ଓଡ଼ିଶା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବାପାଇଁ ଏମ୍ସ ପହଁଞ୍ଚିଲେ ରାହୁଲ ଗାନ୍ଧୀ

ନୂଆ ଦିଲ୍ଲୀ ୧୧/୬ (ଓଡ଼ିଆ ପୁଅ) ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବାପାଇଁ ଏମ୍ସ ପହଁଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ସୂଚନାଯୋଗ୍ୟଯେ, ୯୩ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଆଜି ଏମ୍ସରେ ଭର୍ତ୍ତି କରାଯାଇଛି। କୁହାଯାଉଛିଯେ, କି ନିୟମିତ ଚେକଅପ ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

ଅଟଳଜୀଙ୍କର ଜାଞ୍ଚ ଏମ୍ସର ନିର୍ଦେଶକ ଡ. ରଣଦୀପ ଗୁଲେରିୟାଙ୍କର ତତ୍ୱାବଧାନରେ କରାଯାଉଛି। ବାଜପେୟୀଙ୍କର ସ୍ୱାସ୍ଥ୍ୟ ଉପରେ ଏମ୍ସ ତରଫରୁ ମେଡିକାଲ ବୁଲେଟେନ ଜାରି କରାଯାଇଛି ଯେଉଁଥିରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି ବୋଲି କୁହାଯାଇଛି। ସୂତ୍ର ଅନୁସାରେ, ନେଫ୍ରୋଲୋଜି , ଗାଷ୍ଟ୍ରୋଏଣ୍ଟରଲୋଜି, ପଲ୍ମୋନୋଲୋଜି ତଥା କାର୍ଡିୟୋଲୋଜୀ ବିଭାଗର ଡକ୍ଟର ତାଙ୍କୁ ଜାଞ୍ଚ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top