Home ଓଡ଼ିଶା ସାରୁଚାଷୀ ସାରୁ ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଉନାହାନ୍ତି

ସାରୁଚାଷୀ ସାରୁ ବିକ୍ରି କରି ୨୦ ଲକ୍ଷ ଟଙ୍କା ପାଉନାହାନ୍ତି

140

ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକର ଶାଳଝରିଆ, କୁସୁମିତରା, ଟିକିରିଆ ଆଦି ଗ୍ରାମର ସାରୁଚାଷୀ ସାରୁ ବିକ୍ରି କରି ପ୍ରାୟ ୨୦ ଲକ୍ଷ ଟଙ୍କା ପାଇନଥିବା ନେଇ ନୟାଗଡ଼ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ବ୍ୟବସାୟୀ ସେମାନଙ୍କ ଠାରୁ ସାରୁ ନେଇ ଠକି ଦେଇଥିବାରୁ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହିସବୁ ଗ୍ରାମରୁ ସେହି ଅଂଚଳର ସ୍ଥାନୀୟ ବ୍ୟବସାୟୀ ମାନସ କୁମାର ପଣ୍ଡା ସାରୁ ନେଇ ଉତ୍ତରପ୍ରଦେଶ ଝାନସି ଜିଲ୍ଲାର ବ୍ୟବସାୟୀ ବଳବନ୍ତ ପଟ୍ଟାରିଆକୁ ସାରୁ ବିକ୍ରି କରି ଆସୁଥିଲେ। ପ୍ରଥମେ ପ୍ରଥମେ ଏହି ବ୍ୟବସାୟୀ ସାରୁ ନେଇ ଠିକ୍ ଠାକ୍ ଟଙ୍କା ଦେଣନେଣ କରୁଥିଲେ। ଏପରିକି ଗିତ ଅପ୍ରେଲ ମାସରେ ୧୩ଟି ଟ୍ରକରେ ୬୮ଲକ୍ଷ ୨୩ହଜାର ଟଙ୍କାର ସାରୁ ନେଇ ନଗଦ ୫୦ଲକ୍ଷ ଟଙ୍କା ଦେଇଥିଲେ। ଏବଂ ଆଉ ଅବଶିଷ୍ଟାଂଶ କିଛିଦିନ ଭିତରେ ଦେଇଦେବେ ବୋଲି କହିଥିଲେ। ହେଲେ ଆଉ ସେ ବକେୟ ଟଙ୍କା ଦେଉନାହାନ୍ତି କି ଫୋନ କଲେ ଉଠାଉ ନଥିବା ମାନସ ପଣ୍ଡା କହିଛନ୍ତି। ଶେଷରେ ଚାଷୀମାନେ ଏସପି ଆଶିଷ କୁମାର ସିଂଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି। ଟଙ୍କା ଫେରି ନପାଇଲେ ଆତ୍ୱହତ୍ୟା କରିବୁ ବୋଲି ଚାଷୀ ଅଶୋକୁ କୁମାର ପଣ୍ଡା, ଭାସ୍କର ପଣ୍ଡା, ଭଗବାନ ବେହେରା ପ୍ରମୁଖ ଚାଷୀ ଚେତାବନୀ ଦେଇଛନ୍ତି। ଏସ୍ ପି ଶ୍ରୀ ସିଂ ଘଟଣାର ତଦନ୍ତ ପାଇଁ ଖଣ୍ଡପଡ଼ା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପଡ଼ା ଥାନା ଏସପିଙ୍କ ନିର୍ଦ୍ଦେଶ ପାଇବା ପରେ ୯୪/୧୮ରେ ଏକ କେଶ୍ ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। (ପ୍ରତିକାତ୍ମକ ଫଟୋ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.