Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦ୍ୟାପିତ: କିଶୋର କ୍ଳବକୁ ହରାଇ ଭୁବନେଶ୍ୱର ସଘର୍ଷ କ୍ଳବ...

ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦ୍ୟାପିତ: କିଶୋର କ୍ଳବକୁ ହରାଇ ଭୁବନେଶ୍ୱର ସଘର୍ଷ କ୍ଳବ ଚମ୍ପିଅନ୍

124

ନୟାଗଡ଼,୧୦ା୨:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳପଡ଼ିଆରେ ଜିଲ୍ଳା ଆଥଲେଟିକ୍ ଆସୋସିଏସନ ଓ ୭୮୬ ୟୁଥ୍କ୍ଳବ ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ୯ଦିନ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଂଟରେ ଭୁବନେଶ୍ୱର ସଂଘର୍ଷ କ୍ଳବ ୪-୧ ଗୋଲରେ ଭୁବନେଶ୍ୱର କିଶୋର କ୍ଳବକୁ ହରାଇ ଚମ୍ପିଅନ୍ ହୋଇଛି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳ ବହୁ ସଂଘର୍ଷପୂର୍ଣ୍ଣ ଓ ଚିତାକର୍ଷକ ଥିବାବେଳେ ସଂଘର୍ଷ କ୍ଳବ ଲଗାତର ୪ଗୋଟି ଗୋଲ  କିଶୋର କ୍ଳବ କୁ ଦେଇଥିଲା । ତେବେ କିଶୋର କ୍ଳବ   ସଂଘର୍ଷ କ୍ଳବକୁ ଗୋଟିଏ ଗୋଲ ଦେଇ ପରିଶୋଧ କରିବାକୁ ସମର୍ଥ ହୋଇଥିଲା । ସଂଘର୍ଷ କ୍ଳବ ପକ୍ଷରୁ ୩ନଂ ଖେଳାଳୀ ଏ.କାହ୍ନା ଗୋଟିଏ,୮ନଂ  ଖେଳାଳୀ ରାଜେଶ କୁମାର ନାଏକ ୨ଟି ଓ  ୧୦ନଂ ଖେଳାଳୀ ଅନ୍ତର୍ଯ୍ୟାମୀ ନାଏକ  ଗୋଟିଏ ଗୋଲ ଦେଇଥିଲେ । ସଂଘର୍ଷ କ୍ଳବର ରାଜେଶ ନାଏକ ଖେଳରେ ମ୍ୟାନ ଅଫ ଦି ମ୍ୟାଚଭାବେ  ବିବେଚିତ ହୋଇ  ୫ଶହ ଟଙ୍କା ଓ ଶ୍ରେଷ୍ଠ ଗୋଲକିପର ଭାବେ  ସଂଘର୍ଷ କ୍ଳବର ସୌରଭ ହଜରତ୍ ଅଲ୍ଳୀ ପ୍ରଦତ୍ତ ୫ଶହ ଟଙ୍କା ଓ ଟ୍ରଫି ପ୍ରାପ୍ତ ହୋଇଥିଲେ । ଖେଳରେ ସା୍ମ୍ବାଦିତ ରାମକୃଷ୍ଣ ରଥ ଓ ଶେଖ ଖାଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିବାବେଳେ  ରେଫରିଭାବେ ରାଜୁ ମହାନ୍ତି,କେ.ଦାଶ,ପି.କେ .ପାଲ,ଟି.ମୋହନ ରାଓ ଏତବଂ ପ୍ରଶାନ୍ତ ବରାଡ଼ ପ୍ରମୁଖ  କାର୍ଯ୍ୟ ସଂପାଦନ କରିଥିଲେ । ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବେ ଖେଳକୁ ଉଦ୍ଘାଟନୀ କରିଥିବାବେଳେ ସମ୍ମାନୀତ  ଅତିଥିଭାବେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ ,ଏସପି ଆଶିଷ କୁମାର ସିଂ ଯୋଗଦେଇ ବିଜୟୀ ସଂଘର୍ଷ କ୍ଳବକୁ  ଘରୋଇ ବସ୍ ମାଲିକ ସଂଘ ପ୍ରଦତ୍ତ ୨୫ହଜାର ଟଙ୍କା ଓ ଆକର୍ଷଣୀୟ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ରନର୍ସ ଅପ୍ ଦଳକୁ ଆଡୋନ୍ ଇନ୍ଫୋଟେକ୍ ତରଫରୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଶନିବାର ଅନୁଷ୍ଠିତ ଏହି ଫାଇନାଲ ଖେଳରେ ନଗରପାଳ ଗୁରୁପ୍ରସାଦ ଜେନା,ବ୍ଳକ ଅଧ୍ୟକ୍ଷା ଗୋଲାପ ଦଳବେହେରା,ସରପଂଚ ହୁର୍ଜାଲ ବେଗମ୍,କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ବାସନ୍ତି ମହାପାତ୍ର,ଶେଖ ୟୁସୁଫ,ଶେଖ୍ ଇସ୍ମାଇଲ,ମନୋଜ ନାୟକ,ଏନଏସି ନିର୍ବାହୀ  ଅଧିକାରୀ ସନ୍ତୋଷ ଜେନା ପ୍ରମୁଖ ମଂଚରେ ମଂଚାସୀନ ଥିଲେ । ଏହି ଖେଳ ବହୁ ରଙ୍ଗା ରଙ୍ଗ ପରିବେଶରେ ଉଦ୍ୟାପିତ ହୋଇଥିବାବେଳେ ଫାଇନାଲ ଖେଳ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.