Home ଓଡ଼ିଶା ରାହୁଲ ଗାନ୍ଧୀଙ୍କର କିଛିଟା ବୁଦ୍ଧି ଆସିଲାଣି:ସରୋଜା ପାଣ୍ଡେ

ରାହୁଲ ଗାନ୍ଧୀଙ୍କର କିଛିଟା ବୁଦ୍ଧି ଆସିଲାଣି:ସରୋଜା ପାଣ୍ଡେ

1031

★ନିକଟରେ ରାହୁଲଙ୍କୁ ମନ୍ଦବୁଦ୍ଧି କହିଥିଲେ ସରୋଜା
★ଯିଏ ୫ ହଜାର କୋଟିରୁ ଅଧିକ ଟଙ୍କାର ଫ୍ରଡ଼ କେସରେ ଜାମିନରେ ଅଛି,ସିଏ ଆଜି ରାଫେଲ ଡିଲକୁ ନେଇ ପ୍ରଶ୍ନ ଉଠାଉଛି : ସରୋଜା
ଡେରାଡୁନ:ରାହୁଲ ଗାନ୍ଧୀଙ୍କର କିଛିଟା ବୁଦ୍ଧି ଆସିଲାଣି।ଏପରି କହିଛନ୍ତି ଛତିଶଗଡ଼ ରାଜ୍ୟସଭା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ।ଡେରାଡୁନ ଗସ୍ତରେ ଆସିଥିବା ସରୋଜା ପାଣ୍ଡେ ପ୍ରଦେଶ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ ସମ୍ବୋଦ୍ଧିତ କରୁଥିବା ସମୟରେ ଏପରି କହିଛନ୍ତି।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଏକ ପ୍ରଶ୍ନର ଉତ୍ତରରେ ସରୋଜା କହିଥିଲେ କି,ଏବେ ରାହୁଲ ଗାନ୍ଧୀଙ୍କର କିଛିଟା ବୁଦ୍ଧି ଆସିଲାଣି।ରାହୁଲଙ୍କ ପାଖରେ କିଛିଟା ରାଜନୈତିକ ପରିପକ୍ୱତା ଆସିବାର ସଙ୍କେତ ଦେଖାଦେଲାଣି।କିନ୍ତୁ ରାହୁଲଙ୍କ ରାଜନୈତିକ ରଣନୀତିର ଉତ୍କର୍ଷତାର ସ୍ତରକୁ ନେଇ ସରୋଜା ଖଣ୍ଡନ କରିଦେଇଥିଲେ।ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ସରୋଜା ରାହୁଳଙ୍କୁ ମନ୍ଦବୁଦ୍ଧି ବୋଲି କହିଥିଲେ।

ଏହି ଅବସରରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ସରୋଜା କଂଗ୍ରେସକୁ ଟାର୍ଗେଟ କରି କହିଥିଲେ କଂଗ୍ରେସ ନିଜ କାର୍ଯ୍ୟକାଳ ଭିତରେ କରିଥିବା କର୍ମକୁ ନେଇ ଆଜି ପ୍ରତିରକ୍ଷାତ୍ମକ ପରିସ୍ଥିତିରେ ରହୁଛି।ଭାଜପା ସରକାର କାର୍ଯ୍ୟକାଳରେ ଯେତେବେଳେ “ସବକା ସାଥ ସବକା ବିକାଶ”କୁ ନେଇ କାମ କରାଯାଉଛି,କଂଗ୍ରେସ ସେତେବେଳେ ଦୋଷାରୋପ କରୁଛି।ସରୋଜା କହିଲେ, ଯିଏ ୫ ହଜାର କୋଟିରୁ ଅଧିକ ଟଙ୍କାର ଫ୍ରଡ଼ (ପ୍ରବଞ୍ଚନା) କେସରେ ଜାମିନରେ ଅଛି,ସିଏ ଆଜି ରାଫେଲ ଡିଲକୁ ନେଇ କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଉଛନ୍ତି।ଏହି ଘଟଣା ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଦେଲେ।ଏହାକୁ ମାନିଲେନି ତ’ ସଂସଦରେ ଚର୍ଚ୍ଚା ହେଲା।ରକ୍ଷାମନ୍ତ୍ରୀ ତାଙ୍କର ସବୁ ପ୍ରଶ୍ନର ଉତ୍ତର ଦେଲେ।ତଥାପି ସେମାନେ ରାଫେଲ ପ୍ରସଙ୍ଗ ଉପରେ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ।ଏହାସହ ମହାମେଣ୍ଟ ପ୍ରଶ୍ନର ଉତ୍ତରରେ ସରୋଜା କହିଲେ କି,କଂଗ୍ରେସ ଏବଂ ଅନ୍ୟ ଦଳ କେବଳ ଜଣେ ମଜଭୁତ ବ୍ୟକ୍ତି ବିରୋଧରେ ଏକତ୍ରିତ ହେଉଛନ୍ତି।ମହାମେଣ୍ଟର ଏହି ରାଜନୀତିରେ ଯେଉଁଠି ନାଁ ବିଚାର ମେଳ ଖାଉଛି,ନାଁ ସିଦ୍ଧାନ୍ତ ମେଳ ଖାଉଛି।ଉଦ୍ଦେଶ୍ୟ କେବଳ ଗୋଟିଏ ଦଳ ଏବଂ ଜଣେ ବ୍ୟକ୍ତିଙ୍କୁ ଅଟକାଇବା।ସରୋଜା କହିଲେ ଏହା ଆମର ଉପଲବ୍ଧି,ଆମେ ଏତେ ଶକ୍ତିଶାଳୀ ଯେ,ଆମକୁ ଅଟକାଇବାକୁ ଏ’ ସବୁ ଦଳ ଏକତ୍ରିତ ହେଉଛନ୍ତି।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.