ପଂଜାବରେ ଗାଈ, କୁକୁର ଏବଂ ବିଲେଇ ପାଲିଲେ ମଧ୍ୟ ଲାଗିବ ଟ୍ୟାକ୍ସ – ନୋଟିଫିକେଶନ ଜାରୀ

ପଞ୍ଜାବ ୨୪-୧୦ (ଓଡ଼ିଆ ପୁଅ) ପଞ୍ଜାବ ସରକାର ଏବେ ଗାଈ, କୁକୁର ଏବଂ ବିଲେଇ କିମ୍ବା ଅନ୍ୟ ପଶୁଙ୍କୁ ପାଳିଲେ ପାଳନକର୍ତ୍ତାଙ୍କ ଉପରେ ମଧ୍ୟ ଟ୍ୟାକ୍ସ ଅସୁଲ କରିବେ। ଏହାର ନୋଟିଫିକେଶନ ସରକାରଙ୍କର ଏକ ବିଭାଗ ଜାରୀ କରିଛନ୍ତି। ଏହି ବିଭାଗର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୂ ଅଛନ୍ତି। ପଂଜାବ ମ୍ୟୁନିସିପାଲ କରପୋରେସନ ଆକ୍ଟରେ ଏହି ନୋଟିଫିକେଶନ ଜାରୀ କରି ନିଗମକୁ ପଠାଯାଇଛି। ଯାହାଦ୍ୱାରା ଖୁବ୍ ଶୀଘ୍ର ଏହାକୁ ମଞ୍ଜୁରୀ ଦେଇକରି ଏହାକୁ ଲାଗୁ କରି ଦିଆଯିବ।

କୁହାଯାଇପାରେଯେ, ଏହା ପୂର୍ବରୁ ମଧ୍ୟ ସରକାର ଗୌ ସେସର ନାମରେ କେତେକ ବସ୍ତୁରେ ଟ୍ୟାକ୍ସ ଅସୁଲଲି କରୁଛନ୍ତି। କିନ୍ତୁ ଏବେ ଘରେ ପଶୁଙ୍କୁ ପାଳିଲେ ମଧ୍ୟ ଲୋକମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ।

ପଶୁମାନଙ୍କର ଲାଇସେଂସ ମଧ୍ୟ ବନିବ
ଯୋଜନାରେ ଅଛିଯେ, ପାଳିତ ପଶୁଙ୍କର ଲାଇସେଂସ ବନାଯିବ। ଲାଇସେଂସ କୁ ପ୍ରତ୍ୟେକ ବର୍ଷ ରିନ୍ୟୁ କରାଇବା ଜରୁରୀ ହେବ। ଏହି ଯୋଜନା ଅନୁସାରେ କୁକୁର, ବିଲେଇ, ଘୁଷୁରି, ଛେଳି ବାଛୁରୀ, ମେଣ୍ଢା ଆଦି ପାଳନକର୍ତ୍ତା  ଲୋକମାନଙ୍କୁ ୫୦୦ ଟଙ୍କା ପ୍ରତି ବର୍ଷ ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *