ରଥ ଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟୀ ବୈଠକ

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ରଥଯାତ୍ରା ସମନ୍ୱୟ ପ୍ରଥମ ବୈଠକ। ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମୀଳନୀ କକ୍ଷଠାରେ ଆୟୋଜିତ ପ୍ରଥମ ସମନ୍ୱୟ କମିଟୀ ବୈଠକରେ କେନ୍ଦାଞ୍ଚଳ ରାଜସ୍ୱ ଆୟୁକ୍ତ ଡି ଭି ସ୍ୱାମୀ ଅଧ୍ୟକ୍ଷତା କରି କହିଲେ ଯେ ଯାତ୍ରାକୁ ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ କରିବାକୁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିଥିଲେ। ଜିଲ୍ଳାପାଳ ଅରବିନ୍ଦ ଅଗ୍ରଓ୍ବାଲ୍ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟ ସୁଚି ଉପସ୍ଥାପନ କରିଥିଲେ। ବୈଠକରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍ ପି ଡଃ ସାର୍ଥକ ଷଡଙ୍ଗୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ସି ଡି ଏମ୍ ଓ ଡଃ ହର ପଟ୍ଟନାୟକ ପ୍ରମୁଖ ମଚାଂସୀନ ରହି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ସୂଚନା ମିଳିଥିଲା ଯେ ରଥଯାତ୍ରାପାଇଁ ଆବଶ୍ୟକ ୬୮୧ ଖଣ୍ଡ କାଠ ମଧ୍ୟରୁ ନୟାଗଡରୁ ୩୬୦ ବୌଧରୁ ୨୧୨ ଖଣ୍ଡକାଠ ଆସିଛି। ଯାତ୍ରାପାଇଁ ରଥ ଦୌଡି ଓ ଘେର ଦୌଡି ପାଇଁ କତା ନିଗମ କୁ କୁହାଯାଇଥିବା ବେଳେ, ଆବଶ୍ୟକୀୟ ଝୁଣା ଆଦି ଗଛିତ ରହିଛି। ରଥଯାତ୍ରାକୁ ପରିଷ୍କାର ରଖିବା ପାଇଁ ପ୍ରାଥମିକ ଚିକିତ୍ସା ଓ ଆମ୍ବୁଲାନ୍ସ ରଥ ଖଳାରେ ରହିବ। ଟ୍ରାଫିକ୍ ସମସ୍ୟା କାରଣରୁ ରଥ କାଠ ଗୁଡିକୁ ପଛକୁ ଘୁଚାଂଇ ଦିଆଯିବ। ୨୮ ଜୁନ୍ ପୂର୍ବରୁ ସମସ୍ତ ନଳକୂପ କୁ ପର୍ଯ୍ୟାୟ କ୍ରମେ ବିଶୋଧନ କରାଯିବ। ଯାତ୍ରା ସମୟରେ ୩୦ ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲା ଯିବା ସହ ୫୦ ଜର ବିଶେଷଜ୍ଞ ଓ ୧୩୦ ଜଣ ଡାକ୍ତର କାର୍ଯ୍ୟ କରିବେ। ଅଂଶୁଘାତ ପାଇଁ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯିବ। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଡ୍ୟୁଟିରେ ମୃତୟନ ସହ ମୋବାଇଲ୍ କୋଟ କରାଯିବ। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ମଙ୍ଗଳା ଗାଟ ବାଇପାଶ୍ ରାସ୍ତାର ଗୋଟି, ପାଶ୍ୱ ନିର୍ମାଣ କରାଯାଇ ଗମନାଗମନ ବ୍ୟବସ୍ଥା କରାଯିବ। ରଥ ପୂର୍ବରୁ ପୂର୍ତ ବିଭାଗର ସମସ୍ତ ରାସ୍ତା ଗୁଡିକୁ ତୁରନ୍ତ ମରାମତି କରିବାକୁ ଆର ଡି ସି ନିର୍ଦ୍ଦେଶ ଦେଇଥିଲେ।ପୌର ଅଧବକାରୀ ଦର୍ଶାଇ ଥିଲେ ଯେ ୨୨ ଫେବୃଆରୀ ଠୁ ସହରର ଛୋଟ ନଳା ଖୋଳା ଆରମ୍ଭ ହୋଇଛି।ବଡ ନାଳ ଖୋଳା କାର୍ଯ୍ୟ ଅପ୍ରେଲ୍ ୨ ରୁ ଆରମ୍ଭ ହୋଇଥିବା ବେଳେ ୨୫ ତାରିଖ ସୁଦ୍ଧା ଏହର ଶେଷ ହେବ ବୋଲି ସୂଚନା ଦେଇଥିଲେ। ବଡ଼ଦାଣ୍ଡର ଉଠା ଦୋକାନିମାନଙ୍କୁ ଜିଲ୍ଳାପାଳ ପୌର ନିର୍ବାହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲ୍ଲା ସ୍କୁଲ୍ ପାଚେରୀ କରରୁ ଜବର ଦଖଲ ଉଛେଦ ହେବା ପାଇଁ ନିଷ୍ପତି ହୋଇଛି। ରଥଯାତ୍ରା ସମୟରେ ୨୮ ଟି ବ୍ୟାଙ୍କର ଯୋଗ ପାନୀୟ ଜଳ ଯୋଗାଣ କରାଯିବ। ୨୪ ଟି ଡିଜେଲ୍ ଜେନେରେଟର ଆପାତକାଳୀନ ପରିସ୍ଥିତି ପାଇଁ ରଖାଯିବ। ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ୧୦୦ ଟି ଆଗୁଆ ପିଇବା ପାଣି ପ୍ରକଳ୍ପ ବସାଯିବ। ଡାକ୍ତରଖାନାରେ ୨୪ ଘଟିଂଆ ଜଳ ଯୋଗାର ପାଇଁ ବ୍ୟବସ୍ଥା କରାଯିବ। ଯାତ୍ରାବେଳେ ତିନୋଟି ଗ୍ରିଡ୍ ରୁ ନିରବଛିନ୍ନ ବିଦୁତ୍ ଯୋଗାଣ କରାଯିବ। ଏପ୍ରିଲ୍ ମାସ ମଧ୍ୟରେ ୪ଥର ୪ଘଣ୍ଟା ଲେଖାଏଁ ଲାଇନ୍ କଟାଯାଇ ଆବଶ୍ୟକୀୟ ମରାମତି କରାଯିବ। ଯାତ୍ରା ସମୟରେ ୪୦ ଜଣ ଅଫିସର ଓ ୧୦୦ ଜଣ ଷ୍ଟାପ୍ ମେଟେଂନାସ୍ କାର୍ଯ୍ୟ କରିବେ ଯାତ୍ରା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପରମିଟ୍ ବସ୍ ଚଳାଚଳ ପାଇଁ ପ୍ରଦାନ କରାଯିବ। ରେଳବାଇ ପକ୍ଷରୁ ୧୯୦ ଯୋଡା ଟ୍ରେନ୍ ଚଳାଚଳ କରାଯିବା ସହ ୩୬ଟି ସ୍ୱତନ୍ତ୍ର ବୁକିଙ୍ଗ୍ କାଉଟଂର କରାଯିବ। ରଥଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ପାଇଁ ୧୦୦ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କ ସହ ରାପିଡ୍ ଆକ୍ସନ୍ ଗ୍ରୁପ୍ କୁ ମୃତୟନ କରାଯିବ।

Leave a Reply

Your email address will not be published. Required fields are marked *