SC/ST Act – ଖୋଲା କୋର୍ଟରେ ଶୁଣାଣି ପାଇଁ ପ୍ରସ୍ତୁତ ସୁପ୍ରୀମ କୋର୍ଟ: ଦ୍ୱିପ୍ରହର ୨ଘଣ୍ଟା ସମୟରେ ଶୁଣାଣି

କେନ୍ଦ୍ର ଙ୍କର ତରଫରୁ AG ଆଜି ହିଁ ଦ୍ୱିପ୍ରହର ୨ଘଣ୍ଟା ସମୟରେ ଶୁଣାଣି ପାଇଁ ଦାବି କରିଛନ୍ତି। ଅମିକ୍ସ କ୍ୟୁରୀ ଅମରେନ୍ଦ୍ର ଶରଣ ଏହାର ବିରୋଧ କରିଛନ୍ତି
ନୂଆଦିଲ୍ଲୀ ୩-୪ (ଓଡ଼ିଆ ପୁଅ) : SC/ST ଆକ୍ଟରେ ଗିରଫ ପୂର୍ବରୁ ଜାଞ୍ଚ ଅନିବାର୍ଯ୍ୟ କରିବା ମାମଲାରେ କେନ୍ଦ୍ରର ପୁନର୍ଵିଚାର ଯାଚିକା ଉପରେ ଆଜି ଶୁଣାଣି ଜାରି ଅଛି। ଶୁଣାଣିରେ AGଙ୍କର ତରଫରୁ ଖୋଲା କୋର୍ଟରେ ଏହି ସମ୍ବନ୍ଧରେ ଶୁଣାଣିର ଅପିଲ ଉପରେ କୋର୍ଟ ରାଜି ହୋଇଛନ୍ତି। କୋର୍ଟରେ AG କେକେ ବେଣୁଗୋପାଳ କହିଛନ୍ତି କି ଆଜି ହିଁ ଶୁଣାଣି ହେଉବୋଲି। ଏହା ଉପରେ ଜଷ୍ଟିସ ଆଦର୍ଶ ଗୋୟଲ କହିଛନ୍ତି କି ସେ ଖୋଲା କୋର୍ଟରେ ଶୁଣାଣି ପାଇଁ ପ୍ରସ୍ତୁତ ଅଛନ୍ତି ଏଥିପାଇଁ କୌଣସି ଅସୁବିଧା ନାହିଁ କିନ୍ତୁ ସେହି ବେଞ୍ଚ ହେବା ଆବଶ୍ୟକ ଯେଉଁ ବେଞ୍ଚର ଏହା ନିଷ୍ପତି ଥିଲା।

ଜଷ୍ଟିସ ଗୋୟଲ ବେଞ୍ଚର ଗଠନ ପାଇଁ ଚିଫ ଜଷ୍ଟିସଙ୍କ ସାମନାରେ ମେନ୍ସନ କରିବାକୁ କହିଛନ୍ତି। କେନ୍ଦ୍ର ତରଫରୁ AG ଆଜି ହିଁ ଦ୍ୱିପ୍ରହର ୨ଟା ସମୟରେ ଶୁଣାଣି ପାଇଁ ଦାବି କରିଥିଲେ। CJI ତାଙ୍କ କଥା ଶୁଣି ରାଜିହୋଇଛନ୍ତି। ଅମିକ୍ସ କ୍ୟୁରୀ ଅମରେନ୍ଦ୍ର ଶରଣ କିନ୍ତୁ ଏହାର ବିରୋଧ କରିଛନ୍ତି।

CJI କହିଛନ୍ତିଯେ, କୋର୍ଟ ଆଜି ଦ୍ୱିପ୍ରହର ୨ଟା ସମୟରେ ଶୁଣାଣି କରିବେ ଏବଂ ନିଷ୍ପତ୍ତି ଉପରେ ରୋକ ଲଗାଯିବ କି ନାହିଁ ତାହା ସେହି ବେଞ୍ଚ ନିଷ୍ପତି ନେବେ ଯେଉଁ ବେଞ୍ଚ ଏହି ମାମଲା ଉପରେ ଶୁଣାଣି କରି ରାୟ ଦେଇଥିଲେ।

କୁହାଯାଇପାରେଯେ, କି 20 ମାର୍ଚ୍ଚର ନିଷ୍ପତିର ବିରୁଦ୍ଧରେ କେନ୍ଦ୍ରରେ ପୁନର୍ଵିଚାର ଯାଚିକା ଦାଖଲ କରାଯାଇଛି। ମାମଲାରେ ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଏବଂ ଜଷ୍ଟିସ ୟୁ ୟୁ ଲଲିତଙ୍କର ବେଞ୍ଚ ଆଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *