‘ସାମାଜିକ ପରିବର୍ତ୍ତନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ’

ରାଉରକେଲା୨୪/୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) ‘ଓଡ଼ିଶା ଷ୍ଟେଟ ଡିଜାବିଲିଟି ନେଟୱାର୍କ’ (ଓଏସଡିଏନ) ସୁନ୍ଦରଗଡ଼ ଶାଖା, ଶ୍ରଦ୍ଧା ଏବଂ ‘ଅନ୍ନଦା’ ସଂଗଠନର ମିଳିତ ଆନୁକୂଲ୍ୟରେ ବସ୍ତିଆ ଭବନଠାରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଉରକେଲା ସ୍ୱାର୍ଟସିଟି ଯୋଜନାରେ ବିଭିନ୍ନ ଖୋଠାବାଡ଼ିରେ ବାଧାଶୂନ୍ୟ, ନିରାପଧ ଏବଂ ଆତ୍ମସମ୍ମାନ ରକ୍ଷା ସହ କିପରି ଭିନ୍ନକ୍ଷମ ଯା’ ଆସ ଏବଂ କାର୍ଯ୍ୟ କରିବେ ଏହାର ଅନୁଧ୍ୟାନ ପ୍ରକ୍ରିୟା ସକାଶେ (ଆକ୍ସେସେବିଲିଟି ଅଡ଼ିଟ) ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସୁଗମ୍ୟ ଭାରତ ମିଶନ ଲକ୍ଷପୂରଣ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ ଘାଟନ ରୂପେ ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ପ୍ରଭାବ ମଲ୍ଲିକ ଯୋଗ ଦେଇଥିଲେ। ସେ କହିଲେ ସ୍ମାର୍ଟସିଟିର ଯୋଜନା ତୃଣମୂଳ ସ୍ଥଳରେ କେମିତି ପହଞ୍ଚିବ ସେ ନେଇ ସମସ୍ତଙ୍କ ଭୁମିକା ରହିଛି। ମାତ୍ର ଯୋଜନା ହେବା ସହ ତାଙ୍କୁ କାର୍ଯ୍ୟକାରୀ କରାଯିବା ଉଚିତ୍। ମୁଖ୍ୟଅତିଥି ରାଉରକେଲା ମହାନଗର ନିଗମର ପ୍ରୋଜେକ୍ଟର ଅଫିସର ପ୍ରମୋଦ କୁମାର ନାୟକ କହିଲେ, ରାଉରକେଲାକୁ ସ୍ମାର୍ଟସିଟି ଆଧାରରେ ବିକାଶ କରିବାକୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମସ୍ତଙ୍କ ଅବଦାନ ରହିବା ଉଚିତ। ସଭ୍ୟ ଯୁଗକୁ ଧ୍ୟାନଦେଇ ସ୍ମାର୍ଟସିଟିରେ ସାମାଜିକ ସଂସ୍କାର ଓ ପରିବର୍ତ୍ତନ ସକାଶେ ଉଦ୍ୟମ ହେବା ଦରକାର। ରାଉରକେଲାକୁ ଦ୍ୱୈତ୍ୟ ନଗରୀ ବୋଲି ସେ ଉଲ୍ଲେଖ କରିବା ସହ ବିଭିନ୍ନ ଯୋଜନା ଯଥା, ସ୍ୱଚ୍ଛଭାରତ ମିଶନ, ସୁରକ୍ଷା, ସୁଗମନାଗମନ, ଥଇଥାନ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସାମାଜିକ ପରିବର୍ତ୍ତନରେ ଲୋକଙ୍କ ସହଯୋଗ ରହିବା ନିହାତି ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ୱାଗତ ଭାଷଣ ଦେଇ କର୍ମଶାଳାର ଲକ୍ଷ ଉଦ୍ଦେଶ୍ୟ ବିଷୟରେ କହିଥିଲେ। ସାର୍ବଜନୀନ ସ୍ଥାନରେ ସମସ୍ତଙ୍କ ପାଇଁ ସୁବିଧା ସୁଯୋଗ ରହିପାରିଲେ ରାଉରକେଲା ସ୍ମାର୍ଟସିଟିଭାବେ ପରିଗଣିତ ହେବ ବୋଲି ଶ୍ରଦ୍ଧାର ସଭାପତି ପଶୁପତିନାଥ ଚାଟାର୍ଜୀ କହିଥିଲେ। ସୁଗମ ଭାରତ ଅଭିଯାନର ସଫଳତା ପାଇଁ ଏହି କର୍ମଶାଳା ମାଗଦର୍ଶନ ହେବ। ସରକାରଙ୍କ ସହ ସାମିଲ ହୋଇ କାର୍ଯ୍ୟ କଲେ ହିଁ ଯୋଜନା ବାସ୍ତବରେ ସଫଳ ହୋଇପାରିବ। ସ୍ୱାଭିମାନର ପ୍ରୋଗ୍ରାମ ମ୍ୟାନେଜର ମିହିର କୁମାର ମହାନ୍ତି ଭୌତିକ, ଖବର ଓ ସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ମାର୍ଟସିଟି କରି ସହରକୁ ଗଢ଼ିତୋଳିବାରେ ଏହି ୩ଟି ସୁବିଧା କେବଳ ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା ହେବା ତାହା ନୁହେଁ, ବରଂ ବୃଦ୍ଧବୃଦ୍ଧା ଓ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ବେଶ୍ ଉପଯୋଗୀ ହେବ। ଭୌତିକ ସୁବିଧା ମଧ୍ୟରେ ରାସ୍ତା, ପରିବହନ ସେବା, କୋଠାବାଡ଼ି ପରିବେଶ ଆଦିରେ ସମସ୍ତ ସୁବିଧା ରଖାଯିବ। ସେ ନେଇ ଖବର ସଠିକ୍ ଭାବେ ପ୍ରତ୍ୟେକ ୱେସାଇଟ ଜରିଆରେ ଆସିା ଦରକାର ଏବଂ ବ୍ୟାଙ୍କ ଓ ପୋଷ୍ଟ ଅଫିସର ସାଧାରଣ ଲୋକଙ୍କ ସହ ଭିନ୍ନକ୍ଷମମାନେ ମଧ୍ୟ ନିଜ କାର୍ଯ୍ୟ ସୂଚାରୁରୂପେ କିପରି ତୁଳାଇପାରିବେ ସେ ନେଇ ଶ୍ରୀ ମହାନ୍ତି ଆଲୋଚନା କରିଥିଲେ। ଭାରତ ସରକାର ସେଣ୍ଟ୍ରାଲ ପବ୍ଲକି ୱାର୍କସ ବିଭାଗ (ସିପିଡବ୍ଲ୍ୟୁଡି)ର ବାଧାବିହୀନ ମାନଦଣ୍ଡକୁ ଆଧାରକରି ଏହି ତାଲିମ ପ୍ରଦାନ କରାଯାଉଛି। ଭିନ୍ନକ୍ଷମମାନେ କିପରି ବିଲ୍ ଡିଂକୁ ଅଡିଟ କରିବା ସହ ଆତ୍ମସମ୍ମାନର ସହ ନିଜ କାର୍ଯ୍ୟ କରିପାରିବେ ସେ ନେଇ ଏହି ତାଲିମ ଦିଆଯାଉଛି। ର୍ପୂବରୁ ହୋଇଥିବା ବିଲ୍ଡିଂକୁ ଅଡ଼ିଟ କରାଯିବା ସହ ନୂତନ ବିଲ୍ଡିଂଗୁଡ଼ିକ ସିପିଡବ୍ଲ୍ୟୁଡିର ମାର୍ଗଦର୍ଶିକା ଆଧାରରେ ତିଆରି କରାଯିବା ଏହି ତାଲିମର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତମ ପର୍ଯ୍ୟାୟରେ ସୁନ୍ଦରଗଡ଼, ରାଉରକେଲା ୫୦ଟି ବିଲ୍ଡିଂକୁ ଅଡିଟ କରାଯିବ ବୋଲି ଲକ୍ଷ ରଖାଯାଇଛି। ଏଥିରେ ୪୦ ଜଣ ଯୁବକ ଏବଂ ତନ୍ମଧ୍ୟରୁ ୧୫ ଜଣ ଦିବ୍ୟାଙ୍ଗ ଯୁବକ ସାମିଲ ହୋଇ ତାଲିମ ନେଉଛନ୍ତି। ସ୍ୱାଭିମାନର ସନ୍ତୋଷ କୁମାର ବେହେରା କର୍ମଶାଳାରେ ତାଲିମ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ନଦାର ସଭାପତି ନଳିନୀ କୁମାର ରାୟ ଓ ଓ ସମ୍ପାଦକ ବୀଣାପାଣି ରାଉତ ଉପସ୍ଥିତ ଥିଲେ। ଦୁର୍ଯେ୍ୟାଧନ ଛତ୍ରିଆ, ଅଞ୍ଜଳି ଓଝା, ଦିଲୀପ ଦାସ, ସୁକୁମାର ପାଣ୍ଡବ, ସୀତାରାଣୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *