ଶ୍ରୀଲଙ୍କାରେ ମୁସ୍ଲିମ-ବୌଦ୍ଧମାନଙ୍କ ମଧ୍ୟରେ ହିଂସା ପରେ ଲାଗିଲା ଆପାତକାଳ!

କଲୋମ୍ବୋ ୬-୩ (ଓଡ଼ିଆ ପୁଅ) ଶ୍ରୀଲଙ୍କା ସରକାର ଦେଶରେ ୧୦ ଦିନର ଆପାତକାଳ ଘୋଷଣା କରିଛନ୍ତି। ଏହାର ପଛରେ ମୁସ୍ଲିମ ଏବଂ ବୌଦ୍ଧ ସମୁଦାୟ ମଧ୍ୟରେ ପ୍ରସାରିତ ହିଂସାର ଚିନ୍ତାର କାରଣରୁ କୁହାଯାଇଛି।

ମଙ୍ଗଳବାରଦିନ ଜଣେ ସରକାରୀ ଅଫିସର ଏହାର ସୂଚନା ଗଣମାଧ୍ୟମକୁ ଦେଇ କହିଛନ୍ତିଯେ, ଦେଶରେ ବୌଦ୍ଧ-ମୁସ୍ଲିମ ସମୁଦାୟ ମଧ୍ୟରେ ବଢ଼ୁଥିବା ଚିନ୍ତାର କାରଣରୁ ଏମିତି କରାଯାଇଛି। ପ୍ରବକ୍ତା ଦୟାସିରି ଜୟଶେଖର ରୟଟର୍ସକୁ କହିଛନ୍ତି ‘ଏକ ବିଶେଷ କ୍ୟାବିନେଟ ମିଟିଙ୍ଗରେ ୧୦ ଦିନ ପାଇଁ ଆପାତକାଳ ଘୋଷଣା କରିବାର ଫଇସଲା ନିଆଯାଇଛି। କାରଣ ସାଂପ୍ରଦାୟିକ ଦଙ୍ଗାକୁ ଦେଶର ଅନ୍ୟ ଭାଗରେ ପ୍ରସାରିତ ହେବାରୁ ରୋକା ଯାଇପାରିବ।’ ସେ ଏହା ମଧ୍ୟ କହିଛନ୍ତି, ‘ଯେଉଁମାନେ ଫେସବୁକ ଜରିଆରେ ହିଂସାକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି, ଏପରି ଲୋକମାନଙ୍କର ବିରୁଦ୍ଧରେ ମଧ୍ୟ ଶକ୍ତିରସହ ଆକ୍ସନ ନିଆ ଯିବାର ଫଇସଲା ହୋଇଛି।

ଗତ କିଛି ବର୍ଷମାନଙ୍କରେ ଶ୍ରୀଲଙ୍କାରେ ଦୁଇଟି ସମୁଦାୟ ମଧ୍ୟରେ ଚିନ୍ତା ଚାଲୁ ଥିଲା। ବୌଦ୍ଧ ଲୋକମାନଙ୍କର ଦ୍ଵାରା ମୁସ୍ଲିମମାନଙ୍କ ଉପରେ ଆରୋପ ଲଗାଯାଉଥିଲା କି ସେହି ଲୋକମାନଙ୍କର ଧର୍ମ ପରିବର୍ତନ କରୁଛନ୍ତି ବୋଲି ଏବଂ ବୌଦ୍ଧ ପୁରାତାତ୍ଵିକ ସ୍ଥଳଗୁଡ଼ିକୁ ଭାଙ୍ଗୁଛନ୍ତି ବୋଲି। ବୌଦ୍ଧ ଶ୍ରୀଲଙ୍କାରେ ଶରଣ ନେଉଥିବା ରୋହିଂଗ୍ୟାମୁସ୍ଲିମମାନଙ୍କ ମଧ୍ୟ ବିରୋଧକରୁଛନ୍ତି। ଆପାତକାଳ ଲଗାଇବାର ଫଇସଲା କ୍ୟାବିନେଟର ବିଶେଷ ମିଟିଂଗରେ କରାଯାଇଛି। ଏହା ମଧ୍ୟ ସ୍ଥିର କରାଯାଇଛି କି ଯେଉଁ ଲୋକ ମଧ୍ୟ ହିଂସା କରିବେ ତାଙ୍କ ବିରୁଦ୍ଧରେ ଶକ୍ତ ଆକ୍ସନ ନିଆଯିବ।

କୁହାଯାଇପାରେଯେ, ସେଠାରେ ଥିବା କ୍ୟାଣ୍ଡି ସହରରେ ଏକ ମୁସ୍ଲିମ ପରିବାରର ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା, ତା’ ପରେ ଏହି ସ୍ଥାନରେ ପୁଲିସର ବିଶେଷ ପ୍ଲାଟୁନ ଏବଂ ସେନାକୁ ପଠାଗଲା, ଏହା ପରେ ଆପାତକାଳର ଘୋଷଣା ହୋଇଛି। ଶ୍ରୀଲଙ୍କାର ମିଡ଼ିଆ ମୁତାବକ, କ୍ୟାଣ୍ଡି ଜିଲ୍ଲାରେ ସୋମବାର ସଂଧ୍ୟାରେ ହିଂସା ବଢ଼ିବା ପରେ ଆଜି ଏହି ସ୍ଥାନରେ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି। କିଛି ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁର ସମୟସୀମା ବଢ଼ାଇକରି ଆଜି ସଂଧ୍ୟା ପର୍ଯ୍ୟନ୍ତ କରାଯାଇଛି। ଭିଡ଼କୁ ଛିନଛତ୍ର କରିବା ପାଇଁ ପୁଲିସକୁ ପାଣିର ସ୍ପେ କରିବା ସହିତ ଆସୁ ଗ୍ୟାସର ଗୋଲା ମଧ୍ୟ ଛାଡ଼ିବାକୁ ପଡ଼ୁଛି। ଶ୍ରୀଲଙ୍କା ମନ୍ତ୍ରୀଙ୍କ ମୁତାବକ ବର୍ତ୍ତମାନ ଏହି ଆପାତକାଳ ୧୦ ଦିନ ପାଇଁ ଲାଗିଛି। କିନ୍ତୁ ଯଦି ସ୍ଥିତି ସୁଧୁରିବନି ତେବେ ରାଷ୍ଟ୍ରପତି ଏହାକୁ ଆଗକୁ ମଧ୍ୟ ବଢ଼ାଇ ପାରନ୍ତି।

Leave a Reply

Your email address will not be published. Required fields are marked *