ଓଡ଼ିଶା

ସମ୍ବଲପୁର ଆକାଶବାଣୀ ଡିଜିଟାଲ ପ୍ରସାରଣ ଖୁବଶୀଘ୍ର

ସମ୍ବଲପୁର, ୪/୪ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଆକାଶବାଣୀ କେନ୍ଦ୍ରରୁ ଖୁବଶୀଘ୍ର ଉଚ୍ଚକ୍ଷମତା ସମ୍ପନ୍ନ ଶହେ କିଲୋୱାଟର ନବୀକୃତ ଟ୍ରାନ୍ସମିଟରରୁ ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ। ଅତ୍ୟାଧୁନିକ ଯନ୍ତ୍ରପାତି ଉପଯୋଗ କରାଯାଇ ଟ୍ରାନ୍ସମିଟରକୁ ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଏଣିକି ଏଏମ୍ (ଏମ୍ପ୍ରଚୁଡ଼ ମୋଡ଼ୁଲେସନ୍) ମୋଡ୍‌ରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ବହୁଦୂର ପର୍ଯ୍ୟନ୍ତ ଶୁଣାଯାଇପାରିବ। ପୁରା ପଶ୍ଚିମ ଓଡ଼ିଶାର ଶ୍ରୋତାମାନେ ଏଣିକି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଡିଜିଟାଲ ପ୍ରସାରଣ ଶୁଣିପାରିବେ। ଏହାଦ୍ବାରା ବହୁଦିନରୁ ଧରି ଏହି ଅଂଚଳର ରେଡ଼ିଓ ଶ୍ରୋତାମାନଙ୍କର ଯେଉଁ ଆବଶ୍ୟକତା ଥିଲା ତାହା ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଶ୍ରୋତାମାନେ ଉନ୍ନତମାନର ରେଡ଼ିଓ ପ୍ରସାରଣକୁ ଉପଭୋଗ କରିପାରିବେ। ଯାହାକି ପୂର୍ବ ଅପେକ୍ଷା ବହୁଗୁଣରେ ଶ୍ରୁତିମଧୁର ହେବ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ମୁଖ୍ୟ ଏମ୍.ଆର.କେ ରାଓ କହିଛନ୍ତି ଆଉ କିଛି ଦିନ ମଧ୍ୟରେ ଏହି ଡିଜିଟାଲ ପ୍ରସାରଣ ଆରମ୍ଭ ହେବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ଏବଂ ବର୍ତମାନ କର୍ମଚାରୀମାନଙ୍କୁ ଡିଜିଟାଲ ପ୍ରସାରଣ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଆକାଶବାଣୀର ମାନେଶ୍ୱର ପ୍ରସାରଣ କେନ୍ଦ୍ରରେ ଆଜିଠାରୁ ଏକ ଚାରିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଆକାଶବାଣୀର ଭୁବନେଶ୍ବର ସ୍ଥିତି ପ୍ରଶିକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ କେ.କେ. ପଶାୟତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ, ରେଡ଼ିଓ ପ୍ରସାରଣ ଡିଜିଟାଲ ହେବା ଦ୍ବାରା ଶ୍ରୋତାମାନେ ଅଧିକରୁ ଅଧୁକ ରେଡ଼ିଓ ପ୍ରତି ଆକୃଷ୍ଟ ହେବେ। ଆକାଶବାଣୀ ଭବାନୀପାଟଣା ଓ ସମ୍ବଲପୁର କେନ୍ଦ୍ରର ଯାନ୍ତ୍ରିକ ବିଭାଗର ଅଧିକାରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top