ନାବାଳିକା ଭଉଣୀକୁ ଦୁଷ୍କର୍ମ କରି ଅଭିଯୁକ୍ତ ଭାଇ ଗିରଫ

ପାଟଣା,ତା୨୬/୦୪(ଓଡିଆ ପୁଅ/ଅଭିମନ୍ୟୁ) ପୁଣି କାମ ବାସନାରେ ଭାଇ ଭଉଣୀର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଭାଇ ଗିରଫ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ବଡପଶି ଗ୍ରାମରେ ଆଦିବାସୀ ସଂପ୍ରଦାୟର ସାତବର୍ଷିଆ ନାବାଳିକା ବଡ଼ବାପା ଝିଅ ଭଉଣୀକୁ ଗତ ୧୪ ତାରିଖ ଘରେ କେହି ନଥିବା ବେଳେ କାମ ବାସନାରେ ଅନ୍ଧ ହୋଇ ଯୌନ ରାକ୍ଷସ ଭାଇ ଭାଇଭଉଣୀର ସମ୍ପର୍କ ଭୁଲି ନିଜ ବଡବାପାଙ୍କ ସାତ ବର୍ଷିଆ ଝିଅକୁ ଦୁଷ୍କର୍ମ କରିଥିଲା। ଏନେଇ ଗତକାଲି ପୀଡିତାଙ୍କ ପରିବାର ପକ୍ଷରୁ ପାଟଣା ଥାନାରେ ଅଭିଯୋଗ କରିବା ପରେ ପାଟଣା ପୋଲିସ ଘଟଣାର ତଦନ୍ତ କରିବା ସହ ପୀଡିତାର ଡାକ୍ତରିମାଇନା କରାଇ ପାଟଣା ଥାନାରେ କେସ ନମ୍ବର 65/18 ଆଇ ପି ସି ଧାରା 376/6 ପୋକ୍ସୋ ଆକ୍ଟ ରେ ଅଭିଯୁକ୍ତ ଭାଇକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *