ବିଶୃଙ୍ଖଳିତ ଆଚରଣ ଯୋଗୁଁ ଏସ.ଆଇ. ପ୍ରେମ କୁମାର ଜେନା କାର୍ଯ୍ୟରୁ ନିଲମ୍ବିତ ନିଲମ୍ବିତ କଲେ ଜିଲା ଆରକ୍ଷୀ ଅଧିକ୍ଷକ

ତୁରୁମୁଙ୍ଗା ୨୦ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) ଉଭୟ କେନ୍ଦୁଝର ଜିଲା ଏବଂ ମୟୁରଭଂଜ ଜିଲାର ସୀମାନ୍ତରେ ଥିବା ବହୁଚର୍ଚ୍ଚିତ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ ଏସ ଆଇ ପ୍ରେମ କୁମାର ଜେନାଙ୍କୁ ଆଜି କେନ୍ଦୁଝର ଏସ.ପି ଜୟ ନାରାୟଣ ପଙ୍କଜ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଏସ ଆଇ ଶ୍ରୀ ଜେନା ତୁରୁମୁଙ୍ଗା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କ ଆଦେଶକୁ ବିଭିର୍ଣ୍ଣ ସମୟରେ ବେଖାତିର କରିବା ନେଇ ଅଭିଯୋଗ ହେଇ ଆସୁଥିଲା। ଏହା ସହିତ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଇ ଆସୁଥିଲା। ଏ ନେଇ ଥାନା ଅଧିକାରୀ ତାଙ୍କୁ ବିଭିର୍ଣ୍ଣ ସମୟରେ ତାଗିଦ କରି ଆସୁଥିଲେ ତେବେ ଗତକାଲି ସନ୍ଧ୍ୟାରେ କୌଣସି କାରଣକୁ ନେଇ ଥାନା ଅଧିକାରୀ ସତ୍ୟଜିତ ଦାସ ଏବଂ ଏସ ଆଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଏସ ଆଇ ଶ୍ରୀ ଜେନା ଉତକ୍ଷିପ୍ତ ହୋଇ ଥାନା ଅଧିକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହିତ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ଥାନା ଅଧିକାରୀ ଏସ.ପି. ଙ୍କୁ ଅବଗତ କରାଇଥିଲେ। ପରେ ଏସ.ପି ଜୟ ନାରାୟଣ ପଙ୍କଜ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏସ ଆଇ ଶ୍ରୀ ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *