ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, ତା.୦୭/୦୯(ଓଡ଼ିଆ ପୁଅ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଜି ସାମ୍ବାଦିକମାନଙ୍କୁ ଭେଟି ସାମ୍ବାଦିକ ସମ୍ମିଳନୀରେ ଉଦ୍ ବୋଧନ ଦେଇଥିବା ବକ୍ତବ୍ୟର ମୁଖ୍ୟ ଅଂଶ।

–  ଓଡିଶାର ବିକାଶ ପାଇଁ ମୋଦି ସରକାରଙ୍କ ଦ୍ୱାରା ବିଗତ ୩ ବର୍ଷରେ ୩୯୪୯୯୪ କୋଟି ଟଙ୍କାର ଅନୁଦାନ ଆସିଛି, ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟବାସୀ ନିଜ ହକ୍ ପାଇବାରୁ ବଂଚିତ ହୋଇଛନ୍ତି।
– ଭାରତୀୟ ଜନତା ପାର୍ଟି ଓଡିଶାରେ ୧୨୦ରୁ ଅଧିକ ଆସନ ହାସଲ କରି ସରକାର ଗଠନ କରିବ।
– ସ୍ୱାଧୀନତା ପରେ ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ସମୟରେ ଅଧିକ ଆର୍ଥିକ ଅନୁଦାନ ଓଡିଶାକୁ ଆସିଛି।
– ୪ର୍ଥ ପାଳି ଏବଂ ପାଖାପାଖି ୨୦ ବର୍ଷର ଶାସନ ପରେ ମଧ୍ୟ ଦେଶର ଅନ୍ୟ ଭାଗ ତୁଳନାରେ ଅଧିକ ସଂଶାଧନ ଥିବା ସତ୍ୱେ ଓଡିଶାରେ ବିକାଶ ହୋଇପାରିନାହିଁ।
– ରାଜ୍ୟରେ ବର୍ଦ୍ଧିତ ଭ୍ରଷ୍ଟାଚାର ଏବଂ ଧୀମା ବିକାଶ ପାଇଁ ଚିନ୍ତିତ ଭାରତୀୟ ଜନତା ପାର୍ଟି।
– ଶାସକ ବିଜେଡି ରାଜ୍ୟର ସଠିକ ବିକାଶ କରିନପାରିଲେ କ୍ଷମତାରେ ରହିବାର ଅଧିକାର ନାହିଁ।
– ମନମୋହନ-ସୋନିଆଙ୍କ ଶାସନ କାଳ ସମୟରେ କେନ୍ଦ୍ରୀୟ ଟିକାସ ବାବଦରେ ୬୮୧୯୬ କୋଟି ଟଙ୍କା ଅନୁଦାନ ପାଇଥିବାବେଳେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ମୋଦି ସରକାର ତିନି ଗୁଣ ବୃଦ୍ଧି କରି ୧୮୪୦୭୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି।
– ତ୍ରୟୋଦଶ ଅର୍ଥ କମିଶନ ଅନୁଦାନ ସହାୟତା ରାଶି ଭାବେ ଓଡିଶା ୭୪୯୬ କୋଟି ଟଙ୍କା ପାଇଥିବାବେଳେ ମୋଦି ସରକାରଙ୍କ ଅମଳରେ ଓଡିଶାକୁ ୧୩୭୨୦ କୋଟି ଟଙ୍କା ଆବଂଟନ କରାଯାଇଛି।
– ଋିଲିଫ ଫଣ୍ଡକୁ ମଧ୍ୟ ୧୬୦୦ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ୩୦୦୦ କୋଟି ଟଙ୍କା କରାଯାଇଛି।
– କେନ୍ଦ୍ର ଟିକସରେ ରାଜ୍ୟ ଭାଗ, ଅନୁଦାନ ସହାୟତା, ରିଲିଫ ଫଣ୍ଡ, ଲୋକାଲ ବଡିଜ ଗ୍ରାଂଟରେ ତ୍ରୟୋଦଶ ଅର୍ଥ କମିଶନରେ ୟୁପିଏ ସରକାର ଓଡିଶାକୁ କେବଳ ୭୯୪୮୬କୋଟି ଟଙ୍କା ଦେଇଥିବାବେଳେ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ମୋଦି ସରକାର ପାଖାପାଖି ଅଢେଇ ଗୁଣା ଅଧିକ ୨୧୧୫୧୦ କୋଟି ଟଙ୍କା ଉପଲବ୍ଧ କରାଇଛନ୍ତି।
– ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ବର୍ତମାନ ସୁଦ୍ଧା ଓଡିଶାରେ ୩୮ହଜାର କୋଟି ଟଙ୍କା ନିବେଶ କରାଯାଇଥିବାବେଳେ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ ନିବେଶ ର କାର୍ଯ୍ୟ ଚାଲୁଅଛି।
– ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଓଡିଶା ସଂପର୍କରେ ଟିପ୍ପଣି ହିଁ ଓଡିଶା ସରକାରଙ୍କ ବିଫଳତା ବୟାନ କରୁଛି।
– ନଗଡା, ଦାନ ମାଝୀ, ମାଲକାନଗିରି ଶିଶୁ ମୃତୁ୍ୟ ଘଟଣା ଆଦି ରାଜ୍ୟ ଶାସନର ଅବ୍ୟବସ୍ଥା ଏବଂ ଅରାଜକତାକୁ ସ୍ପଷ୍ଟ କରୁଛି
– ଗରିବ ଦଳିତ, ଶୋଷିତ, ପଛୁଆ, ଆଦିବାସୀ ଏବଂ କୃଷକଙ୍କ ସରକାର ବୋଲି ପ୍ରଧାନମନ୍ତ୍ରୀ ଦାୟୀତ୍ୱ ନେବା ପରେ କହିଥିବା ଶ୍ରୀ ମୋଦି ଏହାକୁ ମାତ୍ର ୩ ବର୍ଷର ଶାସନରେ ସାକାର କରି ଦେଖାଇଛନ୍ତି
– ଓବିସି କମିଶନକୁ ସାବିଧାନିକ ମାନ୍ୟତା ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ। ରାଜ୍ୟସଭାରେ ଏ ସଂପର୍କରେ ଆଗତ ବିଲକୁ ପାରିତ କରି ପଛୁଆ ବର୍ଗକୁ ସମ୍ମାନର ସହିତ ଅଧିକାର ପ୍ରଦାନ କରିବେ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟୀୟ ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂହ, ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ଡ.ସମ୍ବିତ ପାତ୍ର ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *