ଆନ୍ତର୍ଜାତୀୟ

ମୋସୁଲରେ ହତ୍ୟା କରାଯାଇଥିବା ଭାରତୀୟମାନଙ୍କ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଗତକାଲି କେନ୍ଦ୍ରୀୟ ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ. ସିଂହ ମୋସୁଲରେ ଆଇ.ଏସ.ଆଇ.ଏସ. ଦ୍ଵାରା ହତ୍ୟା କରାଯାଇଥିବା ଭାରତୀୟମାନଙ୍କର ଅବଶେଷ ଭାରତ ଆଣିଛନ୍ତି

ନୂଆଦିଲ୍ଲୀ ୩-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାକ ମୋସୁଲରେ ହତ୍ୟା କରାଯାଇଥିବା ଭାରତୀୟମାନଙ୍କର ପରିଜନମାନଙ୍କୁ ୧୦-୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦୋବାପାଇଁ ଘୋଷଣା କରିଛନ୍ତି। ଗତକାଲି କେନ୍ଦ୍ରୀୟ ବିଦେଶ ରାଜ୍ୟ ମନ୍ତ୍ରୀ ବି.କେ. ସିଂହ ମୋସୁଲରେ ଆଇ.ଏସ.ଆଇ.ଏସ. ଦ୍ଵାରା ହତ୍ୟା କରାଯାଇଥିବା ଭାରତୀୟମାନଙ୍କର ଅବଶେଷ ଭାରତ ନେଇକରି ଆସିଛନ୍ତି। ୩୯ ଭାରତୀଙ୍କୁ ମୋସୁଲରେ ଆଇଏସଆଇଏସର ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଏହାର ପୁଷ୍ଟି କିଛିଦିନ ତଳେ କେନ୍ଦ୍ରୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କରିଥିଲେ। ତା’ ପରେ ମୃତ ଲୋକମାନଙ୍କର ପରିଜନମାନଙ୍କର ଆଖିରୁ ଲୁହ ଶୁଖିନଥିଲା।

କୁହାଯାଇପାରେଯେ, କି ଏହି ଭାରତୀମାନଙ୍କୁ ଚାର ବର୍ଷ ପୂର୍ବରୁ ମୋସୁଲରେ ଅପହରଣ କରି ଆଇଏସଆଇଏସର ଆତଙ୍କବାଦୀମାନେ ହତ୍ୟା କରି ଦେଇଥିଲେ। କିଛିଦିନତଳେ ବିଦେଶ ମନ୍ତ୍ରୀ ସୁଷମା ସ୍ଵରାଜ ସଂସଦରେ ଏହାର ସୂଚନା ଦେଇଥିଲେ ଏବଂ ସେ କହିଥିଲେ କି ଚାରି ବର୍ଷ ପୂର୍ବରୁ ଇରାକର ମୋସୁଲରେ ଅପହୃତ ହୋଇଥିବା ୩୯ ଭାରତୀୟ ନାଗରିକଙ୍କୁ ହତ୍ୟା କରାଯାଇଛି। ୨୦୧୪ ରେ ଭାରତରୁ ମୋସୁଲକୁ କାମ କରିବା ପାଇଁ ଯାଇଥିବା ଶ୍ରମିକଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ଯେତେବେଳେ ସେମାନେ ସେମାନଙ୍କ କବଳରୁ ଖସି ଆସିବାକୁ ଚେଷ୍ଟା କରିଥିଲେ ସେତେବେଳେ ଆଇଏସଆଇଏସର ଆତଙ୍କବାଦୀମାନେ ତାଙ୍କୁ ଘେରି ହତ୍ୟା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top