କଞ୍ଚା ଆମ୍ୱର ପଣା ବନାଇବା ପାଇଁ ବିଧି

 

ସାଧାରଣତଃ ମେଷ ସଂକ୍ରାନ୍ତି ପରଠାରୁ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ପଣା ସଂକ୍ରାନ୍ତି ଓଡ଼ିଆ ଘରର ଏକ ଅନନ୍ୟ ପରଂପରା। ଏହି ଦିନଠାରୁ ଘରେ ଘରେ ଗରମରୁ ଆସ୍ୱସ୍ତି ପାଇବା ପାଇଁ ଓଡ଼ିଆ ଘରର ବୋହୂମାନେ ଅନେକ ପ୍ରକାରର ପଣା ପ୍ରସ୍ତୁତ କରିଥାନ୍ତି। ସେଥିମଧ୍ୟରୁ କଞ୍ଚା ଆମ୍ବ ପଣା ଗୋଟିଏ।

ଆଜି ଆମେ ଆପଣଙ୍କୁ ଆମ୍ବର ପଣା କିପରି ପ୍ରସ୍ତୁତ କରିବା ଏବଂ ଏହାର ଫାଇଦା କ’ଣ ଏହି ବିଷୟରେ ଜାଣିବା। ଖରା ଦିନେ ଆମ୍ବ ପଣା ଅଧିକ ପିଇବା ଆବଶ୍ୟକ। କଞ୍ଚା ଆମ୍ବରେ ପ୍ରସ୍ତୁତ ହେବା କାରଣରୁ ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ମିଳିଥାଏ। ଅଧିକ ଗରମ ପବନ ବହୁଥିବା ସମୟରେ କଞ୍ଚା ଆମ୍ବ ପଣା ପିଇଲେ ଗରମରୁ ଆସ୍ୱସ୍ତି ମିଳିଥାଏ। ଏହା ସହିତ ଏହା ଖାଦ୍ୟ ହଜମ ହେବାରେ ପାଇଁ ମଧ୍ୟ ବହୁତ ଭଲ। ନିୟମିତ ରୂପେ ଏହାର ସେବନ କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ କଣ୍ଟ୍ରୋଲ ହୋଇଥାଏ। ଏହା ଫଳରେ ହାର୍ଟ ଆଟାକର ସମ୍ଭାବନା କମ ହୋଇଥାଏ। ଆପଣ ମଧ୍ୟ କଞ୍ଚା ଆମ୍ବ ପଣା ବନାଇବା ପାଇଁ ବିଧି ଟ୍ରାଏ କରନ୍ତୁ। ଆମେ ଆଶା ରଖୁଛୁ କି ଆମ୍ବ ପଣା ରେସିପି ଆପଣଙ୍କୁ ପସନ୍ଦ ଆସିବ।

ଆମ୍ବ ପଣା ବନାଇ ପାଇଁ ବିଧି

୪ ଜଣଙ୍କ ପାଇଁ ୧୫ ମିନିଟରେ ପ୍ରସ୍ତୁତ କରିବେ ଆମ୍ବ ପଣା

ଆବଶ୍ୟକ ସାମଗ୍ରୀ :
କଞ୍ଚା ଆମ୍ବ – Raw mango – ୦୩ ଟି (ମିଡିୟମ ସାଇଜ୍ ର),
ଚିନି – Sugar – ୧୫୦ ଗ୍ରାମ,
ପୁଦିନା ପତ୍ର – Mint leaf – ୧/୨ କପ ପତ୍ର,
ଭଜା ଜିରା ଗୁଣ୍ଡ- Roasted cumin powder – ୦୨ ଛୋଟ ଚାମଚ,
କଳା ଲୁଣ – Black Salt – ୦୨ ଛୋଟ ଚାମଚ,
କଳା ମରିଚ ଗୁଣ୍ଡ – Black pepper powder – ୧/୪ ଛୋଟ ଚାମଚ

ଆମ୍ବ ପଣା ବନାଇବା ପାଇଁ ବିଧି :
ଆମ୍ବ ପଣା ରେସିପି କୁ ଆମେ ଦୁଇଟି ପ୍ରକାରରେ ପ୍ରସ୍ତୁତ କରିପାରିବା।
ପ୍ରଥମେ ଆମ୍ବକୁ କାଠ କୋଇଲାରେ ପୋଡ଼ିକରି ଏବଂ ଦ୍ୱିତୀୟ କଞ୍ଚା ଆମ୍ବକୁ ସିଝାଇକରି।
ଯଦି ଆପଣ ନିକଟରେ କାଠ କିମ୍ବା କୋଇଲାର ହାଲୁକା ରଡ଼ ଉପଲବ୍ଧ, ତା ମଧ୍ୟରେ କଞ୍ଚା ଆମ୍ବକୁ ଦବାଇ କିଛି ସମୟ ରଖନ୍ତୁ।

ପ୍ରାୟତଃ ୧୦ ମିନଟରେ ଆମ୍ବ ହାଲୁକା ଗରପୋଡ଼ା ହେବ। ତା’ ପରେ ଆମ୍ବକୁ ନିଆଁ ରଡ଼ରୁ ବାହାର କରି ଥଣ୍ଡା କରି ନିଅନ୍ତୁ। ତଥାପି ଆମ୍ବର ବାହାର ଚୋପା ଏବଂ କୋଇଲି ବାହାର କରିଦିଅନ୍ତୁ ଏବଂ ତାକୁ ଚିନି, କଳା ଲୁଣ ଏବଂ ପୁଦିନା ସହିତ ପେଶି ଦିଅନ୍ତୁ।

କିନ୍ତୁ ଯଦି ଆପଣଙ୍କ ପାଖରେ କାଠ କୋଇଲା ଉପଲବ୍ଧ ନୁହେଁ, ତେବେ ଭଲଭାବରେ ଆମ୍ବକୁ ଶିଝାଇ ପଣା ବନାନ୍ତୁ।

ଏଥିପାଇଁ ପୂର୍ବରୁ ଆମ୍ବର ବାହାର ଚୋପାକୁ ଛେଲି କରି ଧୋଇ ନିଅନ୍ତୁ। ଏହା ପରେ ଆମ୍ବକୁ ମଝିରୁ କାଟି କରି କୋଇଲି ଅଲଗା କରଦିଅନ୍ତୁ। ଏବେ ଆମ୍ବର ରସକୁ ଏକ କପପାଣି ସହିତ କୌଣସି ପାତ୍ରରେ ରଖି କରି ଶିଝାନ୍ତୁ।

ସିଝା ଯାଇଥିବା ଆମ୍ବରସକୁ ଚିନି, କଳା ଲୁଣ ଏବଂ ପୁଦିନା ସହିତ ମିକ୍ସିରେ ପକାଇ ବଢ଼ିଆ ଭାବରେ ପେଶି ଦିଅନ୍ତୁ। ପେଶା ହୋଇଥିବା ମିଶ୍ରଣକୁ ଛାଣିକରି ଏକ ଲିଟର ପାଣିରେ ମିଶାଇ ଦିଅନ୍ତୁ। ଏହା ପରେ କଳାମରିଚ ଏବଂ ଭଜା ଜୀରା ପାଉଡର ମଧ୍ୟ ପକାନ୍ତୁ।

ଏବେ ସର୍ଭିଙ୍ଗ ଗ୍ଲାସରେ ବରଫ ଖଣ୍ଡ ସହିତ ସର୍ଭ କରନ୍ତୁ।

Leave a Reply

Your email address will not be published. Required fields are marked *