ଓଡ଼ିଶା

RIP ଡଃ ହାତୀ! ପରଲୋକରେ ଲୋକପ୍ରିୟ କଳାକାର

ମୁମ୍ବାଇ ୯-୭ (ଓଡ଼ିଆ ପୁଅ) କମେଡ଼ି ଶୋ ‘ତାରକ ମେହତା କା ଉଲ୍ଟା ଚସ୍ମା’ ରେ ଡ. ହଂସରାଜ ହାତୀ ଭୂମିକାରେ ଅଭିନୟ କରୁଥିବା କବି କୁମାର ସ୍ୱାଧିନଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଭଲ ଅଭିନୟ ଏବଂ ଅଲଗା ଷ୍ଟାଇଲ୍ ରେ ଲୋକମାନଙ୍କୁ ହସାଉଥିବା ‘ଡଃ. ହାତୀ’ଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ଏହି ଶୋରେ ଏକ ଏପରି ଡାକ୍ତରଙ୍କର ଭୂମିକା ନିଭାଉଥିଲେ ଯିଏ କି ଖାଇବାର ବହୁତ ସୌକିନ୍ ଥିଲେ। ତାଙ୍କର ଏହି ଷ୍ଟାଇଲ ଲୋକମାନଙ୍କୁ ହସାଉଥିଲା। ସମୋସା, କଚୋଡ଼ି ହେଉ କିମ୍ବା ଜେଠାଲାଲ ଘରର ଦୟା ବେନଙ୍କର ହାତର ଫାଫଡ଼ା, ଏହାକୁ ଦେଖିକରି ତାଙ୍କ ମୁଁହରେ ପାଣି ଆସିଯାଉଥିଲା। ଶୋର ଏହି ଭୂମିକାକୁ କବି କୁମାର ସ୍ୱାଧିନ ବହୁତ ଭଲଭାବରେ ଅଭିନୟ କରି ଲୋକମାନଙ୍କର ହୃଦୟରେ ଏକ ଛାପ ଛାଡ଼ିଯାଇଛନ୍ତି।

କବି କୁମାର ସ୍ୱାଧିନ ମୂଲରୂପରେ ବିହାରର ସାସାରାମ ସ୍ଥିତ ଗୌରକ୍ଷଣୀର ବାସିନ୍ଦା। ପିଲାଟି ଦିନରୁ ହିଁ ଆକ୍ଟିଙ୍ଗ ପ୍ରତି ସଉକ ଥିଲା କିନ୍ତୁ ଯେତେବେଳେ ସେ ଯୁବକ ହେଲେ ସେତେବେଳେ ତାଙ୍କର ଓଜନ ବଢ଼ିବାରେ ଲାଗିଲା, କିନ୍ତୁ ଏହା ସତ୍ତ୍ୱେ ସେ ଆକ୍ଟିଙ୍ଗର ସଉକକୁ ଛାଡ଼ିନଥିଲେ। ସେ ନିଜେ ମଜା କରିବା ଢଙ୍ଗରେ ନିଜର ଇଣ୍ଟରଭ୍ୟୁରେ ଅନେକ ଥର କହି ଥିଲେ କି, ‘ମୁଁ ଶୋ ରେ ଡକ୍ଟରର ଭୂମିକାରେ ଅଭିନୟ କରୁଛି କିନ୍ତୁ ରିଅଲ ଲାଇଫରେ ମୁଁ ଜଣେ ବଡ଼ ରୋଗୀ।’

ଆକ୍ଟିଙ୍ଗ ସାଥିରେ ହିଁ କବି କୁମାରଙ୍କୁ କବିତା ଲେଖିବାର ମଧ୍ୟ ସଉକ ଥିଲା। କବି ସ୍ୱାଧିନ ଦିଲ୍ଲୀରେ ଅଭିନୟର ଟ୍ରେନିଙ୍ଗ ନେଇଥିଲେ। ତା’ ପରେ ସେ ମୁମ୍ବାଇ ପହଁଞ୍ଚିଲେ ଯେଉଁଠାରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। କବି ସ୍ୱାଧିନ ଯେତେବେଳେ ଘରେ ବାହାରିଥିଲେ ତାଙ୍କ ପାଖରେ ଅଣାଟିଏ ନଥିଲା। ଘରର ଅବସ୍ଥା ଠିକ ନଥିଲା। ପିତାଙ୍କର ବିଜନେସ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଘରରଲୋକେ ଆକ୍ଟିଙ୍ଗରେ ଯିବା ବିରୁଦ୍ଧରେ ଥିଲେ ତେବେ ତାଙ୍କୁ ଅନେକ ରାତ୍ର ମୁମ୍ବାଇର ସଡ଼କରେ ଶୋଇବାକୁ ପଡ଼ିଥିଲା।

ଏପରି ମିଳିଥିଲା ‘ଡ. ହାତୀ’ ଙ୍କୁ ରୋଲ

୨୦୦୮ ରେ ଶୋରେ ନିର୍ମଲ ସୋନୀ ଡ. ହାତୀଙ୍କର ଭୂମିକା ଛାଡ଼ିବା ପରେ ପରେ କବି ସ୍ୱାଧିନଙ୍କୁ ଏହି ରୋଲ ମିଳିଥିଲା। ଆକ୍ଟିଙ୍ଗ କ୍ୟାରିଅରରେ ନିଜର ସଂଘର୍ଷର ଦିନରେ ଏକ ପ୍ରଡକ୍ସନ ହାଉସରୁ କଲ ଆସିଲା କି ଆପଣଙ୍କୁ ଆମ ବସ ଡାକିଛନ୍ତି। ସେ ପହଁଞ୍ଚିବାପରେ ହିଁ କେବିନରେ ପ୍ରବେଶ କରୁ କରୁ ତାଙ୍କୁ ଦେଖି ଡକ୍ଟର ହଂସରାଜ ହାତୀର ଭୂମିକା ପାଇଁ ସିଲେକ୍ଟ କରାଯାଇଥିଲା।

କବି କୁମାର ବର୍ଷ ୨୦୦୦ ରେ ଆମିର ଖାନଙ୍କର ଫିଲ୍ମ ‘ମେଲା’ରେ କାମ କରିଥିଲେ। ତା’ ବ୍ୟତୀତ ସେ ଫଣ୍ଟୁସ୍, ଡ୍ୟୁଡ୍ସ ଇନ୍ ଦ ଟେନ୍ଥ ସେଂଚୁରୀ ପରି ସିନେମାରେ ମଧ୍ୟ କାମ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top