କୋଲକାତା ୨୮-୬ (ଓଡ଼ିଆ ପୁଅ) ପୂର୍ବତନ ଲୋକସଭା ବାଚଷ୍ପତି ସୋମନାଥ ଚାଟାର୍ଜୀଙ୍କୁ ସେରିବ୍ରଲ ଆଟାକ ହେବା ପରେ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ସ୍ଥିତି ଗୁରୁତର ବୋଲି କୁହାଯାଉଛି। ସେରିବ୍ରଲ ଆଟାକ ପରେ ସୋମବାରଦିନ ଚାଟାର୍ଜୀଙ୍କୁ କୋଲକାତାର ବେଲି ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛିଯେ, କି ୨୦୧୪ ରେ ତାଙ୍କୁ ଏକ ଛୋଟ ସେରିବ୍ରଲ ସ୍ଟ୍ରୋକ ପଡ଼ିଥିଲା।
କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ନେତାମାନଙ୍କମଧ୍ୟରେ ଜଣେ ସୋମନାଥ: ସୋମନାଥ ଚାଟାର୍ଜୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀର ପ୍ରମୁଖ ନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି। ସୋମନାଥ ଚାଟାର୍ଜୀ ସଂସଦୀୟ ପ୍ରଣାଳୀର ସର୍ଵୋଚ୍ଚ ସଂମ୍ବିଧାନିକ ପଦ ଲୋକସଭା ଅଧ୍ୟକ୍ଷ ରହିଥିଲେ। ସୋମନାଥ ଦା’ ଚତୁର୍ଦ୍ଦଶ ଲୋକସଭାରେ ପଶ୍ଚିମ ବଙ୍ଗର ବୋଲପୁର ଲୋକସଭା କ୍ଷେତ୍ରର ପ୍ରତିନିଧିତ୍ଵ କରି ଲୋକସଭା ଅଧ୍ୟକ୍ଷ ରୂପରେ କାର୍ଯ୍ୟ କରିଥିଲେ। ଦଶ ଥର ନିର୍ବାଚନ ଜୀତିକରି ଲୋକସଭାରେ ପହଁଞ୍ଚି ଥିଲେ ସୋମନାଥ ଚାଟାର୍ଜୀ। ୧୯୬୮ ରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟୀର ସଦସ୍ୟ ବନିଥିଲେ ଏବଂ ୧୯୭୧ ରେ ପ୍ରଥମ ଥର ଲୋକସଭାର ସଦସ୍ୟ ହୋଇଥିଲେ।
