Home ଓଡ଼ିଶା ଉଜ୍ଜଲା ଯୋଜନାର ବିଫଳତାକୁ ପଦାରେ ପକାଇଦେଲେ ସମ୍ବିତ ପାତ୍ର!

ଉଜ୍ଜଲା ଯୋଜନାର ବିଫଳତାକୁ ପଦାରେ ପକାଇଦେଲେ ସମ୍ବିତ ପାତ୍ର!

1042

କାଠ ଚୁଲିରେ ରୋଷେଇ କରି ଡାଃ: ସମ୍ବିତ ପାତ୍ରଙ୍କୁ ଖାଇବାକୁ ଦେଲେ ବୃଦ୍ଧା ମା”
ଭୁବନେଶ୍ୱର:ପୁରୀ ଲୋକସଭା ପାର୍ଥି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାଃ: ସମ୍ବିତ ପାତ୍ର ଉଜ୍ଜଲା ଯୋଜନାର ବିଫଳତାକୁ ପଦାରେ ପକାଇ ଦେଇଛନ୍ତି।ତାହା ପୁଣି ଉଜ୍ଜଲା ଯୋଜନାର ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ରାଜ୍ୟ ଓଡ଼ିଶାରେ।

ଡାଃ: ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ଲୋକସଭା ପାଇଁ ବିଜେପିରୁ ପାର୍ଥି ହେବା କ୍ଷଣଠାରୁ ପ୍ରଚାରରେ ମାତି ଯାଇଛନ୍ତି।ଲୋକଙ୍କ ସହିତ ମିଶୁଛନ୍ତି।କେଉଁଠି ଛୋଟ ପିଲାଙ୍କୁ କାଖେଇ ଦେଉଛନ୍ତି,ତ’ କେଉଁଠି ବୃଦ୍ଧବୃଦ୍ଧାଙ୍କୁ କୋଳେଇ ନେଉଛନ୍ତି।ଘର ଘର ବୁଲୁଛନ୍ତି।କାହା କାହା ଘରେ ଯାଇ ଖାଉଛନ୍ତି।ବୃଦ୍ଧା ମା’ ଙ୍କୁ ଖୁଆଇ ଦେଉଛନ୍ତି।

କିନ୍ତୁ,ଏପରି ଜଣଙ୍କ ଘରେ ଖାଇବା ସମୟରେ ଏବଂ ବୃଦ୍ଧା ମା’ ଙ୍କୁ ଖୁଆଇ ଦେବାର ଭିଡିଓ ସମ୍ବିତ ପାତ୍ର ନିଜ ଟ୍ୱିଟର ଏବଂ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି।କିନ୍ତୁ,ଉଜ୍ଜଲା ଯୋଜନାର ସଫଳତାକୁ ନେଇ ବିଜେପି ଯେଉଁ ଡିମଡିମ ପିଟୁଥିଲା,ଡାଃ: ପାତ୍ରଙ୍କର ଏହି ପୋଷ୍ଟ ବାସ୍ତବରେ ତା’ର ବିଫଳତାକୁ ପଦାରେ ପକାଇ ଦେଇଛି।ବୃଦ୍ଧା ମା’ ଜଣଙ୍କ କାଠ ଚୁଲିରେ ରୋଷେଇ କରି ଡାଃ: ସମ୍ବିତ ପାତ୍ରଙ୍କୁ ଖାଇବାକୁ ଦେଇଛନ୍ତି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.