ଚୀନ୍ ର ନାନ୍ ଜିଙ୍ଗରେ ବ୍ରିକ୍ସ ରାଷ୍ଟ୍ରସମୂହ କୃଷିମନ୍ତ୍ରୀମାନଙ୍କ ସପ୍ତମ ବୈଠକରେ ଯୋଗଦେବେ ଶ୍ରୀ ରାଧାମୋହନ ସିଂହ

ନୂଆଦିଲ୍ଲୀ ୧୪/୬ (ଓଡ଼ିଆ ପୁଅ) କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ରାଧା ମୋହନ ସିଂହ ବି୍ରକ୍ସ ରାଷ୍ଟ୍ରସମୂହର କୃଷିମନ୍ତ୍ରୀମାନଙ୍କ ସପ୍ତମ ବୈଠକରେ ଭାଗ ନେବା ଲାଗି ୧୫ଜୁନ୍, ୨୦୧୭ରେ ଚୀନ ଗସ୍ତ କରିବେ। ଏହି ବୈଠକ ୧୫ରୁ ୧୭ ଜୁନ୍ ପର୍ଯ୍ୟନ୍ତ ଚୀନ୍ର ନାନଜିଙ୍ଗ୍ ଠାରେ ଅନୁଷ୍ଠିତ ହେବ।

୧୫ ଜୁନ୍ ଗୁରୁବାର ସକାଳେ ବ୍ରିକ୍ସ ଏଗ୍ରୀକଲଚର କର୍ପୋରେସନ୍ ୱାର୍କିଂ ଗ୍ରୁପ୍ର ବୈଠକ ଅନୁଷ୍ଠିତ ଏବଂ ଅପରାହ୍ଣରେ ବ୍ରିକ୍ସ ରାଷ୍ଟ୍ରସମୂହର କୃଷିମନ୍ତ୍ରୀମାନଙ୍କର ମିଳିତ ଘୋଷଣାନାମାକୁ ଚୂଡ଼ାନ୍ତ ରୂପ ଦିଆଯିବ।

ଜୁନ୍ ୧୬ରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ବି୍ରକ୍ସ ରାଷ୍ଟ୍ରସମୂହ କୃଷି ମନ୍ତ୍ରୀମାନଙ୍କ ସପ୍ତମ ବୈଠକରେ ନିଜର ବକ୍ତବ୍ୟ ରଖିବେ ତଥା ବୈଠକରେ ଚୀନ୍ର ଭାଇସ୍ ମିନିଷ୍ଟର ୱାର୍କିଂ ଗ୍ରୁପ୍ ମିଟିଂ ନଥିପତ୍ର ଫଳାଫଳର ସମୀକ୍ଷା ଉପସ୍ଥାପନ କରିବେ। ଏହି ବୈଠକରେ ବ୍ରିକ୍ସ ମିନିଷ୍ଟର ଅଫ୍ ଏଗ୍ରୀକଲଚର ସପ୍ତମ ବୈଠକର ମିଳିତ ଘୋଷଣାନାମା ଏବଂ ବି୍ରକ୍ସ ରାଷ୍ଟ୍ରସମୂହର ଏଗ୍ରୀକଲଚର ଆକ୍ସନ୍ ପ୍ଲାନ୍ ୨୦୧୭-୨୦୨୧ ପାରିତ କରାଯିବ।

ଏହାପରେ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନଙ୍କ ସହିତ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପରେ ସନ୍ଧ୍ୟାରେ ବ୍ରିକ୍ସ ଏଗ୍ରୀକଲଚରାଲ କର୍ପୋରେସନ୍ ଫୋରମ୍ ର ଉଦ୍ଘାଟନ କରାଯିବ।

୧୭ ଜୁନ୍ ରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିବେ।

Leave a Reply

Your email address will not be published. Required fields are marked *