Home ଓଡ଼ିଶା ମାଲକାନଗିରି କାରାଗରରୁ ବିଚାରଧୀନ କଏଦୀ ଚମ୍ପଟ

ମାଲକାନଗିରି କାରାଗରରୁ ବିଚାରଧୀନ କଏଦୀ ଚମ୍ପଟ

202

ମାଲକାନଗିରି,୫/୩ (ଓଡ଼ିଆ ପୁଅ) ମାଲକାନଗିରି ଉପକରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି। ଆଜି ଅପରାହ୍ନରେ କାରାଗାରରେ ଡ୍ରେନ ଖୋଳା ଯାଇ ସଫା କାମ ଚାଲୁଥିବା ସମୟରେ ଡ୍ରେନ ଗାତ ଭିତର ବାଟେ ଫେରାର ହୋଇଯାଇଛି।

ଜେଲ କର୍ତ୍ତୃପକ୍ଷ ବହୁତ ଖୋଜା ଖୋଜି କରି ନ ପାଇବାରୁ ଆଜି ସନ୍ଧ୍ୟାରେ ମାଲକାନଗିରି ଥାନାରେ ଫେରାର ସମ୍ପର୍କରେ ଏତଲା ଦେଇଛନ୍ତି। ମାଲକାନଗିରି ଥାନା କେସ୍ ନମ୍ବର ୪୭/୨୦୧୯ ଭାରତୀୟ ପିଙ୍ଗଳ କୋର୍ଡ଼ ୨୨୪ ଦଫାରେ କେସ୍ ରୁଜୁ କରା ଯାଇ ତଦନ୍ତ ଚାଲିଛି। ରାତ୍ର ହୋଇ ଯାଇଥିବାରୁ ଫେରା କଏଦୀର ପତା ମିଳିନାହିଁ। ସୂଚନା ଯୋଗ୍ୟ ଯେ କଏଦୀ ଜଣକ ହେଉଛନ୍ତି କାଲିମେଳ ଥାନସ୍ଥ ଏମ ପିଭି ୪୨ ଗ୍ରାମର ଅଜିତ ଡାକୁଆ। ଅଜିତକୁ ଗତ ଜାନୁଆରୀ ୧୪ ତାରିଖରେ ବାଲିମେଳା ଥାନା ପୋଲିସ ଗଞ୍ଜେଇ ଚୋରାଚଲାଣ କେସ୍ ରେ ଗିରଫ କରି ଜେଲ ପଠାଇଥିଲେ। କଏଦୀ ଫେରାର ହେବା ନେଇ କାରାଗାର କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ମାଲକାନଗିରି ଥାନା କେଶ ନଂ 47/19 ରେ କେଶ ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଥାନା ଆଇ ଆଇ ସି ରଞ୍ଜନ କୁମାର ସାହୁ ସୂଚନା ଦେଇଛନ୍ତି। ଅପର ପକ୍ଷରେ କାରାଗାର ତରଫରୁ ବିଭାଗୀୟ ତଦନ୍ତ ନିମନ୍ତେ କୋରାପୁଟ ଜେଲ ସୁପରିଟେଣ୍ଡେଣ୍ଟ ମାଲକାନଗିରି ଉପ କାରାଗାରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.