ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଚଂ କାର୍ଯ୍ୟ ଶେଷ :ଖୋଲି ପାରିଲାନି ଭିତର ଭଣ୍ଡାର ଘର

ପୁରୀ, ୦୪/୦୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଚଂ ପ୍ରକ୍ରିୟା ଶେଷ ହୋଇଛି।ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦ୍ଦେଶ ପରିଚାଳନା କମିଟି ଓ ଛତିଶା ନିଯୋଗ ଆଲୋଚନା ଏବଂ ସବ୍କମିଟିର ନିଷ୍ପତି ଉପରେ ରତ୍ନଭଣ୍ଡାର ଯାଚଂ ପାଇଁ ନିଷ୍ପତି ହୋଇଥିଲା ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିଲା।୧୭ଜଣିଆ କମିଟି ଦ୍ୱାରା ଏହି ଯାଚଂ ପ୍ରକ୍ରିୟା ଶେଷ ହୋଇଛି। କେବଳ ରତ୍ନଭଣ୍ଡାରପ୍ରଥମ କଠୋରୀ ଖୋଲାଯାଇଥିଲା ଯାଚଂ ସମୟରେ ବାହାର ରତ୍ନଭଣ୍ଡାର ପ୍ରତମ କୋଠରୀରେ ଅଳନ୍ଧୁ ଓ ଧୂଳି ଜମିଥିବା ଦେଖିବାକୁ ପାଇଥିଲେ। ଯାଚଂଦଳ।ଏହାକୁ ସଫାକରାଯାଇ ପ୍ରଥମ କୋଠରୀର କାନ୍ଥ, ଛାତ, ଓ ଚଟାଣ ଯାଚଂ କରାଯାଇଥିଲା। କିନ୍ତୁ ଦ୍ୱିତିୟ ଭଣ୍ଡାର ଖୋଲାଯାଇପାରିନାହିଁ ଫ, ରେ ରହସ୍ୟରେ ରହିଲା ରତ୍ନଭଣ୍ଡାର ରହସ୍ୟ।ଏ ଏସ୍ ଆଇ ଓ କୋର୍ କମିଟି ରିପୋର୍ଟ ପ୍ରସ୍ତୁତ କରି ମୁଖ୍ୟ ପ୍ରଶାସକଙ୍କୁ ଦେବାପରେ ତାହା ହାଇକୋର୍ଟକୁ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।ସ୍ଥିରୀକୃତ ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହୋଇଥିଲା ସୋଧ ପ୍ରକ୍ରିୟା ସୋଧ କାର୍ଯ୍ୟ ଶେଷ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଥିଲା ଏହା ପୁର୍ବରୁ ପର୍ଯ୍ୟାୟକ୍ରମେ କମିଟି ସଦସ୍ୟ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପ୍ରଥମେ ନୀତି ପ୍ରାାସକ ପ୍ରଦୀପ ଦାଶ, ଭଣ୍ଡାର ମେକାପ ଗଣେଶ ମେକାପ ଭଣ୍ଡାର ନାୟକ ଜନାର୍ଦ୍ଦନ ପାଟୋଯୋଶୀ ମହାପାତ୍ର, ସବ୍କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ଅନନ୍ତ ତିଆଡୀ, ଦେଉଳ କରଣ ଦୁର୍ଗାଚରଣ ମଙ୍ଗରାଜ, ଚଢଉ କରଣ ହିଂମାଶୁ ପଟ୍ଟନାୟ.ଗଜପତିଙ୍କ ପ୍ରତିନିଧି ଅମୀୟ କୁମାର ମହାନ୍ତି, ଏ ଏସ୍ ଆଇ ର ସୁପର ଟେଣ୍ଡିଙ୍ଗ୍ ଆର୍କ୍ରୋଲୋଜିଷ୍ଟ୍ ହେମ୍ସାଗର ଅଭୟ ନାୟକ, ଗିରିସ୍ କୁଲକାରଣ୍ଣୀ କୋର୍ କମିଟି ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିତ୍ର, ଏନ୍ ସି ପାଲ୍ ପ୍ରମୁଖ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ।ଶେଷରେ ମୁଖ୍ୟ ପ୍ରଶାସକ, ଜ୍ଲ୍ାପାଳ ଓ ଏସ୍ ପି ପ୍ରବେଶ କରିଥିଲେ।ଏଥି ସହ ସ୍ନେକ୍ ହେଲ୍ପ ଲାଇନ୍ ର ୪ ଜଣ ଓ ଓଡ୍ରାଫର ୯ ଜଣିଆ ଟିମ୍ ଆବଶ୍ୟକୀୟ ସରଂଜାମ ସହ ମନ୍ଦିରକୁ ଯାଇଥିଲେ।ଜିତରେ ବେଢାରେ ୨ ପ୍ଲାଟୁନ୍ ଓ ବାହାର ବେଢାରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଯାଚଂଦଳ ମୁକ୍ତି ମଣ୍ଡପ ନିକଟରେ ପହଚିଂବା ପରେ ମେଟାଲ୍ ଡିଟ୍କ୍ଟେର ସାହାଯ୍ୟରେ ସମସ୍ତଙ୍କ ସ୍କାନିଂ କରାଯାଇଥିଲା। ଏସ୍ ପି ଙ୍କୁ ବାଦ୍ ଦେଇ ସମସ୍ତ ସଦସ୍ୟ ମାଜାଣା ମଣ୍ଡପ ନିକଟରେ ପହଚିଂବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ ଗାମୁଛା ପରିଧାନ କରିଥିଲେ।ଏହା ପରେ ପୁର୍ଣ୍ଣଶ୍ଚ ସେମାନଙ୍କୁ ଯାଚଂ କରାଯାଇଥିଲା। ଯାଚଂ ଦଳ ବେହେରଣ ଦ୍ୱାରଦେଇ ଗର୍ଭ ଗୃହ ରତ୍ନ ଭଣ୍ଡାରରେ ପହଚିଂଥିଲେ।ଗଜପତି ଙ୍କ ପ୍ରତିନିଧି, ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ପ୍ରଥମ କୋଠରୀ ଚାବୀ ଖୋଲା ଯାଇଥିଲା। କୋଠରୀ ପ୍ରବେଶ ସମୟରେ କୋର୍ କମିଟୀର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ମିତ୍ର ଙ୍କ ଗୋଡ ସିଂନ୍ଦୁକରେ ବାଜି ଖଣ୍ଡିଆଖାବରା ହୋଇଥିଲା।ପରେ ଏସ୍ ଆଇ ଚିକିତ୍ସା କେନ୍ଦ୍ରରେ ତାଙ୍କର ଚିକୀତ୍ସା କରାଯାଇଥିଲା।ବିଶେଷଜ୍ଞ ଦଳ ପ୍ରଥମ କୋଠରୀ ର ଛାତ ଚଟାଣ ଓ କାନ୍ଥ ଯାଚଂ କରିଥିଲେ।କୋଠରୀ ର କାନ୍ଥ ଓଦାଥିବା ଓ ଛାତରେ ଫାଟ ଥିବା ଦେଖିଥିଲେ।ପ୍ରଥମ ଭଣ୍ଡାର ଘରରେ ଥିବା ଏକ ଯାଲୀ ବାଟେ ସର୍ଚ୍ଚଲାଇଟ୍ ଦ୍ୱାରା ଦ୍ୱିତୀୟ ଭଣ୍ଡାର ଘର ଯାଚଂ କରିଥବଲେ।କିନ୍ତୁ ଦ୍ୱିତୀୟ ଭଣ୍ଡାରଘରର ଚାବି ଖୋଲାଯାଇନଥିଲା।ଫଳରେ ରହସ୍ୟରେ ରହିଲା ଭଣ୍ଡାର ଘରର ରହସ୍ୟ।ଭଣ୍ଡାର ଘର ପୂର୍ବରୁ ୧୯୨୬ ସ ୧୯୭୮ ରେ ଖୋଲାଯାଇଥିଲା।ରତ୍ନଭଣ୍ଡାର ଯାଚଂ ପାଇଁ ଦିନ ୧ଠାରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଶୋଧ କରାଯାଇଥିଲେ।କୌଣସୀ ଶ୍ରଦ୍ଧାଳୁ ଙ୍କୁ ଶ୍ରୀମନ୍ଦିର ଛଡା ଯାଇଡ଼ଥିଲା।୪ ଟି ଯାକ ଦ୍ୱାରର ସୁରକ୍ଷା ଦାୟିତ୍ୱରେ ୪ ଜଣ ଡି ଏସ୍ ପି ଦାୟିତ୍ୱରେ ଥିଲେ।ବାହାର ଭଣ୍ଡାର ଘର ଭିତର ଭଣ୍ଡାର ଘର ର ଚଟାଣ, କାନ୍ଥ, ଛାତ ଯାଚଂ କାରୀ ଦଳ ସର୍ଚ୍ଚ ଲାଇଟ୍ ରେ ଘର ର ସ୍ଥିତି ଦେଖିପାରିଥିବା ଯୋଗୁଁ ଦ୍ୱିତିୟ ଭଣ୍ଡାର ଘର ଖୋଲାଗଲା ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପ୍ରକାଶ କରିଥିଲେ।ଯାଚଂ କାରୀ ଦଳଙ୍କ ରିପୋର୍ଟ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ମାନ୍ୟବର ଉଚ୍ଚ ନ୍ୟାୟଳୟକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *