ଅନୁଗୁଳ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫ ମୃତ

ନୟାଗଡ଼ ୧୨-୨ (ଓଡ଼ିଆ ପୁଅ) ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ କାଚେରା ସାହିରେ ଏକ ଭାରବାହୀ ଟ୍ରକ ଭାରସାମ୍ୟ ହରାଇ ଜଛରେ ପିଟି ହେବାରୁ ଏହି ଦୁର୍ଘଟଣାରେ ଦୁଇଜଣବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଭାପୁର ଅଞ୍ଚଳର ଟୁକୁନା ସ୍ୱାଇଁ ଏବଂ ବିଜୟ ପାତ୍ର। ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫ୍ରାର ହୋଇଯାଇଥିବା ଜଣାପଡ଼ିଛି।

ସେହିପରି ଆଜି ସକାଳେ ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଅନ୍ତର୍ଗତ ପଟାପଥର ଗାଁରେ ଅନ୍ୟ ଏକ ଦୁର୍ଘଟଣାରେ ତିନିଜଣଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତିନିଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ନିକଟସ୍ଥ ପେଡ଼ିପଥର ଗାଁର କାଠି ଦଳେଇ, ପ୍ରେମାନନ୍ଦ ଦଳେଇ ଏବଂ ନିକଟସ୍ଥ ଗ୍ରାମର ଅନ୍ୟ ଜଣେ ଯୁବକ ବୋଇକ୍ ରେ ଯାଉଥିବା ସମୟରେ ତାଙ୍କର ବାଇକ୍ ଗଛରେ ପିଟିହୋଇଯାଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top