ଜିଲ୍ଲା ପରିକ୍ରମା

ଦୁର୍ଗାପ୍ରସାଦ ପୁନର୍ବାରା ଜିଲା କଂଗ୍ରେସ କମିଟର ସଭାପତି

ରାୟଗଡା, ୧୧/୬, (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ରାୟଗଡା ଜିଲା କଂଗ୍ରେସ କମିଟର ସଭାପତି ରୂପେ ପୁନର୍ବାର ଦୁର୍ଗାପ୍ରସାଦ ପଣ୍ଡା ମନୋନୀତ ହୋଇଛନ୍ତି। ଏଆଇସିସିଙ୍କ ନିର୍ଦ୍ଦେଶ ପ୍ରକାରେ ବିଧିବଦ୍ଧ ରୂପେ ପ୍ରଦେଶ କଂଗ୍ରେସ କମିଟର ସଭାପତି ତଥା ଓଡିଶା ପ୍ରଭାରୀ ଶନିବାର ଏହି ଘୋଷଣା କରିଛନ୍ତି। ବର୍ଷବର୍ଷ ଧରି ପରାଜିତ ହୋଇ ଆସୁଥିବା କଂଗ୍ରେସକୁ ପୁଣି ସୁଦୃଢ଼ କରିବାପାଇଁ ଏଆଇସିସି ଠାରୁ ଆରମ୍ଭ କରି ଜିଲା ଏବଂ ଗ୍ରାମ ପର୍ଯ୍ୟନ୍ତ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ନୂତନ ପ୍ରଦେଶ କଂଗ୍ରେସ ସଭାପତି ରୂପେ ନୀରଞ୍ଜନ ପଟନାୟକ ଦାୟୀତ୍ୱ ନେବାପରେ ଜିଲା ସ୍ତରରେ ଏହାର ସଠିକ ପରିଚାଳନା ପାଇଁ ସଭାପତିଙ୍କ ନବକଳେବର କରିବାକୁ ନିଷ୍ପତି ନିଆଯାଇଥିଲା। ଏହି କ୍ରମରେ ପିସିସି ସଭାପତି ପଟ୍ଟନାୟକ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂହ କଂଗ୍ରେସର ଯୁବରାଜ ରାହୁଳ ଗାନ୍ଧିଙ୍କୁ ସାକ୍ଷାତ କରି ଫେରିବା ପରେ ଶନିବାର ଭୁବନେଶ୍ୱର କଂଗ୍ରେସ ଭବନରେ ନିଜର ନୂତନ ଟିମ ଘୋଷଣା କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲାରେ କଂଗ୍ରେସ ବିଜେଡିକୁ ପରାଜିତ କରି ଜିଲାପରିଷଦ ଗଠନ କରିପାରିଛି। ବହୁ ଘାତପ୍ରତିଘାତ ଭିତରେ ରହି ଦୁର୍ଗାପ୍ରସାଦ ପଣ୍ଡା ଦଳକୁ ସଙ୍ଗଠିତ ରଖିପାରିଛନ୍ତି। ଏହା ଏଆଇସିସି ସମ୍ପାଦକ ଅନୀଲ ଚୌଧୁରୀ ଏବଂ ସଙ୍ଗଠନ ଦାୟୀତ୍ୱରେ ଥିବା ପ୍ରଦୀପ ମାଝି ନିଜ ଗସ୍ତକାଳରେ ଉପଲବ୍ଧି କରିବାପରେ କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟକୁ ଆଧାରକରି ପୁନର୍ବାର ସେ ଜିଲା କଂଗ୍ରେସ କମିଟିର ସଭାପତି ରୂପେ ମନୋନୀତ ହୋଇଛନ୍ତି। ପୁନର୍ବାର ପଣ୍ଡାକୁ ଦାୟୀତ୍ୱ ଦେଇଥିବାରୁ ଦଳ ଶୃଙ୍ଖଳିତ ରହି ସଙ୍ଗଠିତ ହୋଇପାରିବ। ଏହି ନିଷ୍ପତି ପାଇଁ ଜିଲାର ସମସ୍ତ କଂଗ୍ରେସ କର୍ମୀ, ଦଳକୁ ଭଲପାଉଥିବା ଲୋକଙ୍କ ସହ ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ସୁନୀଲଚନ୍ଦ୍ର ପଣ୍ଡା, ଆପଲସ୍ୱାମୀ କାଡ୍ରାକା, ନନ୍ଦକିଶୋର ଚୌଧୁରୀ, ପୁରୁଷୋତ୍ତମ ଗମାଙ୍ଗ ଭଳି ବହୁ କଂଗ୍ରେସ କର୍ମୀ ପିସିସି ତଥା ଏଆଇସିସିକୁ ଧନ୍ୟବାଦ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top