Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟର୍ଣ୍ଣାମେଂଟ ୨୦୧୮ ଉଦ୍ଘାଟିତ

ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟର୍ଣ୍ଣାମେଂଟ ୨୦୧୮ ଉଦ୍ଘାଟିତ

134

ଟ୍ରାଇବ୍ରେକରରେ କିଶୋର କ୍ଲବ ୩-୨ରେ ହରାଇଲା ୟାଜଦାନୀକୁ
ନୟାଗଡ଼,୨ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳା  ଆଥ୍ଲେଟିକ ଆସୋସିଏସନ ଓ ସିନ୍ଦୁରିଆ ୭୮୬ ୟୁଥ୍ କ୍ଲବର ମିଳିତ ଆୟୋଜନରେ ପରିଚାଳିତ ରାଜ୍ୟ ସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ୨୦୧୮ ସ୍ଥାନୀୟ ଖେଳ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ମ୍ୟାଚର ପ୍ରଥମମ ଦିବସରେ ଭୁବନେଶ୍ୱର କିଶୋର କ୍ଳବ ଭୁବନେଶ୍ୱରର ୟାଜଦାନୀ କ୍ଳବକୁ ଭେଟିଥିଲା । ଖେଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ  ଭାବେ ହୋଇଥିଲାବେଳେ ଶେଷରେ ଟ୍ରାଇବେକର ଜରିଆରେ କିଶୋର କ୍ଳ୍ବ  ୩-୨ ଗୋଲରେ  ୟାଜଦାନୀ କ୍ଳବଠାରୁ  ବିଜୟୀ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରପ୍ଷରକୁ ୧-୧ ଗୋଲ ଦେବାରୁ ଖେଳ ଅମିମାଂସିତ ଭାବେ ଶେଷ ହେବାରୁ ଟ୍ରାଇବେକରର ସାହାର୍ଯ୍ୟ ଲୋଡ଼ାଯାଇଥିଲା ।  ଖେଳ ଆରମ୍ଭର ମାତ୍ର ୩୫ ମିନିଟ୍ ରେ କିଶୋର କ୍ଲବର ଜର୍ସିନଂ ୫ର ଖେଳାଳୀ ଆଲୋକ ଦେହୁରୀ ପ୍ରଥମ ଗୋଲ ସ୍କୋର କରିଥିବାବେଳେ ୟାଜଦାନୀ କ୍ଲବର ଜର୍ସିନଂ ୧୨ର ଖେଳାଳୀ ପ୍ରକାଶ ଖେଳ ଆରମ୍ଭର ୪୩ ମିନିଟ୍ରେ ଦ୍ୱିତୀୟ ଗୋଲଟି ସ୍କୋର କରିବାରୁ  ଖେଳରେ ଟ୍ରାଇବେକରର ଆବଶ୍ୟକତା ପଡ଼ିଥିଲା । ଏହି ଖେଳକୁ ରେଫରି ଭାବେ ରାଜୁ ମହାନ୍ତି,କାର୍ତ୍ତିକ ପାର୍ଥ,ପ୍ରଶାନ୍ତ କୁମାର ପାଲ,ଟି ମୋହନ ରାଓ ଓ ପ୍ରଶାନ୍ତ କୁମାର ବରାଡ଼  ପରିଚାଳନା କରିଥିଲାବେଳେ  ସାମ୍ବାଦିକ ରାମକୃଷ୍ଣ ରଥ ଓ ଶେଖ ଖାଲିକ୍ ବିଚକ୍ଷଣ ଭାବେ ଖେଳର ଧାରା ବିବରଣୀ ଦେଇଥିଲେ । ଖେଳକୁ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲାବେଳେ  ସମ୍ମାନୀତ ଅତିଥିଭାବେ ଉପସ୍ଥିତ ଥିଲେ ଏସପି ଆଶିଷ କୁମାର ସିଂ,ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ । ଶେଖ୍ ଇସ୍ ମାଇଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଖେଳ ପରିଚାଳନା ହୋଇଥିଲାବେଳେ  ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସଂପାଦକ ଅନୱର ଅଲ୍ଲୀ ,ହଜରତ ଅଲ୍ଲୀ ଖାଁ,ଗନୁଦାସ, ରିଟୁ ମହାପାତ୍ର,ଶେଖ ନଇମ୍,ସରିଫ ଖାଁ,ଅଶେଷ ଦାସ  ଖେଳ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.