୨୦୧୯ ଇଦ୍ ରେ ଧମାଲ କରିବ ସଲମାନ ଖାନଙ୍କର ନୂଆ ଫିଲ୍ମ ‘ଭାରତ’

ନୂଆଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) : ସଲମାନ ଖାନଙ୍କର ପଛ ଫିଲ୍ମ ଟ୍ୟୁବଲାଇଟ ଯଦିଓ ସୁପରଫ୍ଲପ ରହିଥିଲା କିନ୍ତୁ ଏବେ ଲାଗୁଛି ଏବେ ଭାଇଜାନ ନିଜର ଫୈନ୍ସଙ୍କ ପାଇଁ ପୁଣି ଏକ ଧମାକେଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଇଦରେ ରିଲିଜ ହୋଇଥିବା ଟ୍ୟୁବ୍ଲାଇଟରେ ନିରାଶ ହୋଇଥିବାଏ ଫୈନ୍ସମାନଙ୍କ ପାଇଁ ସଲମାନ ୨୦୧୯ ଇଦ ପାଇଁ ନିଜର ତୋଫା ପୂର୍ବରୁ ନିର୍ଦ୍ଧାରିତ କରିସାରିଲେଣି। ସଲମାନ ଖାନଙ୍କର ଫିଲ୍ମ “ଭାରତ”ର ରିଲିଜ ଡେଟ ଆନାଉନ୍ସ ହୋଇଗଲାଣି। ଏହି ଫଲ୍ମ ୨୦୧୯ ଇଦରେ ରିଲିଜ ହେବ।  ଏହି ଫିଲ୍ମକୁ ସଲମାନ ଖାନଙ୍କର ଭିଶୋଇ ଅତୁଲ ଅଗ୍ନିହୋତ୍ରୀ ପ୍ରୋଡ୍ୟୁସ୍ କରୁଛନ୍ତି। ଏହାର ନିର୍ଦ୍ଦେଶନା ଡାୟରେକ୍ଟର ଅଲୀ ଅବ୍ବାଜ ଜଫର କରିବେ। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱୀଟ କରି ସୂଚନା ଦେଇଛନ୍ତିଯେ, ଫିଲ୍ମ ଭାରତର ଶୁଟିଂ ଆସନ୍ତା ବର୍ଷ ଅର୍ଥାତ୍ ୨୦୧୮ ଅପ୍ରୈଲ ମାସରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *