ସିବିଏସ୍ଇ ଭଲିବଲ୍ ରେ ଚମ୍ପିୟାନ୍ ହୋଇ ନେସ୍ନାଲ୍ ରେ ବିକାଶ

ବରଗଡ଼, ତା.୧୭-୧୦-୨୦୧୭(ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ଗୁରୁ ତେଗ୍ ବାହାଦୁର୍ ପବ୍ଲିକ୍ ସ୍କୁଲ୍, ଦୂର୍ଗାପୁର (ପଶ୍ଚିମବଙ୍ଗ) ଠାରେ ସି.ବି.ଏସ୍.ଇ. ଦ୍ୱାରା ପରିଚାଳିତ କ୍ଲଷ୍ଟର୍-୨ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ରେ “ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବରଗଡ଼’ “ଜି.ଡି.ଗୋଏଙ୍କା ପବ୍ଲିକ୍ ସ୍କୁଲ୍, ପଶ୍ଚିମବଙ୍ଗ’ କୁ ୧୭ ଓ ୧୯ ବର୍ଷରୁ କମ୍ ଉଭୟ ବାଳକ ବର୍ଗ ର ଫାଇନାଲ୍ରେ ପରାସ୍ତ କରି ଦ୍ୱିମୁକୁଟ ସହ ଚମ୍ପିୟାନ୍ ହେବାର ସୌଭାଗ୍ୟ ଅର୍ଜନ ସହ ଆସନ୍ତା ନଭେମ୍ବର ୨୬ ତାରିଖ ରେ ସାଲ୍ୱନ୍ ପବ୍ଲିକ୍ ସ୍କୁଲ୍, ଦିଲ୍ଲୀ ଠାରେ ହେବାକୁ ଥିବା ଜାତୀୟ ସ୍ତରର ଭଲିବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ କୁ ନେଇ ଗଠିତ କ୍ଲଷ୍ଟର୍-୨ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଟି ସଙ୍ଗର୍ଷପୂର୍ଣ୍ଣ ହୋଇଥିଲା। ଗତବର୍ଷର ଚମ୍ପିୟାନ୍ ଜି.ଡି.ଗୋଏଙ୍କା ପବ୍ଲିକ୍ ସ୍କୁଲ୍ କୁ ୧୭ ବର୍ଷରୁ କମ୍ ବାଳକ ବର୍ଗ ରେ ସିଧାସଳଖ ୨୫-୧୪, ୨୫-୦୮ ଓ ୨୫-୧୮ ରେ ପରାସ୍ତ କରି ଚମ୍ପିୟାନ୍ ହୋଇଥିବା ବେଳେ ୧୯ ବର୍ଷରୁ କମ୍ ବାଳକ ବର୍ଗ ଫାଇନାଲ୍ ରେ ପ୍ରଥମ ଦୁଇଟି ସେଟ୍ ରେ ୨୨-୨୫ ଏବଂ ୧୮-୨୫ ରେ ପଛରେ ଥାଇ ଶେଷ ତିନୋଟି ସେଟ୍ ରେ ୨୭-୨୫, ୨୫-୨୨ ଏବଂ ୧୫-୦୮ ରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅକ୍ତିଆର କରିନେଇଛି।

ଏହି ସଫଳତା ପାଇଁ ପ୍ରତିଯୋଗୀ, କୋଚ୍ ବିଜୟ ସରକାର ଏବଂ କ୍ରୀଡ଼ା ବିଭାଗ କୁ ବିକାଶ ଗ୍ରୁପ୍ ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ପ୍ରଶଂସା କରିବା ସହ ବିକାଶ ର ଉଚ୍ଚମାନର କ୍ରୀଡ଼ା ପ୍ରଶିକ୍ଷଣ ବ୍ୟବସ୍ଥା କୁ ଶ୍ରେୟ ଦେଇଥିଲେ। ସେହିପରି ଡାଇରେକ୍ଟର ଏଡ୍ମିନିଷ୍ଟ୍ରେସନ୍ ଶ୍ରୀ ଡି.ନାଗେଶ୍ୱର ରାଓ ବିଜେତା ଟିମ୍ କୁ ସ୍ୱମ୍ବର୍ଦ୍ଧିତ କରି କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ବିରଳ କୃତୀତ୍ୱ ପାଇଁ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉପାଧ୍ୟକ୍ଷ ଚିତରଞ୍ଜନ ପତି, ଉପାଧ୍ୟକ୍ଷ ମନୋରଞ୍ଜନ ପତି, ସ୍ପୋର୍ଟ୍ସ୍ କୋଅର୍ଡିନେଟର ପିତାମ୍ବର ପ୍ରଧାନ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *