ହୀରକ ଜୟନ୍ତୀ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ସମ୍ବର୍ଦ୍ଧିତ ହେଲେ ୫୦ରୁ ଉର୍ଦ୍ଧ ଗୁରୁ

କେନ୍ଦୁଝର ୧୦-୪ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ର ଝୁମ୍ପୁରା ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ହୀରକ ଜୟନ୍ତୀ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର, ବର୍ତମାନର ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ ସଭାପତି ଦାୟୀତ୍ୱ ତୁଲାଇ ଥିବାବେଳେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ବଦ୍ରି ନାରାୟଣ ପାତ୍ର। ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ କେନ୍ଦୁଝର ସଦର ବିଧାୟକ ଅଭିରାମ ନାଏକ, ତହସିଲଦାର ଜନକ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ନାଏକ, ୧୭ନଂ ଜିଲ ପରିଷଦ ସଦସ୍ୟ ଅନୁବ୍ରତ ବେହେରା, ୧୬ନଂ ଜିଲା ପରିଷଦ ସଦସ୍ୟ ସୋମନାଥ ମୁଣ୍ଡା, ଅତିରିକ୍ତ ଶିକ୍ଷାଧିକାରୀ ବିଜୟା ନନ୍ଦ ବେହେରା। ୧୯୫୦ ମସିହା ପରଠାରୁ ବର୍ତମାନ ପର୍ଯ୍ୟନ୍ତ ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା ବହୁ ସଂଖ୍ୟାରେ ପୁରାତନ ଛାତ୍ରଙ୍କ ଉପସ୍ଥିତି ସହିତ ବିଗତ ଦିନ ଗୁଡିକର ସୃତି ଚାରଣ ପରିବେଶକୁ ବେଶ ଭାବାବେଗ କରିଥିଲା। ୧୯୦୮ ମସିହାରେ ସ୍ଥାପିତ ଏହି ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟ ଚାଟଶାଳୀ ସୋପାନରୁ ନିଜ କଳେବର ବୃଦ୍ଧି କରି ବର୍ତମାନର ସ୍ଥିତି ଏବଂ ଶିକ୍ଷାର ମହ୍ୱତ ଦାନ, ଗୁରୁ ଶିଷ୍ୟ ସମ୍ପର୍କ, ଶୃଙ୍ଖଳିତ ଶୈଳୀ ସମ୍ବନ୍ଧରେ ମତ ରଖିଥିଲେ ମୁଖ୍ୟ ବକ୍ତା ଧରଣୀ ଧର ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ. ବିମ୍ବାଧର ବେହେରା।

ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷାଦାନ କରିଥିବା, ଅବସର ଗ୍ରହଣ କରିଥିବା ଏବଂ ଓଡିଶାର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରୀତ ହୋଇ ଆସିଥିବା ୫୦ଜଣରୁ ଉର୍ଦ୍ଧ ଗୁରୁଙ୍କୁ ଉତ୍ସବରେ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଗୁରୁ ଶିଷ୍ୟ ସମ୍ପର୍କର ମହାନ ଭାରତୀୟ ପରମ୍ପରାର ଝଲକ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ବିମୋହିତ କରିଥିଲା। ଅଧିକାଂଶ ଗୁରୁ ଏବଂ ଶିଷ୍ୟଙ୍କର ଆଖି ଛଳଛଳ ହୋଇ ଉଠିଥିଲା। ଗୁରୁ ସମ୍ବର୍ଦ୍ଧନା ଉତ୍ସବର ବାତାବରଣରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ସମସ୍ତ ଅତିଥି ମଧ୍ୟ ଏହି ମହାନ ପରମ୍ପରାର ଭାବାବେଗରେ ବୁଡି ଯାଇଥିଲେ। ଝୁମ୍ପୁରା ଅଞ୍ଚଳରେ ହିନ୍ଦୁ, ମୁସଲମାନ ସହିତ ଅନ୍ୟ ସମ୍ପ୍ରଦାୟ ଲୋକ ବାସ କରୁଥିବା ବେଳେ, ଉତ୍ସବରେ ଭାଇଚାରାର ଅଦଭୂତ ନିଦର୍ଶନ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ମହୋଦୟ ନିଜ ବକ୍ତବ୍ୟରେ ମଧ୍ୟ ଉପରୋକ୍ତ ମତକୁ ଦୋହରାଇ ଥିଲେ। ଗୁରୁ ଶିଷ୍ୟ ପରମ୍ପରାର ଏହି ପୂଜନ କାର୍ଯ୍ୟକ୍ରମ ଦିର୍ଘ ସମୟ ଧରି ଜାରି ରହିଥିଲା। ଶିଶୁ ମନ୍ଦିରର ବରିଷ୍ଠ ଗୁରୁଜୀ ପ୍ରହ୍ଲାଦ ମହାନ୍ତ ଉତ୍ସବକୁ ପରିଚାଳନା କରିଥିବା ବେଳେ, ଶିକ୍ଷକ ନିରାକାର ବେହେରା ଅତିଥି ପରିଚୟ, ଅବସର ପ୍ରାପ୍ତ ଶିକ୍ଷକ ଅବଦୁଲ ରହମନ ବିବରଣୀ ପାଠ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁରୁ ପୂଜନ, ସଭା ପାର୍ଯ୍ୟକ୍ରମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମୁଦାୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ, ପୁରାତନ ଛାତ୍ର, ଝୁମ୍ପୁରା କ୍ଲଷ୍ଟରରେ ଥିବା ବିଦ୍ୟାଳୟ ଗୁଡିକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ନୋଡାଲ ପରିଚାଳନା କମିଟି, ହୀରକ ଜୟନ୍ତୀ କମିଟି ସହିତ ପୋଲିସ କର୍ମଚାରୀ, ହଜାର ହଜାର ଜନତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ବେଶ ଶୃଙ୍ଖଳିତ ଢଙ୍ଗରେ ସମାପନ ହୋଇଥିଲା।

Leave a Reply

Your email address will not be published. Required fields are marked *