ଯେଉଁ ଦେଶର ଭାଷା ସଂସ୍କୃତି ଯେତେ ସୃଦୃଢ ସେ ଦେଶ ସେତେ ବିକାଶ କ୍ଷେତ୍ରରେ ଆଗୁଆ, ମାଲକାନଗିରିରେ ସାହିତ୍ୟ ଏକାଡେମୀର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ମାଲକାନଗିରି,୨୩/୪(ଓଡ଼ିଆ ପୁଅ/ସୁଚିତ୍ରା ଦାସ) ଯେଉଁଦେଶର ଭାଷା ସଂସ୍କୃତି ଯେତେ ସୃଦୃଢ ସେଦେଶ ବିକାଶ କ୍ଷେତ୍ରରେ ସତେ ଆଗୁଆ,ମାଲକାନଗିରି ଜିଲ୍ଲାର ଆଦିବାସୀ ଭାଷାର କଳାତ୍ମକ ଉତ୍କର୍ଷତା ଅତ୍ୟନ୍ତ ଉଚ୍ଚକୋଟିର ବୋଲି ମାଲକାନଗିରି ଠାରେ ଅନୁଷ୍ଟିତ ଓଡିଶା ସହିତ୍ୟଏକାଡେମୀ ର ଆଲୋଚନା ଚକ୍ର ଓ କବିସମ୍ମିଳନୀ ରେ ଯୋଗଦେଇଥିବା ଅତିଥିମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଥାନୀୟ ଜିଲ୍ଲାପରିଷଦ ସଭା ଗୃହରେ କବି ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର ଓ ମାଲକାନଗିର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ଉଦ୍ ଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମୀ ଯୋଗଦେଇ ଜଣେ ମଣିଷ ସାଧାରଣ ଭାବେ ତା ମନକଥା କହିପାରୁନଥିଲେ ବି କବିତା ମାଧ୍ୟମରେ ଜଣାଇଦେଇପାରେ,ସାଧାରଣ ମଣିଷ ପାଇଁ ଖାଦ୍ୟ, ପାନୀୟର ଯେମିତି ଆବଶ୍ୟୟକ ପଡେ, ଠିକ ସେପରି ପରିବେଶ ଓ ମନକୁ ପ୍ରଫୁଲିତ କରିବାପାଇଁ କବିତାର ନିହାତି ଆବଶ୍ୟକତା ରହିଛି ବୋଲି କହିଥିଲେ।  ଦ୍ୱିତୀୟ ଅଧିବେସନରେ ଆଦିବାସୀ ଭାଷାର କଳାତ୍ମକ ଉତ୍କର୍ଷତା ସଂପର୍କରେ ଆଲୋଚନାଚକ୍ରରେ  ଆଲୋଚକ ଭାବେ ଡକ୍ଟର ସୁବାସ ଚନ୍ଦ୍ର ମିଶ୍ର,ଡକ୍ଟର ଅଜୟକୁମାର ତ୍ରୀପାଠୀ, କବି ଜଳନ୍ଧର ସ୍ୱାଇଁ, କବି ରାଜେନ୍ଦ୍ର ପାଢୀ, କବି ନିରଜଂନ ସ୍ୱାଇଁ, କବି ବିଜୟ ଉପାଧ୍ୟାୟ, କବି ଲକ୍ଷ୍ମଣ ମାନ୍ଦ୍ରା, କବି ଧନୁର୍ଯ୍ୟୟ ହନ୍ତାଳ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ। ଅପରାହ୍ନରେ  ତୃତୀୟ ଅଧିବେସନରେ କବି ଚକ୍ରପାଣି ପରିଛାଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ଏକେଡେମିର ଉପସଚିବ ରବିରାୟ, କବି ରବି ଶତପଥୀ, ସୁଶାନ୍ତ କୁମାର ନାୟକ, ଡକ୍ଟର ପ୍ରୀତିଧାରା ସାମଲ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଶତାଧିକ କବି ଓ କବୈୟତ୍ରୀ ସାହିତ୍ୟିକମାନେ ଭାଗ ନେଇ ସେମାନଙ୍କର ସ୍ୱରଚିତ କବିତା ପାଠକରିଥିଲେ। କବି ବନ ବିହାରୀ ଦାଶ ଓ କବୈୟତ୍ରୀ କଳ୍ପନା ନାୟକ କବିତା ଗୁଡିକ ସଂଯୋଜନା କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀର ସଚିବ ଅଶ୍ୱିନୀ କୁମାର ମିଶ୍ର  ସମ୍ପାଦକୀୟ ବିବରଣୀ ପାଠ ଓ ସଭାର ଆଭିମୁଖ୍ୟ ସଂପର୍କରେ କହିଥିଲେ। ନବଦୋୟ ବିଦ୍ୟାଳୟର ବିଦ୍ୟାଳୟ  ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମକ ସଂଗୀତ ଗାନ କରିଥିଲେ। ଶେଷରେ ସାହିତ୍ୟ ଏକାଡେମୀର ସଦସ୍ୟ ରତ୍ନାକର ଦାଶ ଧନ୍ୟବାଦ ଦେବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହିକବିତା ଆସରରେ କବି ମୋହନ କୁମାର ବିଳାସ, ମିହିର ପ୍ରସାଦ ପାଢି, ବିଜୟ କୁମାର ଦାସ, ପ୍ରଭାତ କୁମାର ସୁତାର, ନାରାୟଣ ଭୋଳ, କବିର ମୋହନ ବେହେରା, ପଦ୍ମରଂଜନ ଦାଶ, ନିରଜଂନ ମହାରଣା, କୃଷ୍ଣପ୍ରିୟା ପାଇକରାଏ, ଅନଙ୍ଗ କୁମାର ମହାପାତ୍ର, ରଘୁନାଥ ଧଳ, ସୁକାନ୍ତ କୁମାର ସାହୁ, କନକଲତା ଦାସ, ବିଭୁଦତ ଚାଲାନ, ସବିଚିତ୍ରା ନନ୍ଦ ରାଉତ, ଭୁମିସୁତା ପ୍ରାଧନ, ଲକ୍ଷମିଧର ମହାନ୍ତି,ଭାରତୀ ଜେନା,ମହେଶ୍ୱର ରାଉତ, ପ୍ରକାଶପଟ୍ଟନାୟକ, ଦୟାନିଧି ପାଣିଗ୍ରାହି,ଧନୁର୍ଯ୍ୟୟ ହନ୍ତାଳ, ସୁଧାକରଦାଶ, ବନବିହାରୀ ଦାଶ, ସୁଶାନ୍ତନାୟକ, ପଦ୍ମଲୋଚନ ରାଉତ,ମାଲାସୁବା ରାଓ, ବୀଣାପାଣି ଦେବୀ, ଆଦିକନ୍ଦ ମହାରଥା, ଜୟକୃଷ୍ଣ ସାହୁ, ବଳରାମ ପୂଜାରୀ, ସଂଯୁକ୍ତା ନାୟକ, ପ୍ରଦୀପ କୁମାର ଦିକ୍ଷୀତ, ସୁରମା ମହାରଥା, ମନୋରଜଂନ ବେହେରା, ରବିନାରାୟଣ ତ୍ରୀପାଠୀ, କଳ୍ପନା ନାୟକ ପ୍ରମୁଖ ଶତାଧିକ କବି ଓ କବୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ। ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବର ଆୟୋଜନ କରାଯାଇଥିବାରୁ ଶତାଧିକ ସଂଖ୍ୟାରେ ସାହିତ୍ୟିକ, କବି, ଲେଖକମାନେ ଯୋଗଦେଇ ଆନନ୍ଦିତ ହୋଇଥିଲେ।

Leave a Reply

Your email address will not be published. Required fields are marked *