ଦ୍ୱିତୀୟ ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ

ଅନୁଗୋଳ,୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ନାଉପଦାର ମାଟି ଗାଡ଼ିଆଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀର ଠେଙ୍ଗା ମାଡ଼ରେ ସ୍ୱାମୀର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରନ୍ଦର ସାହୁ। ସୂଚନାରୁ ଜଣାଯାଇଛି ଯେ,ପୁରନ୍ଦର ୨ୟ ସ୍ତ୍ରୀ ମଞ୍ଜୁ ସାହୁଙ୍କ ସହ ସର୍ବଦା କଳହ କରି ଆସୁଥିଲେ। ୨ୟ ସ୍ତ୍ରୀ ସେ ପଚାରୁ ନଥିଲେ କି କୈାଣସି ପ୍ରକାର ରକ୍ଷଣା ବେକ୍ଷଣ ଖର୍ଚ୍ଚ ଦେଉନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା। ଗତ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିବାବେଳେ ମଞ୍ଜୁ ଏବଂ ତାଙ୍କ ସମ୍ପର୍କିୟ ଭଣଜା ରଞ୍ଜନ ସାହୁ ମିଶି ଏକ ଠେଙ୍ଗାରେ ପିଟି ପିଟି ମାରି ଦେଇଥିଲେ। ସୂଚନା ପାଇଁ ପୋଲିସ ଏବଂ ସାଇଂଟିଫିକ୍ ଦଳ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି। ଏଥିସହିତ ପୋଲିସ ୨ ଅଭିଯୁକ୍ତକୁ ଥାନାରେ ରଖି ପଚରା ଉଚୁରା କରୁଛି।

Leave a Reply

Your email address will not be published. Required fields are marked *