ଭିଜିଲାନ୍ସ ଜାଲରେ ସାଉଥ କୋ ଅଧିକ୍ଷଣ ଯନ୍ତ୍ରୀ : ବଦଳି ବାତିଲ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ବ୍ରହ୍ମପୁର: ୧୩/୦୭/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ସାଉଥ କୋ ଭଞ୍ଜନଗର ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଆର.ଏନ.ମଣ୍ଡଳ ଆଜି ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ ହାତରେ ଧାରା ପଡିଛନ୍ତି। ସାଉଥ କୋ ରେ କାର୍ଯ୍ୟରତ ଜଣେ କିରାଣୀ ଶ୍ରୀ ସନ୍ତୋଷ ପାତ୍ରଙ୍କ ବୌଦ୍ଧ ବଦଳି ବାତିଲ କରିବାକୁ ସେ ଲାଞ୍ଚ ନେଉଥିଲେ। ଏ ସମ୍ପର୍କରେ ଅଭିଯୋଗ ପାଇ ଜଗି ରହିଥିବା ଭିଜିଲାନ୍ସ ଟିମ ଶ୍ରୀ ମଣ୍ଡଳ କିରାଣୀ ପାତ୍ରଙ୍କ ଠାରୁ ଟଙ୍କା ନେବା ବେଳେ ଚଢ଼ାଉ କରି ଟଙ୍କା ଜବତ କରିଛନ୍ତି। ଶ୍ରୀ ମଣ୍ଡଳଙ୍କୁ ଅଟକ ରଖାଯାଇ ମକଦ୍ଦମା ପ୍ରସ୍ତୁତ କରାଯାଉଛି। ତାଙ୍କରି ବାସ ଭବନରେ ଭିଜିଲାନ୍ସ ଖାନ ତଲାସ ଓ ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *