୍ୟାଳୟ, ଫରୱାର୍ଡ ଡିଫେନ୍ସ ଏବଂ ଲଜିଷ୍ଟିକ ସଂସ୍ଥାନ ଉପରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ। ତେବେ ନିୟନ୍ତ୍ରଣ ରେଖା ନିକଟରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ହେତୁ, ଆମର ସେନା ବାହିନୀ ଦ୍ୱାରା ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଫଳରେ ପାକିସ୍ତାନୀ ବାୟୁସେନାର ଉଦ୍ୟମ ପଣ୍ଡ ହୋଇଥିଲା।

ଆମେ ଲଗାତାର ଭାବେ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେଖା ଉପରେ କଡା ନଜର ରଖିଛୁ। ଆମର ଭୂମିଗତ ବିମାନ ପ୍ରତିରକ୍ଷା ଶସ୍ତ୍ର ବ୍ୟବସ୍ଥାକୁ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ସଜାଗ ରଖାଯାଇଛି। ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି। ମୁଁ ଦେଶକୁ ଏହି ଆଶ୍ୱସ୍ତି ଦେବାକୁ ଚାହେଁ ଯେ, ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ଏବଂ ପାକିସ୍ତାନ ପକ୍ଷରୁ କୌଣସି ପ୍ରକାର ଦୁଃସାହସକୁ କଡା ଜବାବ ଦେବା ଲାଗି ଉଚ୍ଚ ସ୍ତରର ପ୍ରସ୍ତୁତି କରିଛୁ।

ବର୍ତମାନର ଘଟଣାବଳୀ ସତ୍ୱେ ଭାରତୀୟ ସେନା ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ବାଜାୟ ରଖିବା ଲାଗି ପ୍ରତିବଦ୍ଧ। ଭାରତର ନାଗରିକଙ୍କ ପ୍ରତି ଷଡଯନ୍ତ୍ର କରୁଥିବା ସଂସ୍ଥା ବିରୁଦ୍ଧରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ନେବୁ।

ଭାରତୀୟ ନୌସେନା :

ସାମୁଦ୍ରିକ କ୍ଷେତ୍ରରେ ପାକିସ୍ତାନ ଦ୍ୱାରା କୌଣସି ପ୍ରକାରର ଦୁଃସାହସର ମୁକାବିଲା, ନିରାକରଣ ଏବଂ ପରାହତ ପାଇଁ ୩ଟି ସ୍ତର – ସ୍ଥଳ, ସମୁଦ୍ର ଏବଂ ବାୟୁରେ ସମ୍ପୂର୍ଣ୍ଣ ଭାବେ ଉଚ୍ଚସ୍ତରୀୟ ପ୍ରସ୍ତୁତି ନେଇ ଭାରତୀୟ ନୌସେନା ନିୟୋଜିତ ରହିଛି। ଆବଶ୍ୟକତା ପଡିଲେ ଦୃଢ଼, ସଠିକ ଏବଂ ସଂକଳ୍ପବଦ୍ଧ ଜବାବ ଦେବାକୁ ମୁଁ ପ୍ରତିଶୃତି ଦେଉଛି। ରାଷ୍ଟ୍ର ଏବଂ ଆମର ନାଗରିକମାନଙ୍କ ସୁରକ୍ଷା ଏବଂ ନିରାପତା ଲାଗି ଆମେ ସ୍ଥଳସେନା ଏବଂ ବାୟୁସେନା ସହିତ ଏକ ହୋଇ ରହିଛୁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top