ଓଡ଼ିଶା

ରଜ ମଉଜ ପାଇଁ ରାଉରକେଲାରେ ପ୍ରସ୍ତୁତି

ରାଉରକେଲା ୧୧/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଉ ମାତ୍ର ଦିନ କେଇଟା ପରେ ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯିବ ଓଡ଼ିଶାର ଗଣପର୍ବ ରଜ। ଏହି ପର୍ବକୁ ନିଜ ବନ୍ଧୁ କୁଟୁମ୍ବଙ୍କ ସହିତ ଯାକଯମକରେ ପାଳନ କରିବା ପାଇଁ ଏବେ ଠାରୁ ଉତ୍ସୁକତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ରଜ ମଉଜ ପାଇଁ ଦକ୍ଷିଣ ରାଉରକେଲାରେ ଥିବା ବିଭିନ୍ନ ସାମାଜିକ ସଙ୍ଗଠନ ଯେପରି ବେଦବ୍ୟାସ ସାହିତ୍ୟ ସଂସ୍କୃତି ପରିଷଦ, ସୃଜନୀ ସାହିତ୍ୟ ସଂସଦ, କଳିକା ଅନୁଷ୍ଠାନ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ, ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ରଜ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ରଜପର୍ବରେ ପ୍ରତି ଓଡ଼ିଆଙ୍କ ଘରେ ପିଠାପଣାର ଆସର ଜମିଥାଏ। ସହର ତଥା ରାଜ୍ୟ ବାହାରେ ଥିବା ଓଡ଼ିଆ ପରିବାରର ସଦସ୍ୟ ମାନେ ଏହି ପର୍ବରେ ଘର ମୁହାଁ ହୋଇଥାନ୍ତି। ରଜରେ ପୋଡ ପିଠା ସାଙ୍ଗକୁ ନୂତନ ବସ୍ତ୍ର ପରିଧାନ କରି ରଜ ମଉଜ ନିଜ ପରିବାର ସହିତ ପାଳନ କରିଥାନ୍ତି। ସାରନଗରୀର ପୁଷ୍ପାପାର୍କରେ ରଜ ତିନିଦିନ ସାରନଗରୀ ତଥା ଆଖପାଖ ଅଂଚଳର ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ। ପରିବାର ଲୋକେ ଛୋଟ ପିଲାଙ୍କୁ ସାଙ୍ଗରେ ଧରି ସହରରେ ଥିବା ଅନ୍ୟାନ ପାର୍କ ଗୁଡ଼ିକ ବୁଲିବାକୁ ଯାଇ ସେଠାରେ ଦୋଳିର ମଜା ନେଇଥାନ୍ତି। ସେହିପରି ଘର ଆଗରେ ମଧ୍ୟ ବିଭିନ୍ନ ଗଛର ଡାଳରେ ଦୋଳି ବାନ୍ଧି କୁନି କୁନି ପିଲାମାାନେ ରଜର ମଜା ଉଠାଇଥାନ୍ତି। ଗଣପର୍ବ ରଜ କେବଳ ଓଡ଼ିଆ ପରିବାରରେ ସୀମିତ ହୋଇ ରହିନାହିଁ। ଦକ୍ଷିଣ ରାଉରକେଲା ସହରତଳି ଅଂଚଳର ବିଭିନ୍ନ ବସ୍ତିରେ ରହୁଥିବା ଆଦିବାସୀ ସଂପ୍ରଦାୟ ପରିବାର ମଧ୍ୟ ରଜ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି। ରଜ ତିନି ଦିନ ଘର ଗୋବରରେ ଲିପା ପୋଛା କରି ଏମାନେ ରଜ ପାଳନ କରିଥାନ୍ତି। ନିଜ ପରିବାର ତଥା ବନ୍ଧୁ ବାନ୍ଧବ ମାନଙ୍କ ସହିତ ତାସ ଖେଳର ଭରପୁର ମଜା ଉଠାଇଥାନ୍ତି ଏମାନେ। ରଜପର୍ବକୁ ଦୃଷ୍ଟିରେ ରଖି ସାରନଗରୀର ବିଭିନ୍ନ ହୋଟେଲରେ ନାନା ରକମର ମିଷ୍ଟାନ ପ୍ରସ୍ ୁତି କରିବା ଲାଗି ଏବେ ଠାରୁ ପ୍ରକୀୟା ଆରମ୍ଭ ହୋଇ ଯାଇଛି। କେବଳ ଯେ, ମିଠା ନୁହେଁ, ରଜରେ ଛେନାପୋଡ଼ର ବିଶେଷ ଚାହିଦା ରହିଥିବାରୁ ଲୋକ ମାନେ ଏହାକୁ କିଣିବାକୁ ବେଶୀ ଆଗ୍ରହ ପ୍ରକାଶ କରିଥାନ୍ତି ବୋଲି ସାରନଗରୀ ଲୋକନାଥ ମାର୍କେଟ ସ୍ଥିତ ଦାସ ହୋଟଲର ସ୍ୱତାଧିକାରୀ ବାଦଲ ଦାସ ପ୍ରକାଶ କରିଛନ୍ତି। ସେହିପରି ସାରନଗରୀର ବିଭିନ୍ନ କପଡ଼ା ଦୋକାନରେ ମଧ୍ୟ ନାନା ପ୍ରକାର ନୂତନ ଡିଜାଇନର ବସ୍ତ୍ର ଏବେ ଠାରୁ ଶୋଭା ପାଇବାରେ ଲାଗିଲାଣି। ଏବେ ଯାହାଖାଲି ରଜ ପର୍ବକୁ ଅପେକ୍ଷା କରି ରହିଛନ୍ତି ଦକ୍ଷିଣ ରାଉରକେଲା ବାସିନ୍ଦା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top