ଓଡ଼ିଶା

ବିଜେଡି ବିଭାଜନ ପାଇଁ ପ୍ରସ୍ତୁତ ହେଉଛି ରୋଡ୍‌ ମ୍ୟାପ୍ !

ଭୁବନେଶ୍ୱର ୪-୧ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଗୁଜୁରାଟ୍ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜୟୀ ହେବା ପରେ ଏବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଫୋକସ୍ ରେ ଅଛି ଓଡିଶା ଓ ପଶ୍ଚିମବଙ୍ଗ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ। ତା ସହିତ ଓଡିଶାରେ ହେବ ବିଧାନସଭା ନିର୍ବାଚନ। ତେଣୁ ଏ ବର୍ଷକୁ ନିର୍ବାଚନୀ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ବର୍ଷ ଅନେକ ରାଜନୈତିକ ଛକାପଞ୍ଜା ଲାଗି ରହିବ। ବିଶେଷ କରି ଓଡିଶାର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଉଷ୍ମତା ଆଶାତୀତ ଭାବରେ ବୃଦ୍ଧି ପାଇବ। ସାଧାରଣ ନିର୍ବାଚନର ଅବ୍ୟାବହତି ପୂର୍ବରୁ ଓଡିଶାରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ପୌର ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ। ତେଣୁ ଓଡିଶାରେ ବିଜେପି କିପରି କ୍ଷମତାକୁ ଆସିବ ସେଥିପାଇଁ ପ୍ରସ୍ତୁତ ହେଲାଣି ରୋଡ଼୍ ମ୍ୟାପ୍।

ଗତ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ବିଜେପି ଅନେକ ଉତ୍ସାହିତ ହୋଇ ପଡିଥିଲା। ସେହି ପରୀପ୍ରେକ୍ଷୀରେ ଶାସକ ବିଜେଡି ଏହି ଫଳାଫଳ ପରେ ନିଜକୁ ଆତ୍ମଚିନ୍ତନ କରିଥିଲା। ଏଥିରେ ଧିରେ ଧିରେ ସଫଳତା ପାଇଥିଲା। ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ରହିଛି ବିଜେଡି। ତେଣୁ ଏତେ ଶୀଘ୍ର ହାର ମାନିବା ସପକ୍ଷରେ ନାହିଁ ଦଳ। ବିଜେଡିର ଚେର ଓଡିଶାରେ ଏତେ ମଜବୁତ୍ ହୋଇ ରହିଛି ଯେ, ଏହାକୁ ସହଜରେ ଓପାଡିବା ଭାରୀ ମୁସ୍କିଲ। ପଞ୍ଚାୟତ ନିର୍ବାଚନ ପରେ ବିଜେପିର ରାଜ୍ୟ ନେତୃବୃନ୍ଦ ଭାବି ନେଇଥିଲେ ବିଜେଡିର ଲୋକ ପ୍ରିୟତା କମୁଛି। ମାତ୍ର ଓଡିଶାର ଜନସାଧାରଣ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଭରସା କରିବା ଆରମ୍ଭ କଲେଣି। ଯାହା ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇ ଦେଲାଣି। ସେଥି ସକାଶେ ଏବେ ବିଜେଡି ବିଭାଜନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ ଯେତେ ସବୁ ରାଜ୍ୟରେ ନିର୍ବାଚନ ହୋଇଛି କେବଳ ପଞ୍ଜାବ ଓ ଦିଲ୍ଲୀକୁ ଛାଡି ଦେଲେ ବାକି ସବୁଥିରେ ବିଜୟ ଲାଭ କରି ସରକାର ଗଢିଛି। ସେଥିପାଇଁ ବିପକ୍ଷ ଦଳ ଭିତରେ ବିଭାଜନ କରାଇବାକୁ ମଧ୍ୟ ପଛାଇ ନାହିଁ ବିଜେପି। ବର୍ତ୍ତମାନ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକମାତ୍ର ରାଜନୈତିକ ଖେଳ ହେଉଛି ଅନ୍ୟ ଦଳରେ ବିଭାଜନ ସୃଷ୍ଟି କରାଇବା। ଲୋଭନୀୟ ଅଫର ହେଉ ବା ବ୍ଲାକ୍ ମେଲ ହେଉ କୌଣସି ଉପାୟରେ ଅନ୍ୟ ଦଳର ବରିଷ୍ଟ ନେତାମାନଙ୍କୁ ନିଜ ଅକ୍ତିଆରକୁ ଆଣିବା ଏବେ ବିଜେପିର ମୁଖ୍ୟ ଷ୍ଟ୍ରାଟେଜି। ଓଡିଶାରେ ନବୀନ ସରକାରକୁ ମାତ୍ ଦେବା ପାଇଁ ଏବେ ଏହି ଫଣ୍ଡା ଆପଣେଇଛି ବିଜେପି। ପୂର୍ବରୁ କିଛି ସାଂସଦଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହୋଇ ଥିଲା ବିଜେପି। ମାତ୍ର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରୁ ଅନୁମାନ କରିଥିଲା ଯେ, ଏହି ସାଂସଦ ମାନଙ୍କୁ ସାଙ୍ଗରେ ଧରି ନବୀନ ସରକାର ବିରୁଦ୍ଧରେ କୌଣସି ମାଷ୍ଟର ଗେମ୍ ଖେଳି ହେବ ନାହିଁ। ସେଥିପାଇଁ ଏବେ ବିଜେଡିର କିଛି ଗୁରୁତ୍ୱପୂର୍ଣ୍ଣ ନେତାମାନଙ୍କ ଉପରେ ଆଖି ପକାଇଛି ବିଜେପି। କଟକ ଜିଲ୍ଲାର ଜଣେ ବରିଷ୍ଠ ବିଧାୟକ ଯିଏ ପୂର୍ବରୁ ନବୀନ ମନ୍ତ୍ରୀମଣ୍ଡରେ ମନ୍ତ୍ରୀ ଥିଲେ ତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଜଣେ କେନ୍ଦ୍ର ମନ୍ତ୍ରୀ। ନବ ବର୍ଷର ଅଭିନନ୍ଦନ ଦେବା ସହିତ ତାଙ୍କ ସହିତ ଅନେକ ସମୟ ଧରି ଫୋନ୍ ରେ ବର୍ତ୍ତାଳାପ କରିଥିଲେ। ବିଜେଡିର ଏହି ନେତା ଜଣକ ଚିଟ୍ଫଣ୍ଡ କେଳେଙ୍କାରୀ ସହିତ ଜଡିତ। ଏହା ଛଡା ଅବିଭକ୍ତ ପୁରୀ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ ଏକ ପ୍ରକାର ବିଜେପି ନିକଟରେ ଆତ୍ମସମର୍ପଣ କରିଛନ୍ତି କହିଲେ ଚଳେ। ସେ ମଧ୍ୟ ଚିଟ୍ଫଣ୍ଡ କେଶ୍ ରେ ଜଡିତ। ବିଜେପି ବିଶେଷତଃ ଫୋକସ୍ କରୁଛି ବିଜେଡିର ଦଳରେ ଗୁରୁତ୍ୱ ଥିବା କିଛି ନେତାମାନଙ୍କ ଉପରେ। ଯାହାକୁ ଧରିଲେ ବିଜେଡି ସହଜରେ ଭାଗ ହୋଇଯିବ। ନିକଟରେ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତ୍, ପ୍ରଫୁଲ ଘଡାଇ, ରଘୁ ମହାନ୍ତିଙ୍କ ପରି ବୟସ୍କ ନେତାଙ୍କ ଉପରେ ବିଜେପିର ଆଖି ନାହିଁ। କାରଣ ଏହି ନେତାମାନେ ବିଜେଡିରେ ଅଲୋଡା। ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି ପାଖାପାଖି ୪୦ଜଣ ବିଜେଡି ନେତାଙ୍କ ଲିଷ୍ଟ ବନେଇଛି ବିଜେପି। ଆସନ୍ତା ମାସେ ଭିତରେ ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କ ନାଆଁରେ ଚିଟ୍ଫଣ୍ଡ ଅଭିଯୋଗ ରହିଛି ସେମାନଙ୍କ ମଧ୍ୟରୁ ଜଣେ / ଦୁଇ ଜଣଙ୍କ ଉପରେ ସିବିଆଇ ମାଡ ଆରମ୍ଭ ହୋଇଯିବ। ସିବିଆଇ ମଧ୍ୟ ଏଥିପାଇଁ ପୂରା ପ୍ରସ୍ତୁତ। ସେହି ଡରରେ ବାକି ନେତାମାନଙ୍କୁ ଅକ୍ତିୟାର କରିବାର ଯୋଜନା ରଖିଛି ବିଜେପି। ଏଥିରୁ ବିଜେପି କେତେ ସଫଳତା ପାଇବ ତାହା ପରେ ଜଣା ପଡିବ। ମାତ୍ର ଆଗାମୀ କିଛି ଦିନ ଭିତରେ ବିଜେଡିର କିଛି ନେତାଙ୍କ ପରିସ୍ଥିତି ଅତ୍ୟନ୍ତ ଭୟାବହ ହୋଇଯିବ ବୋଲି ସୁତ୍ରରୁ ଖବର ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top