ଆନ୍ତର୍ଜାତୀୟ

ଫ୍ରେଞ୍ଚ ଓପନ ୨୦୧୮: ରାଫେଲ ନଡାଲ ଡୋମିନିକ ଥୀମଙ୍କୁ ହରାଇ ଏକାଦଶ ଥରପାଇଁ କଲେ ବିଜୟ ରେକର୍ଡ

ନୂଆ ଦିଲ୍ଲୀ ୧୧/୬ (ଓଡ଼ିଆ ପୁଅ) ଦୁନିଆର ନମ୍ବର ୱାନ୍ ଟେନିସ ଖେଳାଳି ରାଫେଲ ନଡାଲ ରବିବାରଦିନ ନିଜର କ୍ୟାରିୟରର ୧୧ତମ ଫ୍ରେଞ୍ଚ ଓପନ ଜୀତିଛନ୍ତି। ସେ ଅଷ୍ଟ୍ରିଆର ଡୋମିନିକ ଥୀମଙ୍କୁ ୬-୪, ୬-୩ ଏବଂ ୬-୨ରେ ସିଧା ସେଟରେ ଫାଇନାଲ୍ ରେ ହରାଇ କ୍ଲେ କୋର୍ଟରେ ନିଜର ଶୀର୍ଷସ୍ଥାନ ଅପରିବର୍ତ୍ତିତ ରଖିପାରିଛନ୍ତି। ଏହା ନଡାଲଙ୍କର ଫ୍ରେଞ୍ଚ ଓପନର ରେକର୍ଡ ବିଜୟ ଅଟେ।

ନଡାଲଙ୍କର ରୋଲାଂ ଗୈରୋରେ ଏହା ୧୧ତମ ଏବଂ କ୍ୟାରିୟରର ୧୭ତମ ଗ୍ରାଣ୍ଡ ସ୍ଲାମ ବିଜୟ। ସ୍ପେନର ଏହି ଖେଳାଳି ଗ୍ରାଣ୍ଡ ସ୍ଲାମରେ ସର୍ବାଧିକ ବିଜୟର ମାରଗ୍ରେଟ କୋର୍ଟଙ୍କର ରେକର୍ଡ ସହିତ ସମାନ ହୋଇପାରିଛନ୍ତି। ମାରଗ୍ରେଟ ୧୯୬୦ ରୁ ୧୯୭୩ ମଧ୍ୟରେ ଅଷ୍ଟ୍ରେଲିଆ ଓପନରେ ଏହି ଉପଲବ୍ଧି ହାସଲ କରିଥିଲେ। କ୍ଲେ କୋର୍ଟରେ ଏହା ନଡାଲ ଏବଂ ଥିମଙ୍କର ଦଶମ ପ୍ରତିଦ୍ୱନ୍ଦିତା ଥିଲା, ଯେଉଁଥିରେ ସ୍ପେନର ଖେଳାଳି ସପ୍ତମଥର ବିଜୟ ହାସଲ କରିଥିଲେ।

ନଡାଲ ଏବେ ସର୍ବାଧିକ ଗ୍ରାଣ୍ଡ ସ୍ଲାମରେ ନିଜର ପ୍ରତିଦ୍ଵନ୍ଦ୍ଵୀ ରୋଜର ଫେଡରରରେ ତିନୋଟି ମେଜର ଟାଇଟେଲ ପଛରେ ଅଛନ୍ତି ଯାହାଙ୍କ ନାମରେ ୨୦ଟି ଗ୍ରାଣ୍ଡ ସ୍ଲାମ ଟାଇଟେଲ ରେକର୍ଡ ଅଛି। ସେ ଅବଶ୍ୟ ଫେଡରରଙ୍କଠାରୁ ଚାରି ବର୍ଷ ଛୋଟ ଅଟନ୍ତି। ସ୍ପେନର ୩୨ ବର୍ଷ ର ନଡାଲ ନିଜର ୨୪ତମ ଗ୍ରାଣ୍ଡ ସ୍ଲାମ ଫାଇନାଲ୍ ରେ ଖେଳୁଥିଲେ ଅବଶ୍ୟ ଥୀମ ପ୍ରଥମ ଥର କୌଣସି ମେଜର ଫାଇନାଲ୍ ରେ ଭାଗନେଇଥିଲେ। ଥୀଏମ, ୧୯୯୫ ରେ ରୋଲାଂ ଗୈରୋ ଥାମସ ମଷ୍ଟରର ଟାଇଟେଲ ଜୀତିବା ପରେ, କୌଣସି ଗ୍ରାଣ୍ଡ ସ୍ଲାମର ଫାଇନାଲ୍ ରେ ଜାଗା ବନାଇପାରିଥିବା ଅଷ୍ଟ୍ରିଆର ପ୍ରଥମ ଖେଳାଳି ଅଟନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top