Home ଓଡ଼ିଶା ବିଜୁ ଯୁବ ବାହିନୀକୁ କଡ଼ା ବିରୋଧ : ସରକାରୀ ଅର୍ଥ କାହାର ପୈତୃକ ସଂପତି ନୁହେଁ...

ବିଜୁ ଯୁବ ବାହିନୀକୁ କଡ଼ା ବିରୋଧ : ସରକାରୀ ଅର୍ଥ କାହାର ପୈତୃକ ସଂପତି ନୁହେଁ – ପ୍ରତାପ ଷଢ଼ଙ୍ଗୀ

184

ଭୁବନେଶ୍ୱର;୧୯,୦୩,୨୦୧୮ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ନବୀନ ସରକାରଙ୍କ ଦ୍ୱାରା ବିଜୁ ଯୁବ ବାହିନୀ ନିର୍ମାଣ ପାଇଁ କରାଯାଇଥିବା ଘୋଷଣାକୁ ବିଜେପିର ବରିଷ୍ଠ ନେତା ପ୍ରତାପ ଷଢ଼ଙ୍ଗୀ ତୀବ୍ର ବିରୋଧ କରିଛନ୍ତି।ଏ’ ନେଇ ସେ ତାଙ୍କର ଭାବ ବ୍ୟକ୍ତ କରିବାକୁ ସୋସିଆଲ ମିଡିଆର ସାହାଯ୍ୟ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି।

ଭିଡିଓଟିରେ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟ ସରକାର ଜିଲ୍ଲାପାଳ,ବିଡିଓ ଆଦି ସରକାରୀ କର୍ମଚାରୀଙ୍କୁ ବିଜୁ ଯୁବ ବାହିନୀ ଗଠନ ପାଇଁ ଆଦେଶ ଦେବା ଉଦବେଗର ବିଷୟ।ଏହା ଗଣତନ୍ତ୍ରର ହତ୍ୟା,ସତ୍ୟର କଣ୍ଠରୋଧ ପାଇଁ ଏକ ହିନ ପ୍ରଚେଷ୍ଟା।ଏହା ଜଘନ୍ୟ ଏବଂ ନିନ୍ଦନୀୟ।ସରକାରୀ ଅଧିକାରୀଙ୍କ ଦ୍ୱାରା ସରକାରୀ ଖର୍ଚ୍ଚରେ ବିଜୁ ଯୁବ ଜନତା ଦଳର ଏହା ଏକ ଦୁତୀୟ ସଂସ୍କରଣ।ଏହା ଏକ କଦର୍ଯ୍ୟ ପ୍ରୟାସ।

ଗଣତନ୍ତ୍ରପ୍ରେମୀ ସଚେତନ ନାଗରିକ ଦଳମତ ନିର୍ବିଶେଷରେ ଏପରି ନିଷ୍ପତି ବିରୋଧରେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ଉଚିତ।ସରକାରୀ ଅର୍ଥ କାହାର ପୈତୃକ ସଂପତି ନୁହେଁ।ଏଥିପାଇଁ ଉପଯୋଗ ହେବାକୁ ଥିବା ବିପୁଳ ଅର୍ଥ କାହାର ଦଳୀୟ ପାଣ୍ଠିରୁ ନୁହେଁ ବରଂ ସାଧାରଣ କରଦାତାଙ୍କର ଅର୍ଥ।ଏହାକୁ କେହି ବି ଅପଚୟ କରି ପାରିବେ ନାହିଁ।

ସରକାରୀ କର୍ମଚାରୀ ମାନେ ଏହିଭଳି ଭାବରେ ଦଳୀୟ କର୍ମି ପରି କାମ କରିବାକୁ ବାଧ୍ୟ ହେଉଛନ୍ତି।ଗଣତନ୍ତ୍ରର ହତ୍ୟା କରିବାକୁ ଅତୀତରେ ବହୁବାର ଚେଷ୍ଟା ହୋଇଛି।ଏପରି ଘୃଣ୍ୟ କାର୍ଯ୍ୟ ଜରୁରୀ କାଳୀନ ପରିସ୍ଥିତି ସମୟରେ ହୋଇଥିଲା।ତେଣୁ ସାଧାରଣ ଲୋକ ଏକତ୍ରିତ ହୋଇ ଏହାର ଏପରି ତୀବ୍ର ବିରୋଧ କରନ୍ତୁ ଯେପରି ସରକାର ତାଙ୍କ ନିଷ୍ପତି ପରିବର୍ତ୍ତନ କରିବାକୁ ବାଧ୍ୟ ହେବେ।

https://www.facebook.com/pratapchandrasarangi1955/videos/2011416592409684/

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.